ETV Bharat / state

ବର୍ଷାଦିନେ ଜଳ ଯନ୍ତ୍ରଣା; ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତା ଅବରୋଧ - ରାସ୍ତା ଅବରୋଧ

ବର୍ଷା ଦିନରେ ବି ପାନୀୟ ଜଳ ସମସ୍ୟା । ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ବ୍ଲକରେ ପିଇବା ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ଗରା, ବାଲଟି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରି ନିଜର ଦାବି ଜଣାଇଛନ୍ତି ।

ଫୋଟ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ
author img

By

Published : Sep 18, 2019, 8:49 PM IST

ବାରିପଦା: ଶ୍ୟାମାଖୁଣ୍ଟା ବ୍ଲକର ଭୋଳାଗୋଡ଼ିଆ ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ଗରା ବାଲ୍ଟି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହାର ପ୍ରତିବାଦରେ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ମୟୂରଭଞ୍ଜ

ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳର ଘୋର ସମସ୍ୟା ଲାଗିରହିଛି । ଗାଁରେ ଥିବା ୩ଟି ନଳକୂପରୁ ଲାଲ ରଙ୍ଗର ପାଣି ବାହାରୁଛି । ଏହା ବ୍ୟବହାରଯୋଗ୍ୟ ନୁହେଁ । ଗୋଟିଏ ନଳକୂପ ଅଚଳ ହୋଇ ପଡିଛି । ପାନୀୟ ଜଳ ପ୍ରସଙ୍ଗରେ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଏବଂ ବିଡ଼ିଓଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି କିନ୍ତୁ ସମସ୍ୟା ସମାଧାନ ହୋଇପାରି ନାହିଁ । ତେବେ ଗ୍ରାମବାସୀ ରାସ୍ତା ରୋକ କରିବା ପରେ କୁଳିଅଣା ପୋଲିସ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:         ବର୍ଷା ଦିନରେ ବି ପାନୀୟ ଜଳ ସମସ୍ୟା, ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା ବ୍ଲକର ଭୋଳାଗୋଡ଼ିଆ ଗ୍ରାମରେ ପିଇବା ପାଣି ସମସ୍ୟା କୁ ନେଇ ଗ୍ରାମବାସୀ ଗରା ବାଲ୍ଟି ନେଇ ଓହ୍ଲାଇଲେ ରାଜରାସ୍ତା କୁ ,ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ - ଗାଁରେ ଦୀର୍ଘ ଦିନ ଧରି ପାନୀୟ ଜଳର ସମସ୍ୟା ଲାଗିରହି ଥିବା ବେଳେ ଗାଁରେ ଥିବା ୩ଟି ନଳକୂପ ରୁ ଲାଲୀ ପାଣି ବାହାରୁ ଥିବା ବେଳେ ଗୋଟିଏ ଅଚଳ ହୋଇଆପଡିଛି - ଏହି ବାବଦରେଗାଁ ଲୋକ ବାରମ୍ବାର ସ୍ଥାନୀୟ ସରପଞ୍ଚ ଏବଂ ବିଡ଼ିଓ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟା ସମାଧାନ ହୋଇନାହିଁ । ଆଜି ଗ୍ରାମବାସୀ ରାସ୍ତା ରୋକ ପରେ କୁଳିଅଣା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.