ETV Bharat / state

ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ, ବିଇଓ ଅଫିସ ସାମ୍ନାରେ ବିକ୍ଷୋଭ - ଅଲ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅଗ୍ରାନାଇଜେସନ

ଅଲ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅଗ୍ରାନାଇଜେସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଇଓ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ସ୍କୁଲ ବନ୍ଦ ନିଷ୍ପତିକୁ ବିରୋଧ, ବିଇଓ ଅଫିସ ସାମ୍ନାରେ ବିକ୍ଷୋଭ

author img

By

Published : Dec 29, 2020, 3:54 PM IST

ବାରିପଦା: ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ । ଏନେଇ ଅଲ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅଗ୍ରାନାଇଜେସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବିଇଓ ଅଫିସ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର 31ଟି ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନେଇଛନ୍ତି।

ସ୍କୁଲ ବନ୍ଦ ନିଷ୍ପତିକୁ ବିରୋଧ, ବିଇଓ ଅଫିସ ସାମ୍ନାରେ ବିକ୍ଷୋଭ

ତେବେ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛି ଅଲ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅଗ୍ରାନାଇଜେସନ ମଙ୍ଗଳବାର ଅଲ ଇଣ୍ଡିଆ ଡେମୋକ୍ରେଟିକ ଷ୍ଟୁଡେଣ୍ଟ ଅଗ୍ରାନାଇଜେସନ ପକ୍ଷରୁ ପ୍ଲାକାର୍ଡ ଧରି ବିଇଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି। କପ୍ତିପଦା ବ୍ଲକଟି ଆଦିବାସୀ ଅଞ୍ଚଳ ଓ ବଣ ଜଙ୍ଗଲ ପାହାଡ ଭିତରେ ଅନେକ ଗାଁ ରହୁଥିବାରୁ ଛାତ୍ରଛାତ୍ରୀ ଦୂର ସ୍ଥାନକୁ ଯାଇ ପାଠ ପଢିବା ସମ୍ଭବ ନୁହେଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏନେଇ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ବଦଳାଇ ପୁନଃ ବିଚାର କରି ସ୍କୁଲ ଗୁଡିକ ଖୋଲା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.