ETV Bharat / state

ପିଆରଏମ୍ ମେଡ଼ିକାଲ ସୁପରିଟେଣ୍ଡଙ୍କୁ ମାଡ଼ ଘଟଣା, ଗିରଫ ସଂଖ୍ୟା ୭କୁ ବୃଦ୍ଧି - PRM medical superintendent

ନଭେମ୍ବର ୨ ତାରିଖରେ ଚିକିତ୍ସା ଅବହେଳାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା । ଅଧିକ ପଢନ୍ତୁ...

PRM medical superintendent beat incident, police arrest 3 more accused
ପିଆରଏମ୍ ମେଡ଼ିକାଲ ସୁପରିଟେଣ୍ଡଙ୍କୁ ମାଡ଼ ଘଟଣା, ଗିରଫ ସଂଖ୍ୟା ୭କୁ ବୃଦ୍ଧି
author img

By

Published : Nov 6, 2020, 5:58 AM IST

ବାରିପଦା: ଆକ୍ସନ ମୋଡ଼ରେ ମୟୁରଭଞ୍ଜ ପୋଲିସ । ବାରିପଦା ପିଆରଏମ୍ ମେଡ଼ିକାଲ କଲେଜରେ ଗତ ନଭେମ୍ବର ୨ ତାରିଖରେ ଚିକିତ୍ସା ଅବହେଳାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କ ମୃତ୍ୟକୁ ନେଇ ନ୍ୟାୟ ପାଇଁ ପରିବାର ବର୍ଗ ଓ କଂଗ୍ରେସ ପକ୍ଷରୁ ମେଡ଼ିକାଲ ପରିସରରେ ଧାରଣା ଦେବା ସହ ମେଡ଼ିକାଲ ସୁପରିଟେଣ୍ଡଙ୍କୁ ମାଡ ମାରିଥିଲେ ।

ପିଆରଏମ୍ ମେଡ଼ିକାଲ ସୁପରିଟେଣ୍ଡଙ୍କୁ ମାଡ଼ ଘଟଣା, ଗିରଫ ସଂଖ୍ୟା ୭କୁ ବୃଦ୍ଧି

ତେବେ ମୟୁରଭଞ୍ଜ ପୋଲିସ ଘଟଣାକୁ ଗୁରୁତର ସହ ନେଇ ଗତ ନଭେମ୍ବର ୩ ତାରିଖରେ ଚାରିଜଣଙ୍କୁ ଗିରଫ କରିଥିଲା । ଆଜି(ଗୁରୁବାର) ପୁଣି ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ନଭେମ୍ବର ୩ ତାରିଖରେ ଗିରଫ ହୋଇଥିବା ଚାରିଜଣ ହେଲେ ଲକ୍ଷ୍ମୀ ପାତ୍ର, ଲକ୍ଷ୍ମୀ ବିନ୍ଧାଣି, ସୁନି ପାତ୍ର ଓ ନିର୍ମଳ ପ୍ରଧାନ । ଆଜି ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣିମି ବିନ୍ଧାଣୀ, ଗେହ୍ଲି ବିନ୍ଧାଣୀ ଓ ଯଶୋଦା ଟୁଡୁ । ଫଳରେ ମାଡମରା ଘଟଣାରେ ଗିରଫ ସଂଖ୍ୟା ୭ କୁ ବୃଦ୍ଧି ହୋଇଛି ।

ଗତ ନଭେମ୍ବର ୨ ତାରିଖରେ ବାରିପଦା ସ୍ଥିତ ପି ଆର ଏମ୍ ମେଡ଼ିକାଲରେ ମୟୁରଭଞ୍ଜ ଜିଲ୍ଲା ଶ୍ୟାମଖୁଣ୍ଟା ବ୍ଲକ ସପନଚୁଆ ଗ୍ରାମର ସୁପ୍ରିୟା ପାତ୍ର ନାମକ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପରେ ପରିବାର ପକ୍ଷରୁ ଚିକିତ୍ସାରେ ଅବହେଳା ଓ ରକ୍ତ ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଏଥିସହ ମେଡ଼ିକାଲ ସମ୍ମୁଖରେ ନ୍ୟାୟ ପାଇଁ ମୃତ ଛାତ୍ରୀଙ୍କ ମୃତଦେହ ରଖି ପ୍ରତିବାଦ କରିଥିଲେ ।

ତେବେ ମେଡ଼ିକାଲ ସୁପରିଟେଣ୍ଡଙ୍କ ସହ ଆଲୋଚନା ପାଇଁ ଯାଇଥିବା ବେଳେ ସୁପରିଟେଣ୍ଡଙ୍କୁ ଆନ୍ଦୋଳନକାରୀ ମାନେ ଠେଲାପେଲା କରିବା ସହ ମାଡ଼ ମାରିଥିଲେ । ଘଟଣାକୁ ନେଇ ଉଭୟ ପକ୍ଷରୁ ପୃଥକ ଭାବେ ଦୁଇଟି ମାମଲା ଟାଉନ ଥାନାରେ ରୁଜୁ ହୋଇଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.