ETV Bharat / state

ଆଜୀବନ କାରାଦଣ୍ଡ ଭୋଗୁଥିବା ଜନୈକ କଏଦୀଙ୍କ ମୃତ୍ୟୁ, ତଦନ୍ତ ଜାରି - ମୟୂରଭଞ୍ଜରେ କଏଦୀଙ୍କ ମୃତ୍ୟୁ

ମୟୂରଭଞ୍ଜ ରାଇରଙ୍ଗପୁରରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ଆଜୀବନ କାରାଦଣ୍ଡ ଭୋଗୁଥିବା ଜନୈକ କଏଦୀଙ୍କ ମୃତ୍ୟୁ, ତଦନ୍ତ ଜାରି

author img

By

Published : Jan 13, 2022, 5:32 PM IST

Updated : Jan 13, 2022, 7:09 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜନୈକ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତ କଏଦୀ ଜଣକ ତିରିଂ ଥାନା ଅନ୍ତର୍ଗତ ସାପଘେରା ଗ୍ରାମର ଡମାନ ମାରାଣ୍ଡି ବୋଲି ଜଣାପଡି଼ଛି । କାରାଗାରରେ ଥିବା ସମୟରେ କଏଦୀ ଜଣକ ସାଇକୋସିସ୍ ଏବଂ ଟିବି ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଆଜୀବନ କାରାଦଣ୍ଡ ଭୋଗୁଥିବା ଜନୈକ କଏଦୀଙ୍କ ମୃତ୍ୟୁ, ତଦନ୍ତ ଜାରି

ମୃତ କଏଦୀ ଡମାନ ଏକ ହତ୍ୟା ଘଟଣାରେ ରାଇରଙ୍ଗପୁର ଉପ କାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ । ୨୦୧୪ ମସିହାରେ ପଡୋଶୀକୁ ହତ୍ୟା ଅଭିଯୋଗରେ ରାଇରଙ୍ଗପୁର କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, କଏଦୀ ଜଣକ ସାଇକୋସିସ୍ ଏବଂ ଟିବି ରୋଗରେ ପୀଡିତ ଥିଲେ । ଗତକାଲି ରାତିରେ କଏଦୀଙ୍କ ଦେହ ଅସୁସ୍ଥ ହେବାରୁ ଜେଲ କର୍ତ୍ତୃପକ୍ଷ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି । ସେପଟେ ଜେଲ କର୍ତ୍ତୃପକ୍ଷଙ୍କ ଠାରୁ ଖବର ପାଇ ରାଇରଙ୍ଗପୁର ଟାଉନ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତଦନ୍ତ ପରେ ରାଇରଙ୍ଗପୁର ମେଡିକାଲରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ରାଇରଙ୍ଗପୁର ଏଏସପି ମନୋରଞ୍ଜନ ବିଶ୍ବାଳ ପ୍ରକାଶ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

Last Updated : Jan 13, 2022, 7:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.