ETV Bharat / state

ରାସ୍ତା ନ ଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

ଗାଁକୁ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ଖଟିଆରେ 2 କିଲୋମିଟର ବୁହା ହେଲେ ଗର୍ଭବତୀ । ସ୍ବାଧୀନତାର ୭୦ବର୍ଷ ପରେ ମଧ୍ୟ ବାରମ୍ବାର ରାଜ୍ୟରେ ଏପରି ସମ୍ବେଦନଶୀଳ ଘଟଣା କାହିଁକି ଘଟୁଛି ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

author img

By

Published : Feb 10, 2019, 7:19 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ଚତୁରାଞ୍ଜଳି ଗ୍ରାମପଞ୍ଚାୟତ ଅଧୀନରେ ଥିବା ଜେଠମା ଗ୍ରାମରେ । ଗ୍ରାମର ନାୟକ ସାହିର ଜଣେ ଜନୈକ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହୋଇଥିଲା । ତେଣୁ ପରିବାର ଲୋକେ 102 ଆମ୍ବୁଲାନ୍ସକୁ ଖବର ଦେଇଥିଲେ ।

ହେଲେ ଗାଁକୁ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପାଖାପାଖି 2 କିମି ଦୂରରେ ଅଟକି ରହିଥିଲା । ଏହାପରେ ମହିଳାଙ୍କୁ ତାଙ୍କ ପରିବାର ଲୋକେ 2 କିଲୋମିଟର ଏକ ଖଟିଆରେ ବୋହି ନେଇଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଶୁକୃଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ତେବେ ବାରମ୍ବାର ରାଜ୍ୟରେ ଏପରି ସମ୍ବେଦନଶୀଳ ଘଟଣା ଘଟୁଥିଲେ ମଧ୍ୟ ସରକାର କାହିଁକି ସଜାଗ ହୋଇପାରୁନାହାଁନ୍ତି ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
undefined

ଅପରପକ୍ଷେ, ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ତଥା ଯୋଜନା ପରେ ଯୋଜନାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ସ୍ବାଧୀନତାର ୭୦ବର୍ଷ ପରେ ମଧ୍ୟ ଏମିତି କିଛି ଗ୍ରାମ ରହିଛି, ଯେଉଁଠିକି ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଏହି ଘଟଣା ପରେ ପ୍ରଶାସନ କେବେ ତତ୍ପରତା ଦେଖାଇବ ତାହା ଏବେ ସମୟ କହିବ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଉରକେଲା- ଦେଶ ପାଇଁ ପ୍ଲାଷ୍ଟିକ ମୁଣ୍ଡବ୍ୟଥା ର କାରଣ ହୋଇଛି। ଏହା ଉପରର ବିଭିନ୍ନ ରାଜ୍ୟ ରେ ପ୍ରତିବନ୍ଧ ଲାଗିବା ପରେ ଲୋକ ମାନଙ୍କ ଅସୁବିଧା ବୃଦ୍ଧି ପାଇଛି। ଏଣିକି ଅନୁସନ୍ଧାନକର୍ତା ପ୍ଲାଷ୍ଟିକ ର ବିକଳ୍ପ ଖୋଜିବାରେ ସଫଳ ହୋଇଛନ୍ତି। ଯାହା ପ୍ରକୃତି ପାଇଁ କ୍ଷତିକଜକ ନୁହେଁ ତଥା ଫିଙ୍ଗି ଦେଲେ ମଧ୍ୟ ମାଟି ରେ ମିଶି ଖଟ ର କାମ କରିବ।

Body:ଦେଖନ୍ତୁ ଏହା ଦେଖିବାରେ ପୁରା ପ୍ଲାଷ୍ଟିକ ଭଳି। ପତଳା ତଥା ହାର୍ଡ ପ୍ଲାଷ୍ଟିକ ଭଳି ଯାହା ଦେଖୁଛନ୍ତି ତାହା ପ୍ଲାଷ୍ଟିକ ଭଳି ଦେଖିବାକୁ କିନ୍ତୁ ଏହା ପ୍ଲାଷ୍ଟିକ ନୁହେ। ବୈକ୍ଟେରିଆ ରେ ତିଆରି ହୋଇ ଥିବା ଏହା ସେଲଲୁଲୋଜ ଶୀଟ। ପ୍ଲାଷ୍ଟିକ ଭଳି ଦିଶୁଥିବା ସେଲୁଲୋଜ ଶିଟ ଦ୍ଵ ବ୍ୟାଗ, ବସ୍ତା ସବୁ ତିଆରି ହୋଇ ପାରିବ। ଏହି ଶିଟ ର ବିଶେଷତ୍ୱ ରହିଛି କି ମାଟି ରେ ଏହା ମିଶି ଯିବ।

Conclusion:ଏହା ପ୍ଲାଷ୍ଟିକ କିମ୍ବା ଅନ୍ୟ କ୍ୟାରି ବ୍ୟାଗ ରୁ ଶସ୍ତା ହେବ। ଅନୁସନ୍ଧାନ କରି ସେଲୁଲାଜ ଶିଟ ତିଆରି କରିବାରେ NIT ରାଉରକେଲା ର ଟିମ ପ୍ରଫେସର ଆର ଜୈବାଲମ ଙ୍କ ନେତୃତ୍ୱ ରେ। ସଫଳ ହୋଇଛନ୍ତି। ବହୁତ ଶୀଘ୍ର ଏହାକୁ ବଜାର ରେ ଆଣିବା ପାଇଁ ପ୍ରୟାସ କର ଯାଉଛି।
bite- Prof. R. Jaibalam, ଅନୁସଂଧାନକର୍ତା
bite- ବିନିତା ଦେବ, ସହଯୋଗୀ ଅନୁସନ୍ଧାନକରି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.