ETV Bharat / state

ଅସୁରକ୍ଷିତ ହୋଇପଡ଼ିଛି ଶିମିଳିପାଳ ଅଭୟାରଣ୍ୟ, ସୁରକ୍ଷା ଦେବେ ପୋଲିସ - ଅସୁରକ୍ଷିତ ହୋଇପଡ଼ିଛି ଶିମିଳିପାଳ ଅଭୟାରଣ୍ୟ

ଶିମିଳିପାଳ ଜଙ୍ଗଲରେ କାର୍ଯ୍ୟରତ ୮ ଶହରୁ ଅଧିକ ବନ କର୍ମଚାରୀ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ଅସୁରକ୍ଷିତ ହୋଇପଡ଼ିଛି ଶିମିଳିପାଳ ଅଭୟାରଣ୍ୟ । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ପୋଲିସ ବିଭାଗ ଶିମିଳିପାଳର ସୁରକ୍ଷାରେ ନିୟୋଜିତ ହୋଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

ଶିମିଳିପାଳକୁ ସୁରକ୍ଷା ଦେବ ପୋଲିସ
ଶିମିଳିପାଳକୁ ସୁରକ୍ଷା ଦେବ ପୋଲିସ
author img

By

Published : Jul 3, 2023, 10:02 PM IST

ଶିମିଳିପାଳକୁ ସୁରକ୍ଷା ଦେବ ପୋଲିସ

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟ ଏବେ ଅସୁରକ୍ଷିତ ହୋଇପଡ଼ିଛି । ଅଭୟାରଣ୍ୟରେ ଜଙ୍ଗଲ ମାଫିଆ ଓ ଶିକାରୀଙ୍କ ରାଜ୍ ଚାଲିଛି । କେତେବେଳେ ଶିକାରୀମାନେ ବନ୍ୟଜନ୍ତୁ ଗୁଡିକୁ ଅବାଧରେ ଶିକାର କରୁଛନ୍ତି ତ କେତେବେଳେ ବନ କର୍ମଚାରୀ ମାନଙ୍କୁ ଗୁଳି କରି ମାରି ଦେଉଛନ୍ତି । ତେବେ ଦୁଇଜଣ ବନ କର୍ମଚାରୀ ଶିକାରୀ ଗୁଳିରେ ପ୍ରାଣ ହରାଇବା ପରେ ଶିକାରୀ ଦାଉରୁ ଶିମିଳିପାଳ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଏବେ ଚିନ୍ତାରେ ବନବିଭାଗ । ଏନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପରେ ପୋଲିସ ବିଭାଗ ଶିମିଳିପାଳର ସୁରକ୍ଷାରେ ନିୟୋଜିତ ହୋଇଥିବା ସୂଚନା ମିଳିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଶିମିଳିପାଳ ଅଭୟାରଣ୍ୟରେ ଦୁଇଜଣ ବନ କର୍ମଚାରୀ ଶିକାରୀ ଗୁଳିରେ ପ୍ରାଣ ହରାଇବା ପରେ ଅନ୍ୟ ବନ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣିବା ସହିତ ସେମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ଦାବି ସବୁ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟକୁ ପାଟ୍ରୋଲିଂ କରିବାକୁ ଯିବେନି ବୋଲି ଚେତାବନୀ ଦେଇଛନ୍ତି । ତେବେ ଶିମିଳିପାଳ ଜଙ୍ଗଲରେ କାର୍ଯ୍ୟରତ ୮ ଶହରୁ ଅଧିକ ବନ କର୍ମଚାରୀ ଡ୍ୟୁଟି ନକରିବା ଫଳରେ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି ଶିମିଳିପାଳ ଅଭୟାରଣ୍ୟ । ଏହି ଘଟଣାକୁ କେନ୍ଦ୍ର କରି ଶିମିଳିପାଳର ସୁରକ୍ଷାକୁ ନେଇ ପୋଲିସ ବିଭାଗର ସହାୟତା ଲୋଡିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କର୍ତ୍ତୃପକ୍ଷ । ମୁଖ୍ୟ ଶାସନ ସଚିବ ଓ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷାରେ ୩ ପ୍ଲାଟୁନ୍ ପୋଲିସ ଫୋର୍ସ ନିୟୋଜିତ ହେବାନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ଗତ ୨୩ ତାରିଖ ପାଖରୁ ଓଡିଶା ଅଣ ଗେଜେଟେଡ୍ ବନସେବା ସଂଘ ଡାକରାରେ ୨୪୧ ଜଣ ବନ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିବା ବେଳେ ଜୁଲାଇ ୧ ତାରିଖଠାରୁ ୭ ଦଫା ଦାବିରେ ୬ ଶହ ପ୍ରୋଟେକ୍ସନ୍ ଆସିଷ୍ଟାଣ୍ଟ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ତେଣୁ ୮ ଶହରୁ ଅଧିକ ବନ କର୍ମଚାରୀ ଜଙ୍ଗଲରେ ଡ୍ୟୁଟି ନକରିବା ଫଳରେ ଶିମିଳିପାଳ ଏବେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ହୋଇପଡିଛି । ତେବେ ଶିମିଳିପାଳରେ ବର୍ତ୍ତମାନ ୧ ପ୍ଲାଟୁନ୍‌ ପୋଲିସ ଫୋର୍ସ ସର୍ଚ୍ଚ ଅପରେସନରେ ନିୟୋଜିତ ଥିବାବେଳେ ଆଉ ଏକ ପ୍ଲାଟୁନ ରବିବାରଠାରୁ ଜଙ୍ଗଲ ମଧ୍ୟରେ ୬ଟି ସ୍ଥାନରେ ନିୟୋଜିତ କରାଯାଇଛି । ତେବେ ସର୍ବମୋଟ ୩ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ କରାଯିବ ବୋଲି ମୟୂରଭଞ୍ଜ ଏସ୍‌ପି ସୂଚନା ଦେଇଛନ୍ତି । ଉକ୍ତ ଫୋର୍ସ କମ୍ବିଂ ଅପରେସନ ସହ ପାଟ୍ରୋଲିଂ କରି ଶିକାରୀ ଦାଉରୁ ସୁରକ୍ଷା ପାଇଁ ନିୟୋଜିତ ହେବେ । ତା ସହିତ ବନ ବିଭାଗ ଓ ପୋଲିସର ମିଳିତ ଭାବେ ଏକ ଟାସ୍କଫୋର୍ସ ଗଠନ କରାଯାଇ ନିୟମିତ ଭାବେ ଶିମିଳିପାଳର ସୁରକ୍ଷା ପାଇଁ କାର୍ଯ୍ୟରତ ରହିବେ ବୋଲି ମଧ୍ୟ କହିଛନ୍ତି ଏସ୍‌ପି । ଏହାସହ ଅନ୍ୟ ଡିଭିଜନଗୁଡିକରୁ ୧୫୦ ଜଣ ବନ କର୍ମଚାରୀଙ୍କୁ ଯଥାଶୀଘ୍ର ଅଣାଯାଇ ଶିମିଳିପାଳ ସୁରକ୍ଷାରେ ନିୟୋଜିତ କରାଯିବ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡଃ ପ୍ରକାଶ ଚାନ୍ଦ ଗୋଗିନେନି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.