କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ଦେଖା ଦେବା ଫଳରେ ଉପସ୍ଥିତ ଲୋକ ପାଟିତୁଣ୍ଡ କରିବା ସହିତ ଚୌକି ଫୋଫାଡ଼ିବା ଫଳରେ ପିଠା କାର୍ଯ୍ୟକ୍ରମ ଏକ ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇଥିଲା। ଗରିବ ଲୋକଙ୍କ ପାଇଁ ଆସିଥିବା ଏଲଇଡି ବଲବ୍ କୁ ଇସ୍ୟୁ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଏହି କାର୍ଯ୍ୟକ୍ରମରେ ଲୋକଙ୍କ ଖାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଖାଦ୍ୟ ବ୍ୟବସ୍ଥାରୁ ହିଁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ରୋଷେଇ ପାଇଁ ଆସିଥିବା ରୋଷେୟାକୁ ମାରପିଟ୍ ମଧ୍ୟ କରାଯାଇଥିଲା। ଶେଷରେ ପିଠା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। ଘଟଣାସ୍ଥଳରେ କୁଳିଅଣା ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ