ETV Bharat / state

ଗଲୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ, ଗାଁ ସମାଧିରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

author img

By

Published : Jun 16, 2021, 9:33 PM IST

ଗତବର୍ଷ ଜୁନ ୧୫ ଓ ୧୬ ତାରିଖରେ ଗଲୱାନ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା । ସେମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବଡଚମ୍ପାଉଦା ଗ୍ରାମର ବୀରପୁତ୍ର ଶହୀଦ ନୁଦୁରାମ ସୋରେନ ଥିଲେ । ତେବେ ଗଲୱାନ ଘାଟିରେ ଘଟିଥିବା ରକ୍ତାକ୍ତ ସଂଘର୍ଷକୁ ପୁରିଛି ଗୋଟିଏ ବର୍ଷ । ଏନେଇ ବୁଧବାର ଗାଁ ସମାଧିରେ ଶହୀଦଙ୍କୁ ପରିବାର ଓ ସ୍ଥାନୀୟ ଲୋକଙ୍କ ସମେତ ଉପଜିଲ୍ଲାପାଳ ଓ ଏସଡିପିଓ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଅଧିକ ପଢନ୍ତୁ...

ଗଲୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ
ଗଲୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ

ରାଇରଙ୍ଗପୁର: ଗଲୱାନ ଘାଟି ସଂଘର୍ଷକୁ ପୂରିଲା ଗୋଟିଏ ବର୍ଷ । ଗତବର୍ଷ ଜୁନ ୧୫ ଓ ୧୬ ତାରିଖରେ ଗଲୱାନ ଉପତ୍ୟକାରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଚୀନ ସେନା । ଯେଉଁଥିରେ 20 ଜଣ ବୀରପୁତ୍ରଙ୍କୁ ହରାଇଥିଲା ଭାରତ । ସେମାନଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବଡଚମ୍ପାଉଦା ଗ୍ରାମର ବୀରପୁତ୍ର ଶହୀଦ ନୁଦୁରାମ ସୋରେନ ଥିଲେ । ତେବେ ଗଲୱାନ ଘାଟିରେ ଘଟିଥିବା ରକ୍ତାକ୍ତ ସଂଘର୍ଷକୁ ପୁରିଛି ଗୋଟିଏ ବର୍ଷ । ଏନେଇ ବୁଧବାର ଗାଁ ସମାଧିରେ ଶହୀଦଙ୍କୁ ପରିବାର ଓ ସ୍ଥାନୀୟ ଲୋକଙ୍କ ସମେତ ଉପଜିଲ୍ଲାପାଳ ଓ ଏସଡିପିଓ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଗଲୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ

ତେବେ ଶ୍ରଦ୍ଧାଞ୍ଜଳୀ ଦେବା ସମୟରେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଶହୀଦଙ୍କ ପତ୍ନୀ ଲକ୍ଷ୍ମୀ ମାଝୀ ଓ ତିନି ଝିଅ ଜ୍ଞାନେଶ୍ବରୀ , ମାନସି ଓ ସୋନାଲି । ସ୍ତ୍ରୀଙ୍କୁ ମନେ ପଡିଯାଉଥିଲା ଶହୀଦ ନୁଦୁରାମ ଶେଷ ଥର ଫୋନରେ କହିଥିବା ଅନେକ କିଛି କଥା। ଛୁଆମାନେ ମଧ୍ୟ ବାପା କହୁଥିବା କଥା କହି ଭାଙ୍ଗି ପଡୁଥିଲେ ମଧ୍ୟ ଗର୍ବ କରୁଥିଲେ ଯେ ବାପା ଦେଶ ପାଇଁ ବଳିଦାନ ଦେଇଛନ୍ତି ।

ବାପା ଫୋନରେ ସଦାବେଳେ କହୁଥିଲେ ଭଲ ପାଠ ପଢି ଦେଶ ପାଇଁ କାମ କରିବ। ଆଜି ସେହି କଥା ମନେ ପକେଇ ବଡ ଝିଅ ଜ୍ଞାନେଶ୍ବରୀ ଓ ମଝିଆ ଝିଅ ମାନସି ଆର୍ମିରେ ଯୋଗ ଦେଇ ଦେଶ ସେବା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସରକାର ଦେଇଥିବା ସମସ୍ତ ସୁବିଧା ପାଇଥିବା ବେଳେ ଭାରତ ସରକାର ଶହୀଦଙ୍କ ବଳିଦାନର ପ୍ରତିଶୋଧ ନେଉ ବୋଲି କହିଛନ୍ତି ଶହୀଦଙ୍କ ସ୍ତ୍ରୀ ।

ତେବେ ନୁଦୁରାମଙ୍କ ଛୋଟ ବେଳୁ ମାତୃଭୂମିର ସେବା କରିବାର ଇଚ୍ଛା ଥିବାରୁ କଲେଜ ପଢା ସାରି 1997 ମସିହାରେ ଆର୍ମିରେ ଯୋଗ ଦେଇଥିଲେ। ସେ 16 ବିହାର ରେଜିମେଣ୍ଟରେ ନାଏବ ସୁବେଦାର ଭାବେ କାର୍ଯ୍ୟରତ ଥିଲେ । ନୁଦୁରାମ ସେନାରେ କାର୍ଯ୍ୟରତ ଥିବା ସମୟରେ ଗ୍ରାମର ଉନ୍ନତି ପାଇଁ ମଧ୍ୟ ସମୟ ବାହାର କରୁଥିଲେ। ଗରିବଙ୍କୁ ପାଠ ପଢ଼ାରେ ସାହାଯ୍ୟ କରୁଥିଲେ ନୁଦୁରାମ।

ସରକାରଙ୍କ ତରଫରୁ ତାଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯାଇଛି । ମାତ୍ର ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ ଗାଁରେ ନା ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ନା କୌଣସି କ୍ଷେତ୍ରରେ ତାଙ୍କ ନାମକରଣ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ତେବେ ତାଙ୍କୁ ମନେ ପକେଇ ଗ୍ରାମବାସୀ ମଧ୍ୟ ସମାଧି ସ୍ଥଳକୁ ଆସି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ତେବେ ଶହୀଦ ନୁଦୁରାମ ସୋରେନଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇ ଯାଇଛି ସତ କିନ୍ତୁ ଆଜି ବି ଦେଶ ମାତୃକାର ସେବା, ତ୍ୟାଗ ଓ ବଳିଦାନ ପାଇଁ ସମସ୍ତଙ୍କ ହୃଦୟରେ ବଞ୍ଚି ରହିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.