ETV Bharat / state

ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

author img

By

Published : Oct 26, 2021, 9:37 AM IST

Updated : Oct 26, 2021, 4:34 PM IST

ମୟୂରଭଞ୍ଜରେ ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ଟ୍ରଲର ଡ୍ରାଇଭର ମୃତ, ଗୁରୁତର ଅବସ୍ଥାରେ ଟ୍ରକ ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି । ଅଧିକ ପଢନ୍ତୁ...

ଟ୍ରକ-ଟ୍ରଲର ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ରାଇରଙ୍ଗପୁର: ମୟୂରଭଞ୍ଜରେ ଏକ ମର୍ମନ୍ତୁନ୍ଦ ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି । ଟ୍ରକ ଓ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟ୍ରଲର ଡ୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଏଥିସହ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଟ୍ରକ-ଟ୍ରଲର ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ଗତକାଲି(ସୋମବାର) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରଲର ଡ୍ରାଇଭରଙ୍କ ମୁଣ୍ଡ ଟ୍ରଲର ମଧ୍ୟରେ ଚାପିହୋଇ ରହିଥିବା ଦେଖିବାକୁ ମିଳିଥିଲା । କରଞ୍ଜିଆ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ ମୂର୍ଗାପାଟ ନିକଟରେ ଏହି ମର୍ମନ୍ତୁନ୍ଦ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ନେଇ ସୂଚନା ପାଇବା କ୍ଷଣି ସୁକୃଳି ଅଗ୍ନିଶମ ବିଭାଗ ଏବଂ କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ଏହାସହ ମୃତ ବ୍ୟକ୍ତିଙ୍କ ପଞ୍ଚନାମା ପାଇଁ କରଞ୍ଜିଆ ଡାକ୍ତରଖାନା ପଠା ଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Oct 26, 2021, 4:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.