ETV Bharat / state

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ଭଞ୍ଜସରା ଗ୍ରାମର ରାସ୍ତା କଡ଼ରେ ଥିବା ଏକ ଦୋକାନ ଗୃହ ବାରଣ୍ଡାରୁ ରକ୍ତାକ୍ତ ଅବସ୍ଥାରେ ଜଣେ ବୃଦ୍ଧ ଉଦ୍ଧାର ହୋଇଛନ୍ତି । ବୃଦ୍ଧ ଜଣକ ହେଲେ ବିଶୋଇ ଥାନା ନୂଆଗାଁ ପଞ୍ଚାୟତ ଡୁମ୍ବୁରଡିହା ଗ୍ରାମର  ଲକ୍ଷ୍ମଣ ମୁର୍ମୁ ।

author img

By

Published : Sep 13, 2019, 11:14 AM IST

ଫଟୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ଭଞ୍ଜସରା ଗ୍ରାମର ରାସ୍ତା କଡ଼ରେ ଥିବା ଏକ ଦୋକାନ ଗୃହ ବାରଣ୍ଡାରୁ ରକ୍ତାକ୍ତ ଅବସ୍ଥାରେ ଜଣେ ବୃଦ୍ଧ ଉଦ୍ଧାର ହୋଇଛନ୍ତି । ବୃଦ୍ଧ ଜଣକ ହେଲେ ବିଶୋଇ ଥାନା ନୂଆଗାଁ ପଞ୍ଚାୟତ ଡୁମ୍ବୁରଡିହା ଗ୍ରାମର ଲକ୍ଷ୍ମଣ ମୁର୍ମୁ । ତାଙ୍କ ବୟସ ପ୍ରାୟ ୭୦।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ଲକ୍ଷ୍ମଣ ରକ୍ତାକ୍ତ ଅବସ୍ଥାରେ ବାରଣ୍ଡାରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସ ଆସିବା ପରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପଠାଯାଇଥିଲା। ତେବେ ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ତାଙ୍କ ମୁଣ୍ଡରେ ଆଠଟି ଷ୍ଟିଚ୍ ଲାଗିଥିବା ଡାକ୍ତର ସୂଚନା ଦେଇଛନ୍ତି।

ଏପଟେ ବୃଦ୍ଧ ଲକ୍ଷ୍ମଣଙ୍କ ସୂଚନା ଅନୁଯାୟୀ, ସେ ବିଳମ୍ବିତ ରାତିରେ ଜାମଦାରୁ ଫେରୁଥିବା ସମୟରେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ନନ୍ଦିଆପୋଷି ଗ୍ରାମ ନିକଟରେ ତିନି ଜଣ ଅଜଣା ଯୁବକ ତାଙ୍କୁ ଠେଙ୍ଗାରେ ମାଡ଼ ମାରି ଲହୁଲୁହାଣ କରିଥିଲେ । ଏହାପରେ ସେ ଚାଲି ଚାଲି ଆସି ଭଞ୍ଜସରା ଗ୍ରାମ ନିକଟରେ ସଂଜ୍ଞାହୀନ ଅବସ୍ଥାରେ ପଡିଯାଇଥିଲେ।

ତେବେ ଅଜଣା ଯୁବକ ମାନଙ୍କୁ ସେ ଚିହ୍ନି ନଥିବା ପ୍ରକାଶ କରିଥିବା ବେଳେ ଏନେଇ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ରାସ୍ତା କଡ଼ରେ ଥିବା ଏକ ଦୋକାନ ଗୃହ ବାରଣ୍ଡାରୁ ରକ୍ତାକ୍ତ ଅବସ୍ଥାରେ ବୃଦ୍ଧ ଉଦ୍ଧାର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅଧିନରେ ଥିବା ଭଞ୍ଜସରା ଗ୍ରାମରେ। ଲହୁ ଲୁହାଣ ହୋଇଥିବା ବୃଦ୍ଧ ଜଣକ ହେଲେ ବିଶୋଇ ଥାନା ନୂଆଗାଁ ପଞ୍ଚାୟତ ଡୁମ୍ବୁରଡିହା ଗ୍ରାମର ସ୍ବର୍ଗତ ଦୁର୍ଗା ମୁର୍ମୁ ଙ୍କ ପୁଅ ଲକ୍ଷ୍ମଣ ମୁର୍ମୁ (୭୦)। ସୂଚନା ଅନୁଯାୟୀ ଆଜି ସକାଳୁ ବୃଦ୍ଧ ଜଣକ ରକ୍ତାକ୍ତ ଅବସ୍ଥାରେ ବାରଣ୍ଡାରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ ଏବଂ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ। ମୁଣ୍ଡ ରେ ପ୍ରବଳ ଆଘାତ ଯୋଗୁଁ ମୁଣ୍ଡରେ ଆଠଟି ଷ୍ଟିଚ୍ ଲାଗିଥିବା ଡାକ୍ତର ସୂଚନା ଦେଇଛନ୍ତି। ରାଇରଙ୍ଗପୁର ଡାକ୍ତରଖାନା ରେ ତାଙ୍କର ଚିକିତ୍ସା ଜାରି ରହିଛି। ବୃଦ୍ଧ ଙ୍କ ସୂଚନା ଅନୁଯାୟୀ ସେ ବିଳମ୍ବିତ ରାତିରେ ଜାମଦା ରୁ ଫେରୁଥିବା ସମୟରେ ରାଇରଙ୍ଗପୁର ଟାଉନ ଥାନା ଅଧୀନ ନନ୍ଦିଆପୋଷି ଗ୍ରାମ ନିକଟରେ ଅଜଣା ତିନି ଜଣ ଯୁବକ ତାଙ୍କୁ ଠେଙ୍ଗାରେ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ ଏବଂ ସେ ଚାଲି ଚାଲି ଆସି ଭଞ୍ଜସରା ଗ୍ରାମ ନିକଟରେ ସଂଜ୍ଞାହୀନ ଅବସ୍ଥାରେ ପଡି ଯାଇଥିଲେ। ତେବେ ସେ ଅଜଣା ଯୁବକ ମାନଙ୍କୁ ଚିହ୍ନି ନ ଥିବା ପ୍ରକାଶ କରିଛନ୍ତି। ଏ ନେଇ ରାଇରଙ୍ଗପୁର ଟାଉନ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିବା ସହିତ ବୃଦ୍ଧଙ୍କ ବୟାନ ରେକର୍ଡ କରିଛି।Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.