ETV Bharat / state

ନକଲି ସୁନା ଦେଇ ଲକ୍ଷାଧିକ ଟଙ୍କାର ସୁନା ଠକିନେଲେ ବୃଦ୍ଧ - ମା"ମଙ୍ଗଳା ଜୁଏଲରୀ

ନୂତନ ଭାବେ ଖୋଲା ଯାଇଥିବା ଓମ ମା ମଙ୍ଗଳା ଜୁଏଲରୀରୁ ନକଲି ସୁନା ବଦଳ କରି ଲକ୍ଷାଧିକ ଟଙ୍କାର ସୁନା ଠକିନେଲେ ବୃଦ୍ଧ । ଏପରି ଘଟଣା ସାମ୍ନାକୁ ଆସୁଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରୁ । ଅଧିକ ପଢନ୍ତୁ...

Old man cheated millions of dollars in exchange fake gold
ନକଲି ସୁନା ଦେଇ ଲକ୍ଷାଧିକ ଟଙ୍କାର ସୁନା ଠକିନେଲେ ବୃଦ୍ଧ
author img

By

Published : Nov 25, 2020, 10:22 AM IST

ରାଇରଙ୍ଗପୁର: ନକଲି ସୁନା ବଦଳ କରି ଲକ୍ଷାଧିକ ଟଙ୍କାର ସୁନା ଠକିନେଲେ ବୃଦ୍ଧ । ଏପରି ଘଟଣା ସାମ୍ନାକୁ ଆସୁଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବଜାରରୁ । ନୂତନ ଭାବେ ଖୋଲା ଯାଇଥିବା ଓମ ମା ମଙ୍ଗଳା ଜୁଏଲରୀରୁ ଶୁକ୍ରବାର ଦିନ ସୁବ୍ରତ ଦାସ ନାମକ ଜଣେ ବୃଦ୍ଧ ନକଲି ସୁନା ଚେନକୁ ବଦଳ କରି ପ୍ରତିବଦଳରେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାର ସୁନା ଗହଣା ସାମଗ୍ରୀ ଦୋକାନରୁ ନେଇ ଚମ୍ପଟ ମାରିଛନ୍ତି । ଏନେଇ ଦୋକାନର ମାଲିକ ରଞ୍ଜନ କୁମାର ସାହୁ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ନକଲି ସୁନା ଦେଇ ଲକ୍ଷାଧିକ ଟଙ୍କାର ସୁନା ଠକିନେଲେ ବୃଦ୍ଧ

ସୂଚନା ଅନୁଯାୟୀ ଠାକୁରମୁଣ୍ଡା -ଆନନ୍ଦପୁର ରାସ୍ତାର ମହାନ୍ତି ମାର୍କେଟ କମ୍ପ୍ଲେକ୍ସରେ ଗତ ମାସେ ପୂର୍ବରୁ ନୂତନ ଭାବରେ ଓମ ମା" ମଙ୍ଗଳା ଜୁଏଲରୀ ନାମରେ ଏକ ସୁନା ଦୋକାନ ଖୋଲିଥିଲେ । ତେବେ ଗତ ଶୁକ୍ରବାର ପ୍ରାୟ ୩.୩୦ ସମୟରେ ଜଣେ ବୃଦ୍ଧ ଲୋକ ଦୋକାନକୁ ଆସି ୬୧ ଗ୍ରାମ ୭୦୦ ମିଲିଗ୍ରାମ ଓଜନର ଗୋଟିଏ ସୁନା ଚେନ ବଦଳାଇ ବିଭିନ୍ନ ପ୍ରକାରର ଅଳଙ୍କାର ନେବାକୁ ଚାହିଁଥିଲେ । ସମ୍ପୃକ୍ତ ବୃଦ୍ଧ ଜଣକ ବମ୍ବେରେ ୧୫ ବର୍ଷ ଧରି ଚାକିରୀ କରି ଅବସର ପରେ ଠାକୁରମୁଣ୍ଡା ନିକଟ ମହୁଲଡିହାରେ ଘର କରି ରହୁଥିବାର ପରିଚୟ ଦେଇ ବିଶ୍ବାସ ଜନ୍ମାଇ ଥିଲେ ।

ଏନେଇ ଦୋକାନୀ ମାଲିକ ଠାକୁରମୁଣ୍ଡା ଥାନା ରେ ଲିଖିତ ଅଭିଯୋଗ କରିବା ସହ ଦୋକାନ ସି ସି ଟିଭି ଫୁଟେଜ ରୁ ତାଙ୍କର ଫୋଟ ଚିତ୍ର ଦେଇଥିବା ଜଣା ଯାଇଛି । ଠାକୁରମୁଣ୍ଡା ଥାନା ପୋଲିସ ଏହି ଘଟଣା ସମ୍ପର୍କରେ ଅବଗତ ହେବା ପରେ ଅନୁସନ୍ଧାନ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.