ETV Bharat / state

ସରିଲା ରମଜାନ ମାସ, ସଭିଁଏ ପାଳିଲେ ଇଦ

ଆଜି ବିଭିନ୍ନ ସହରରେ ଧୁମଧାମରେ ପାଳନ ହୋଇଛି ଇଦ । ଚଳଚଞ୍ଚଳ ମସଜିଦ । ନମାଜ ଓ କୋରାନ ପାଠରେ କମ୍ପୁଛି ଖଣ୍ଡମଣ୍ଡଳ । ସଭିଁଏ ମିଳିମିଶି ପରସ୍ପରକୁ ଆଲିଙ୍ଘନ କରି ଇଦ ମୁବାରଖ ଜଣାଇଛନ୍ତି ।

author img

By

Published : Jun 5, 2019, 7:34 PM IST

ଫଟୋ ସୌଜନ୍ୟ- ଇଟିଭି ଭାରତ

ରାଇରଙ୍ଗପୁର: ଆଜି ପବିତ୍ର ଇଦୁଲ ଫିତର । ଶାନ୍ତି, ସୌହାର୍ଦ୍ଦ୍ୟ ଓ ଭାଇଚାରାର ପର୍ବ । ରାଜ୍ୟର ପ୍ରତ୍ୟେକ ମସଜିଦରେ ଗୁଞ୍ଜରିତ ହୋଇଛି ‘ଆଲ୍ଲା ହୋ ଆକବର’ର ସ୍ବର । ନମାଜ ଓ କୋରାନ ପାଠରେ ଚାରିଆଡେ ଜମିଛି ଆଧ୍ୟାତ୍ମିକ ମାହୋଲ ।

ଭିଡିଓ ସୌଜନ୍ୟ- ଇଟିଭି ଭାରତ

ଏଥିପାଇଁ ଆଜି ସକାଳୁ ରାଇରଙ୍ଗପୁରରେ ରହୁଥିବା ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ସକାଳୁ ଉଠି ନୂଆ ପୋଷାକ ପିନ୍ଧି ମସଜିଦରେ ପହଞ୍ଚିଥିଲେ । ଏଠାରେ ନିଜ ପରମ୍ପରା ଓ ଧର୍ମ ଅନୁଯାୟୀ ଶୃଙ୍ଖଳିତ ଭାବେ ବିଧି ଅନୁସାରେ ନମାଜ ପାଠ କରିଥିଲେ । ଶେଷରେ ମନରେ ଥିବା ଇର୍ଷା, ରାଗ-ରୋଷ, ଭେଦ-ଭାବକୁ ଭୁଲି ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ର ଶୁଭେଚ୍ଛା ଜଣାଇଥିଲେ । ଏହା ପରେ ସାଙ୍ଗସାଥି, ଜ୍ଞାତି-କୁଟୁମ୍ବଙ୍କ ଭିତରେ ଉପହାରର ଆଦାନ ପ୍ରଦାନ ସହ ବିଭିନ୍ନ ରକମର ସ୍ବସ୍ବାଦୁ ବ୍ୟଞ୍ଜନର ଆସର ଜମିଥିଲା ।

Odisha Celebrates Eid-ul-Fitr With Religious Fervour
ଫଟୋ ସୌଜନ୍ୟ- ପ୍ରତିନିଧି, ରାଇରଙ୍ଗପୁର

ସେହପରି ଯାଜପୁରରେ ମଧ୍ୟ ଅତି ଧୁମଧାମରେ ଇଦୁଲ ଫିତର ପାଲନ କରାଯାଇଛି । ବିଭିନ୍ନ ସ୍ଥାନରେ ଥିବା ପୀର, ଦରଘା ଓ ମସଜିଦ୍ ଠାରେ ମୁସଲମାନମାନେ ସମୁହ ନମାଜ ପାଠ କରିବା ସହିତ ଦାନ ଧର୍ମ ଦେଇଥିଲେ । ଜିଲ୍ଲାରେ ଥିବା ସାହି ମସଜିଦରେ ସମୁହ ନମାଜପାଠ ସକାଳ ୯ଟାରେ ଆରମ୍ଭ ହୋଇ ୯.୪୦ରେ ଶେଷ ହୋଇଥିଲା । ଏହି ଧାର୍ମିକ ସଭାରେ ହଜାରୁ ଉର୍ଦ୍ଧ୍ବ ମୁସଲମାନ ଭାଇମାନେ ଗୋଟିଏ ସ୍ଥାନରେ ଏକତ୍ର ହୋଇଥିବାର ନଜର ଆସିଛି ।

ତେବେ ଶାନ୍ତି ଓ ସ୍ନେହର ଏହି ପର୍ବରୁ ବାଦ ପଡିନି ରାୟଗଡା ଜିଲ୍ଲା । ମହା ଆଡମ୍ବରରେ ମୁସଲିମ ସଙ୍ଘର ସଭାପତି Md ଆୟୁବଙ୍କ ନେତୃତ୍ବରେ ସ୍ଥାନୀୟ ମସଜିଦ ଠାରେ ଇଦ ମନାଯାଇଛି । ଏଠାରେ ଛୋଟ ଛୁଆମାନେ ମଧ୍ୟ ପରସ୍ପରକୁ ଆଲିଙ୍ଗନ କରି ଭାଇଚାରାରର ଅର୍ଥକୁ ଅନୁଭବ କରୁଥିବାର ସୁନ୍ଦର ଦୃଶ୍ୟ ମନକୁ ଛୁଇଁଛି ।

ରାଇରଙ୍ଗପୁର ସଞ୍ଜୟ ପରିଡା, ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା ଓ ରାୟଗଡାରୁ ରଞ୍ଜନ ରଥଙ୍କ ରିପୋର୍ଟ , ଇଟିଭି ଭାରତ

Intro:Body:

fghfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.