ବାରିପଦା: ଯୁବ ଖେଳକୁଦ ମହାସଂଘ ପକ୍ଷରୁ ଉତ୍ତରପ୍ରଦେଶ ଆଗ୍ରାଠାରେ ଆୟୋଜିତ ହୋଇଯାଇଛି ସର୍ବଭାରତୀୟ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଜାତୀୟ ଯୁବ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ଓଡିଆ ପୁଅ ସୁବ୍ରତ କୁମାର ଦାସ । ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ତଖତପୁର ଅଞ୍ଚଳର ସୁବ୍ରତ ଏହି ସମ୍ମାନ ପାଇ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ ।
ସୂଚନା ଅନୁଯାୟୀ ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ସୁବ୍ରତ ଭାରତ ସରକାରଙ୍କ ପକ୍ଷରୁ 2016-17 ମସିହା ସର୍ବଭାରତୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏହି ସମ୍ମାନ ସହ ସୁବ୍ରତ ସାରା ରାଜ୍ୟକୁ ଜାତୀୟ ସ୍ତରରେ ସମ୍ମାନୀତ କରିଥିଲେ । ଏଥିସହ ସେ କଲେଜରେ ପଢିବା ସମୟରେ ବିଭିନ୍ନ ସେବା କାର୍ଯ୍ୟକ୍ରମରେ ଜଡିତ ହୋଇ ଦୁଇ ଦୁଇ ଥର ରାଜ୍ୟସ୍ତରରେ ମଧ୍ୟ ପୁରସ୍କୃତ ହୋଇ ସାରିଛନ୍ତି ।
ତେବେ ଆଗ୍ରାଠାରେ ଅନୁଷ୍ଠିତ ସର୍ବଭାରତୀୟ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏହି ଜାତୀୟ ଯୁବ ସମ୍ମାନ ଗ୍ରହଣ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ