ETV Bharat / state

ଉଦ୍ଧାର ବଜ୍ରକାପ୍ତାକୁ ନେଇ ନୂଆ ଟ୍ବିଷ୍ଟ, ବନବିଭାଗ ଅଫିସରୁ ଗାଏବ - ବନବିଭାଗ ଅଫିସରୁ ଗାଏବ

ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ପିଠାବଟା ରେଞ୍ଜ ଅଫିସରୁ ବଜ୍ରକାପ୍ତା ଗାଏବ । ଅକ୍ଟୋବର 31 ତାରିଖ ଦିନ ମାଆ ବଜ୍ରକାପ୍ତାଟି ଏକ ଶାବକକୁ ଜନ୍ମ ଦେଇଥିଲା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Nov 5, 2019, 1:45 PM IST

Updated : Nov 5, 2019, 2:34 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ପିଠାବଟା ରେଞ୍ଜ ଅଫିସରୁ ବଜ୍ରକାପ୍ତା ଗାଏବ । ସୂଚନା ଅନୁସାରେ, ବନବିଭାଗ ଗତ ଅକ୍ଟୋବର 29 ତାରିଖ ଦିନ ଉଦ୍ଧାର କରିଥିଲା ଏକ ଜୀବନ୍ତ ବଜ୍ରକାପ୍ତା । ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଉଦ୍ଧାର ବଜ୍ରକାପ୍ତାକୁ ପିଠାବଟା ରେଞ୍ଜ ଅଫିସରେ ରଖା ଯାଇଥିଲା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମୟୂରଭଞ୍ଜ

ତେବେ ଅକ୍ଟୋବର 31 ତାରିଖ ଦିନ ମାଆ ବଜ୍ରକାପ୍ତାଟି ଏକ ଶାବକକୁ ଜନ୍ମ ଦେଇଥିଲା । ହେଲେ ଆଜି ସକାଳୁ ବନବିଭାଗର ପିଠାବଟା ରେଞ୍ଜ ଅଫିସରୁ ବଜ୍ରକାପ୍ତାଟି ନିଖୋଜ ଥିବା ଜଣାପଡିଛି ।

ବନବିଭାଗର ରେଞ୍ଜ ଅଫିସରୁ ମାଆ ବଜ୍ରକାପ୍ତା ଗାଏବ ରହିଥିବା ବେଳେ ଛୁଆ ବଜ୍ରକାପ୍ତାଟି ଗତକାଲି ରାତିରୁ ମୃତ୍ୟୁବରଣ କରିଥିବା ସୂଚନା ରହିଛି । ଏନେଇ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିବ ବୋଲି କହିଛନ୍ତି ବାରିପଦା ବନଖଣ୍ତ ଅଧିକାରୀ ସୟମ ମଲ୍ଲିକ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ପିଠାବଟା ରେଞ୍ଜ ଅଫିସ ରୁ ବଜ୍ରକାପ୍ତା ଗୟାବ। ବନବିଭାଗ ଗତ ଅକ୍ଟୋବର 29 ତାରିଖ ଦିନ ଉଦ୍ଧାର କରିଥିଲା ଏକ ଜୀବନ୍ତ ବଜ୍ରକାପ୍ତା ।ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା।ଉଦ୍ଧାର ବଜ୍ରକାପ୍ତା କୁ ପିଠାବଟା ରେଞ୍ଜ ଅଫିସ ରେ ରଖା ଯାଇଥିଲା ତେବେ ଅକ୍ଟୋବର 31 ତାରିଖ ଦିନ ମା ବଜ୍ରକାପ୍ତା ଟି ଜନ୍ମ ଦେଇଥିଲା ତାର ଶାବକ। ତେବେ ଆଜି ସକାଳୁ ବନବିଭାଗ ର ପିଠାବଟା ରେଞ୍ଜ ଅଫିସ ରୁ ବଜ୍ରକପ୍ଟା ନିଖୋଜ ଥିବା ଜଣାପଡିଛି। ତେବେ ବନବିଭାଗ ର ରେଞ୍ଜ ଅଫିସ ରୁ ବଜ୍ରକପ୍ଟା ସହ ଉଭୟ ମା ଓ ଛୁଆ ଗୟାବ ଥିବା ବେଳେ ବନବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିବ ବୋଲି କହିଛନ୍ତି ବାରିପଦା ବନ ଖଣ୍ତ ଅଧିକାରୀ ସୟମ ମଲ୍ଲିକ।Conclusion:
Last Updated : Nov 5, 2019, 2:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.