ETV Bharat / state

ଅଲୋଡା ହେଲା ନବଜାତ ଶିଶୁ, ଜଙ୍ଗଲରୁ ଶିଶୁର ମୃତଦେହ ଉଦ୍ଧାର - ହଜିଗଲା ମାନବିକତା

ଅଲୋଡା ହେଲା ନବଜାତ ଶିଶୁ । କରଞ୍ଜିଆ ଥାନା ଅନ୍ତର୍ଗତ ସାନବଡପୋଷି ଗ୍ରାମର ନିକଟସ୍ଥ ଜଙ୍ଗଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ

ଅଲୋଡା ହେଲା ନବଜାତ ଶିଶୁ, ଜଙ୍ଗଲରୁ ଶିଶୁର ମୃତଦେହ ଉଦ୍ଧାର

author img

By

Published : Sep 7, 2022, 4:46 PM IST

ରାଇରଙ୍ଗପୁର: ଅଲୋଡା ହେଲା ନବଜାତ ଶିଶୁ । ହଜିଗଲା ମାନବିକତା । ମରିଗଲା ମଣିଷ ପଣିଆ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କରଞ୍ଜିଆ ଥାନା ଅନ୍ତର୍ଗତ ସାନବଡପୋଷି ଗ୍ରାମରେ । ନିକଟସ୍ଥ ଜଙ୍ଗଲରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି (new born baby dead body found in rairangpur)

ସୂଚନା ଅନୁଯାୟୀ, ଆଜି ସକାଳୁ କିଛି ମହିଳା ଛତୁ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବା ବେଳେ ଶିଶୁର ମୃତଦେହ ଦେଖିବାକୁ ପାଇଥିଲେ । ଏନେଇ ମହିଳାମାନେ ନିକଟସ୍ଥ ମାଣିକାଦୁମା ଗ୍ରାମରେ ଖବର ଦେଇଥିଲେ । ତେବେ ଏହାର ଖବର ପାଇ ଗ୍ରାମର କିଛି ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ । ଏନେଇ ପୋଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏକ ନବଜାତ ଶିଶୁର ମୃତଦେହକୁ ଏପରି ଫିଙ୍ଗିଦେଇ ଚାଲି ଯାଇଛନ୍ତି । ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନଥିବା ନେଇ ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ : ପୁଣି ଅଲୋଡ଼ା ଶିଶୁ କନ୍ୟା, ବୁଦା ମୂଳରୁ ନବଜାତକ ଉଦ୍ଧାର

ସୂଚନା ଥାଉକି, ବର୍ତ୍ତମାନ ରାଜ୍ୟରେ ଏଭଳି ଘଟଣା ଧିରେ ଧିରେ ବୃଦ୍ଧି ପାଇବାକୁ ଲାଗୁଛି । ତେବେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ କରାଟିକିଲି ଗ୍ରାମରେ ଏକ ପୋଖରୀ ହୁଡାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଥିଲା । ରାୟଗଡ଼ା ଜିଲ୍ଲାର କୋଲନରା ଗାଁର ଏକ ବୁଦା ମୂଳରୁ ଶିଶୁ କନ୍ୟା ଉଦ୍ଧାର ହୋଇଥିଲା । ଗାଁର ଜନୈକ ମହିଳା ଆବର୍ଜନା ଫିଙ୍ଗିବାକୁ ଯାଇ ଗାଁ ମଝିରେ ଥିବା ଗୌରାଙ୍ଗ ମନ୍ଦିର ନିକଟ ବୁଦା ମୂଳରୁ ଏକ ନବଜାତ ଶିଶୁର କାନ୍ଦ ଶୁଣିଥିଲେ । ପାଖକୁ ଯାଇ ଦେଖିବାରୁ ଏହା ଏକ ଶିଶୁ କନ୍ୟା ବୋଲି ସେ ଜାଣିବାକୁ ପାଇଥିଲେ । ପରେ ସମ୍ପୃକ୍ତ ମହିଳା ପଡୋଶୀଙ୍କ ସହାୟତାରେ ଶିଶୁଟିକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶିଶୁ କନ୍ୟା ସୁସ୍ଥ ଥିବା ଜଣାପଡିଛି ।

ଏହା ବି ପଢନ୍ତୁ-ପୁଣି ଅଲୋଡ଼ା ଶିଶୁ କନ୍ୟା, ବୁଦା ମୂଳରୁ ନବଜାତକ ଉଦ୍ଧାର

ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ ନିକଟରେ ନବଜାତ ଶିଶୁକୁ ନାଳରୁ ଉଦ୍ଧାର କରାଯାଇଛି । ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ପଞ୍ଚାୟତର ଉଦୟପୁର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା । ଉଦୟପୁର ଗ୍ରାମ ଦେଇ ଯାଇଥିବା ନାଳର କୂଳରେ ଥିବା ଏକ ବୁଦା ମୂଳରେ ସେହି ନବଜାତ ଶିଶୁପୁତ୍ରକୁ କେହି ଫିଙ୍ଗି ଦେଇ ଚାଲି ଯାଇଥିଲା । ଏନେଇ ଗ୍ରାମର ଲୋକେ ନାଳକୁ ନିତ୍ୟକର୍ମ ସାରିବାକୁ ଯାଇଥିବା ବେଳେ ଏହି ଶିଶୁଟିକୁ ପାଇଥିଲେ । ତେବେ ଖବର ପାଇ ସ୍ଥାନୀୟ ସରପଞ୍ଚ ସେଠି ପହଞ୍ଚି ଥାନାକୁ ଖବର ଦେବା ସହ ନବଜାତକୁ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ପିଲାଟିର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାକୁ ଶିଶୁ ସୁରକ୍ଷା ଅଧିକାରୀଙ୍କ ଦ୍ବାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ଜଣାପଡିଥିଲା । ଯାହା ଫଳରେ ଶିଶୁ ସୁରକ୍ଷାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.