ETV Bharat / state

ପାରିବାରିକ ଶତ୍ରୁତାର କରୁଣ ପରିଣତି, ପୁତୁରାର ଟାଙ୍ଗିଆ ଚୋଟରେ ବଡ଼ବାପାର ମୃତ୍ୟୁ - ମୟୂରଭଞ୍ଜରେ ବଡ଼ବାପାକୁ ହତ୍ୟା କଲା ପୁତୁରା

ପାରିବାରିକ କଳହର କରୁଣ ପରିଣତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାର ଟାଙ୍ଗିଆ ଚୋଟରେ ବଡ଼ବାପାର ମୃତ୍ୟୁ । ଅଧିକ ପଢ଼ନ୍ତୁ

nephew kills uncle in Mayurbhanj
ମୟୂରଭଞ୍ଜରେ ବଡ଼ବାପାକୁ ହତ୍ୟା କଲା ପୁତୁରା
author img

By

Published : Mar 25, 2023, 9:15 PM IST

ପୁତୁରାର ଟାଙ୍ଗିଆ ଚୋଟରେ ବଡ଼ବାପାର ମୃତ୍ୟୁ

ରାଇରଙ୍ଗପୁର: ପାରିବାରିକ ଶତ୍ରୁତା ଆଗରେ ତୁଚ୍ଛ ହେଲା ସମ୍ପର୍କ । ପୁତୁରାର ଟାଙ୍ଗିଆ ଚୋଟରେ ବଡ଼ବାପାର ମୃତ୍ୟୁ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପୁତୁରାର ମରଣାନ୍ତକ ଆକ୍ରମଣ ଯୋଗୁଁ ବଡ଼ବାପାର ମୃତ୍ୟୁ ଘଟିଛି । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ନେଦାଭାଡ଼ି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଏହି ଘଟଣାରେ ଝାରପୋଖରିଆ ଥାନା ପୋଲିସ ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ଝାରପୋଖରିଆ ଥାନା ଅନ୍ତର୍ଗତ ନେଦାଭାଡି ଗ୍ରାମର ଅନିଲ ମହାନ୍ତ ଓ ରାଜେଶ ମହାନ୍ତ ସମ୍ପର୍କରେ ବଡବାପା ଓ ପୁତୁରା । ଦୁହିଁଙ୍କ ପରିବାର ମଧ୍ୟରେ ପୂର୍ବରୁ ଶତ୍ରୁତା ରହି ଆସିଥିବାର ସୂଚନା ରହିଛି । ଆଜି (ଶନିବାର) ଅନିଲ ମହାନ୍ତ ଘର ପାଖ ନଳକୂପରୁ ପାଣି ନେଇ ଘରକୁ ଫେରୁଥିବା ସମୟରେ ପଛପଟୁ ହଠାତ ତାଙ୍କ ପୁତୁରା ରାଜେଶ ମହାନ୍ତ ଆସି ଏକ ଟାଙ୍ଗିଆ ସାହାଯ୍ୟରେ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଆକ୍ରମଣ କରି ସେଠାରୁ ଫେରାର ମାରିଥିଲା ରାଜେଶ । ଏପଟେ ବଡ଼ବାପା ଅନୀଲ ରକ୍ତାକ୍ତ ଅବସ୍ଥାରେ ଗାଁ ମଝିରେ ପଡ଼ି ରହିଥିଲେ । ପରେ ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଶୀର୍ଶା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ପିଆରଏମ ସ୍ଥାନାନ୍ତରିତ କରିଥିଲେ ଡାକ୍ତର । ଆମ୍ବୁଲାନ୍ସ ଯୋଗେ ବାରିପଦା ବଡ଼ ମେଡ଼ିକାଲକୁ ନେଉଥିବା ବାଟରେ ହିଁ ଅନୀଲଙ୍କ ମୃତ୍ୟୁ ଘଟିଥିଲା ।

ତେବେ ବାରିପଦା ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ପକ୍ଷରୁ ଝାରପୋଖରିଆ ଥାନାରେ ଅଭିଯୋଗ କରାଯାଇଛି । ଖବର ପାଇ ପୋଲିସ ନେଦାଭାଡି ଗ୍ରାମରେ ପହଞ୍ଚିଥିଲା । ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ପୁତୁରା ରାଜେଶ ମହାନ୍ତକୁ ଗୋଡେଇ ଗୋଡେଇ ଚାଷ ଜମିରୁ ଧରିବାରେ ସଫଳ ହୋଇଥିଲା ପୋଲିସ । ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରାଯିବା ସହିତ ଅଭିଯୁକ୍ତ ରାଜେଶକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ତେବେ ପୂର୍ବରୁ ପାରିବାରିକ ଶତ୍ରୁତାକୁ ନେଇ ରାଜେଶ ଉତକ୍ଷିପ୍ତ ହୋଇ ବଡ଼ବାପା ଅନିଲଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ସ୍ବୀକାର କରିଛି । ସେପଟେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ବଡ଼ ମେଡ଼ିକାଲକୁ ପଠାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.