ETV Bharat / state

ପୋଲିସ ଭୟରେ ଗଲା ବାଇକ ଚାଳକଙ୍କ ଜୀବନ - Motorcycle rider died

ପୋଲିସ ଭୟରେ ଗଲା ବାଇକ ଚାଳକଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଦାମୁଡ଼ିଗୋଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...

ପୋଲିସ ଭୟରେ ଗଲା ବାଇକ ଚାଳକଙ୍କ ଜୀବନ
ପୋଲିସ ଭୟରେ ଗଲା ବାଇକ ଚାଳକଙ୍କ ଜୀବନ
author img

By

Published : Apr 17, 2021, 8:00 AM IST

ରାଇରଙ୍ଗପୁର: ପୋଲିସ ଭୟରେ ଗଲା ବାଇକ ଚାଳକଙ୍କ ଜୀବନ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଦାମୁଡ଼ିଗୋଡ଼ା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ବାଇକରେ ୩ଜଣ ସୁଲେଇପାଟରୁ ଘରକୁ ଫେରୁଥିବା ବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦାମୁଡ଼ିଗଡାଠାରେ ରାତି ପ୍ରାୟ ୮ଟା ବେଳେ ପୋଲିସ ହାବୁଡ଼ରେ ପଡ଼ିଯାଇଥିଲେ । ତେବେ ପୋଲିସ ସେମାନଙ୍କୁ ଅଟକିବା ପାଇଁ କହିବାରୁ ଫାଇନ ଭୟରେ ବାଇକ ଆରୋହି ନ ଅଟକି ଦ୍ରୁତ ଗତିରେ ପଳେଇବାକୁ ଚେଷ୍ଟା କରିଥିଲା ।

ପୋଲିସ ଭୟରେ ଗଲା ବାଇକ ଚାଳକଙ୍କ ଜୀବନ

ଫଳରେ ହମ୍ପ୍‌ସରେ ଭାରସାମ୍ୟ ହରାଇ ଛିଟିକି ପଡ଼ିବାରୁ ପଥରରେ ମୁଣ୍ଡ ବାଜି ଘଟଣା ସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

ମୃତକ ଜଣକ ଗୋରୁମହିଷାଣି ଥାନା ବାଲିଆବାଦୀ ଗ୍ରାମର ଦାସମାତ ମୁର୍ମୁ ଓ ଗୁରୁତର ନାବାଳକ ଜଣକ ଚାପଲ ଗ୍ରାମର ନାରାୟଣ ମାର୍ଣ୍ଡି । ଅନ୍ୟ ଜଣେ ଯୁବକ ପାଣ୍ଡରଶିଳା ଗ୍ରାମର ରାମରାୟ ହେମ୍ବ୍ରମ ପୋଲିସ ଭୟରେ ହସ୍ପିଟାଲ ମଧ୍ୟ ଆସିନଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.