ETV Bharat / state

ଅସୁରକ୍ଷିତ ବାରିପଦାର ଶିକ୍ଷାନୁଷ୍ଠାନ, ତାଗିଦ କଲା ଅଗ୍ନିଶମ ବିଭାଗ - ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନରେ ଚଢ଼ାଉ

ସୋମବାର ବାରିପଦା ଅଗ୍ନିଶମ ବିଭାଗ ଦ୍ବାରା ମୟୂରଭଞ୍ଜ ଜିଲ୍ଲାର ଘରୋଇ ଶିକ୍ଷାନୁଷ୍ଠାନରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି କି ନାହିଁ ଯାଞ୍ଚ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Sep 23, 2019, 7:36 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଥିବା ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନରେ ନା ଅଛି ଅଗ୍ନି ନିର୍ବାପକ ଯନ୍ତ୍ର ନା ଅଛି ଅନ୍ୟ କିଛି ସ୍ଵତନ୍ତ୍ର ବ୍ୟବସ୍ଥା । ଏନେଇ ସୋମବାର ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାର ଥିବା ବିଭିନ୍ନ ଘରୋଇ ଉଚ୍ଚ ଶିକ୍ଷାନୁଷ୍ଠାନକୁ ତଦାରଖ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ତେବେ ଜିଲ୍ଳାରେ ଥିବା ୨୫ଟି ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଅଛି କି ନାହିଁ ତାହାକୁ ତଦାରଖ କରିବା ପାଇଁ ସୋମବାର ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦଫାରେ ୫ଟି ଘରୋଇ ଶିକ୍ଷାନୁଷ୍ଠାନରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି ।

ଅଗ୍ନିଶମ ଅଧିକାରୀ ପ୍ରକାଶ କୁମାର ଜେନାଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ ସହର ମଧ୍ୟରେ ଥିବା ଅରୁଣଦ୍ବୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସାଇସିଦ୍ଧି ଆବାସିକ ଉଚ୍ଚ ବିଦ୍ୟାଳୟ, ସାଇ ଡିଗ୍ରୀ କଲେଜ ଓ ସାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପ୍ରିନ୍ସ କଲେଜରେ ଯାଞ୍ଚ କରିଥିଲେ । ଏଥିସହ ଏହି ଯାଞ୍ଚରେ କ୍ଲାସ୍ ରୁମ୍, ରୋଷେଇ ଘର, ଡାଇନିଂ ହଲ, ଲ୍ୟାବ୍ ଆଦିକୁ ମଧ୍ୟ ଯାଞ୍ଚ କରାଯାଇଥିଲା ।

ଯାହା ଦ୍ବାରା ସାଇ ଡିଗ୍ରୀ କଲେଜ ଓ ସାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଆବଶ୍ୟକୀୟ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମହଜୁଦ ନଥିବା ଦେଖିବାକୁ ମିଳିଥିଲା। ଫଳରେ ଆସନ୍ତା ୧୫ ଦିନ ମଧ୍ୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଉପଲବ୍ଧ କରାଇବା ସହ ଅଗ୍ନିଶମ ବିଭାଗରୁ ଏନଓସି ଆଣିବାକୁ ଶିକ୍ଷାନୁଷ୍ଠାନର ମାଲିକମାନଙ୍କୁ ନୋଟିସ୍ ପଠାଯିବ ବୋଲି ଅଗ୍ନିଶମ ଅଧିକାରୀ ପ୍ରକାଶ କୁମାର ଜେନା ଚେତାବନୀ ଦେଇଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲାରେ ଥିବା ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନରେ ନା ଅଛି ଅଗ୍ନି ନିର୍ବାପକ ଯନ୍ତ୍ର ନା ଅଛି ଆଉ କିଛି ସ୍ଵତନ୍ତ୍ର ବ୍ୟବସ୍ଥା। ବାରିପଦା ଅଗ୍ନିଶମ ବିଭାଗ ପକ୍ଷରୁ ମୟୁରଭଞ୍ଜ ଜିଲ୍ଲାର ଥିବା ବିଭିନ୍ନ ଘରୋଇ ଉଚ୍ଚଶିକ୍ଷାନୁଷ୍ଠାନକୁ ପରିଦର୍ଶନରେ ଯାଇଥିବା ବେଳେ ଏଭଳି ସମ୍ବେଦନଶୀଳ ଚିତ୍ର ସାମ୍ନାକୁ ଆସିଛି- ଜିଲ୍ଳାରେଥିବା ୨୫ଟି ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ଅଗ୍ନି ନିର୍ବାପକ ବ୍ୟବସ୍ପା ଅଛି କି ନାହିଁ ତାକୁ ତଦାରଖ କରିବା ପାଇଁ ବାରିପଦା ଅଗ୍ନଶମ ବିଭାଗ ପକ୍ଷରୁ ଯାଞ୍ଚ ପକ୍ରିୟା ଆରମ୍ଭ ହୋଇଛି- ପ୍ରଥମ ଦଫାରେ ୫ ଟି ଘୋରଇ ଶିକ୍ଷାନୁଷ୍ଠାନ ରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ସାଇ ଡିଗ୍ରୀ କଲେଜ ଓ ସାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟଟି ତିନି ମହଲା ବିଶିଷ୍ଟ ହୋଇଥିବା ବେଳେ ସେଠାରେ ଆବଶ୍ୟକୀୟ ଅଗ୍ନି ନିର୍ବାପକ ଯନ୍ତ୍ର ନଥିବା ବେଳେ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ମହଜୁଦ ନଥିବା ଦେଖିବାକୁ ମିଳିଥିଲା। ।ବାରିପଦା ଅଗ୍ନିଶମ ଅଧିକାରୀ ପ୍ରକାଶ କୁମାର ଜେନାଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ ସହର ମଧ୍ଯରେ ଥିବା ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ଉପରେ ଚଢାଉ କରିବା ସହ କ୍ଲାସ୍ ରୁମ୍, ରୋଷେଇ ଘର, ଡାଇନିଂ ହଲ, ଲ୍ୟାବ୍ ଆଦିକୁ ଯାଞ୍ଚ କରିଥିଲା । ଆସନ୍ତା ୧୫ ଦିନ ମଧ୍ଯରେ ଅଗ୍ନି ନିର୍ବାପକ ବ୍ୟବସ୍ତା ଉପଲବ୍ଧ କରାଇବା ସହ ଅଗ୍ନଶମ ବିଭାଗରୁ ଏନ୍ଓସି ଆଣିବାକୁ ଶିକ୍ଷାନୁଷ୍ଠାନର ମାଲିକମାନଙ୍କୁ ନୋଟିସ୍ ପଠାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଅରୁଣଦୌୟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ସାଇସିଦ୍ଧି ଆବାସିକ ଉଚ୍ଚ ବିଦ୍ୟାଳୟ, ସାଇ ଡିଗ୍ରୀ କଲେଜ ଓ ସାଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ପ୍ରିନସ୍ କଲେଜ ରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛିConclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.