ETV Bharat / state

ଗୁଣ୍ଡୁରିଆକୁ ଶହୀଦ ସ୍ଥଳ ମାନ୍ୟତା ଦିଆନ୍ତୁ ସରକାର: ଆଦିବାସୀ ସମ୍ପ୍ରଦାୟ

author img

By

Published : Feb 7, 2023, 10:53 PM IST

Updated : Feb 7, 2023, 11:01 PM IST

ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆରେ ପାଳିତ ହେଲା ଶହୀଦ ଦିବସ । ଏହି ଦିନକୁ ସରକାରୀ ବିଧିବଦ୍ଧ ଭାବେ ଶହୀଦ ଦିବସ ଘୋଷଣା କରନ୍ତୁ ବୋଲି ଆଦିବସୀଙ୍କ ଦାବି । ଅଧିକ ପଢ଼ନ୍ତୁ

ପାଳନ ହୋଇଛି ଶହୀଦ ଦିବସ
ପାଳନ ହୋଇଛି ଶହୀଦ ଦିବସ
ପାଳନ ହୋଇଛି ଶହୀଦ ଦିବସ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ପାଳନ କରାଯାଇଥିଲା ଶହୀଦ ଦିବସ । ଶହୀଦ ଆଦିବାସୀ ମାନଙ୍କୁ ସ୍ମରଣ କରିବା ପାଇଁ ଗୁଣ୍ଡୁରିଆ ଠାରେ ଆଦିବାସୀ ସମ୍ପ୍ରଦାୟ ର ଲୋକେ ପାଳନ କରିଥିଲେ ଶହୀଦ ଦିବସ। ଏହି ଅବସରରେ ଓଡ଼ିଶା ରାଜ୍ୟ ସମେତ ପଡେ଼ାଶୀ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟ ର ଲୋକେ ଯୋଗଦାନ କରିଥିଲେ। ହାତରେ ଧନୁତୀର ଧରି ବିଶାଳ ଶୋଭାଯାତ୍ରା ରେ ବାହାରିଛନ୍ତି ଗୁଣ୍ଡୁରିଆ ର ଆଦିବାସୀ। ଜୟ ହିନ୍ଦ, ଜୟ ହିନ୍ଦ ନାରା ସହିତ ନାଗରା ବାଜା ର ଶବ୍ଦ ରେ କମ୍ପି ଉଠିଥିଲା ଗଗନ ପବନ।

ଶହୀଦ ହୋଇଥିବା ସ୍ଥାନରେ ଗୁଣ୍ଡୁରିଆ ର ଆଦିବାସୀ ଲୋକେ ପହଞ୍ଚି ପୂଜାର୍ଚ୍ଚନା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ‌ହୀଦ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ। ମୟୁରଭଞ୍ଜ ଗଡ଼ଜାତ ରାଜ୍ୟ ର ମିଶ୍ରଣକୁ ବିରୋଧ କରି ଆଦିବାସୀ ମହାସଭା ତରଫରୁ ୧୯୪୯ ମସିହା ଫେବୃଆରୀ ୬ ତାରିଖ ରେ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇଥିଲା। ଆଦିବାସୀ ସଂପ୍ରଦାୟର ଲୋକେ ଓଡ଼ିଶାରେ ମୟୁରଭଞ୍ଜ ର ମିଶ୍ରଣକୁ ବିରୋଧ କରି ‘ସ୍ଵତନ୍ତ୍ର ରାଜ୍ୟ’ ଘୋଷଣା କରିବାକୁ ତତ୍ କାଳୀନ ମୂଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ସରକାରଙ୍କ ନିକଟରେ ଦାବି କରିଥିଲେ।

ଓଡ଼ିଶା ସହିତ ନ ମିଶିବା ନେଇ ଆଦିବାସୀ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୈପାଲ ସିଂ ଓ ସମ୍ପାଦକ ସୁନାରାମ ସୋରେନ୍ ଙ୍କ ନେତୃତ୍ୱରେ ମୟୁରଭଞ୍ଜ ଜିଲ୍ଲାର କୋହ୍ଲ, ସାନ୍ତାଳ, ଭୂମିଜ, ଧରୁଆ, ହୋ, ବାଥୁଡି, ଭୁଇୟାଁ, ଲୋଧା ଖାଡିଆ ଏବଂ ଅନ୍ୟାନ୍ୟ ଜନଜାତି ସମ୍ପ୍ରଦାୟର ଲୋକେ ଆନ୍ଦୋଳନ କୁ ତୀବ୍ରତର କରିଥିଲେ। ଏ ନେଇ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇ ଅସଂଖ୍ୟ ସଂଖ୍ୟା ରେ ଆଦିବାସୀ ସଂପ୍ରଦାୟର ଲୋକେ ଯୋଗ ଦେଇଥିଲେ। ତେବେ କୌଣସି କାରଣବଶତଃ ତତ୍ କାଳୀନ ପ୍ରଶାସନ ତରଫରୁ ନିରୀହ ଆଦିବାସୀଙ୍କ ଉପରେ ଗୁଳିବର୍ଷଣ କରିଥିଲା ପୋଲିସ। ଏଥିରେ ପ୍ରାୟ ଶତାଧିକ ଲୋକ ମୃତ୍ୟୁ ବରଣ କରିଥିଲେ।

ଦୀର୍ଘ ୭୪ ବର୍ଷ ହେଲା ପୋଲିସ ଗୁଳିରେ ଆଖି ବୁଝିଥିବା ଆଦିବାସୀ ଘଟଣା ଆଜି ବି ମନରୁ ଲିଭି ପାରୁନି। ତେବେ ଆଦିବାସୀ ସଂପ୍ରଦାୟର ଲୋକେ ଗୁଳିକାଣ୍ଡ ସ୍ଥଳ ଗୁଣ୍ଡୁରିଆ ଠାରେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ବାହାରି ଶହୀଦ ମାନଙ୍କୁ ସ୍ମୃତି ଚାରଣ କରିଥିଲେ। ସେଠାରେ ଶହୀଦ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ସାନ୍ତାଳୀ ପାରମ୍ପରିକ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ଏହି ଦିନକୁ ମନେ ପକେଇ ଶହୀଦ ମାନଙ୍କ ସ୍ମୃତି ଚାରଣ କରିଥାନ୍ତି।

ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ ୬ ତାରିଖ ରେ ଶହୀଦ ଦିବସ ଅବସରରେ ଜେଏମଏମ ଦଳ ପକ୍ଷରୁ ଏକ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଯେଉଁଠାରେ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା ମାନେ ଯୋଗଦାନ କରିଥିଲେ। ଦୀର୍ଘ ୭୪ ବର୍ଷ ତଳେ ହୋଇଥିବା ଏହି ଗୁଳିକାଣ୍ଡ ର ଘଟଣାର ତଦନ୍ତ ମଧ୍ୟ ହୋଇ ନଥିବା ବେଳେ ଶହୀଦ ହୋଇଥିବା ଲୋକ ମାନଙ୍କୁ ଚିହ୍ନଟ ମଧ୍ୟ କରାଯାଇ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଶହୀଦ ମାନଙ୍କୁ ଚିହ୍ନଟ କରିବା ସହ ପରିବାର ଲୋକଙ୍କୁ କିଛି ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି କିଛି ସଂଗଠନ।

ଇଟିଭି ଭାରତ,ରାଇରଙ୍ଗପୁର

Last Updated : Feb 7, 2023, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.