ETV Bharat / state

ମୟୂରଭଞ୍ଜ ପ୍ରିମିୟର ଲିଗ; ଫୁଟବଲ ଓ କ୍ରିକେଟ ପାଇଁ କ୍ରୀଡାମନ୍ତ୍ରୀଙ୍କ ଲୋଗୋ ଉନ୍ମୋଚିତ - Sports Minister Unveiling the logo of Football and Cricket

ବିଜୁ ଜନତା ଦଳ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଯୁବ ଖେଳାଳୀ ମାନଙ୍କ ପାଇଁ ପ୍ରଥମଥର ଆରମ୍ଭ ହେବାକୁ ଥିବା ମୟୂରଭଞ୍ଜ ପ୍ରିମିୟର ଲିଗରେ ଉଭୟ ଫୁଟବଲ ଓ କ୍ରିକେଟ ଖେଳ ପାଇଁ ଲୋଗେ ଓ ଜର୍ଶୀକୁ ଉନ୍ମୋଚନ କଲେ ରାଜ୍ୟ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ଅଧିକ ପଢନ୍ତୁ...

ମୟୂରଭଞ୍ଜ ପ୍ରିମିୟର ଲିଗ; ଫୁଟବଲ ଓ କ୍ରିକେଟ ପାଇଁ କ୍ରୀଡା ମନ୍ତ୍ରୀଙ୍କ ଲୋଗ ଉନ୍ମୋଚନ

author img

By

Published : Jan 24, 2021, 7:22 AM IST

Updated : Jan 24, 2021, 9:50 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଯୁବଗୋଷ୍ଠୀଙ୍କ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଜୁ ଜନତା ଦଳର ନୂଆ ରଣ କୌଶଳ। ଆଗାମୀ ପଞ୍ଚାୟତ ଓ ପୌରନିର୍ବାଚନକୁ ଆଖି ଆଗରେ ରଖି ବିଜେଡି ଆରମ୍ଭ କରିଛି ଖେଳ ରାଜନୀତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେଏଥିପାଇଁ ଶନିବାର ବାରିପଦା ସହରର ଏକ ଘୋରାଇ ହୋଟେଲର ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଧିବଦ୍ଧ ଭାବେ ଦଳ ପକ୍ଷରୁ ଏମପିଏଲର ଲୋଗୋ ଏବଂ ଜର୍ଶୀ ଉନ୍ମୋଚନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇଥିଲେ। ଏଥିରେ ଫୁଟବଲ ଓ କ୍ରିକେଟ ଉଭୟ ଖେଳ ନେଇ ଆୟୋଜନ କରାଯାଇଛି।ଏହି ପ୍ରତିଯୋଗିତା ଚଳିତ ମାସ ୩୦ ତାରିଖରୁ ଫେବୃୟାରୀ ୬ ତାରିଖ ଯାଏଁ ପ୍ରତି ବ୍ଲକସ୍ତରରେ ଆୟୋଜିତ ହେବ ।

ମୟୂରଭଞ୍ଜ ପ୍ରିମିୟର ଲିଗ; ଫୁଟବଲ ଓ କ୍ରିକେଟ ପାଇଁ କ୍ରୀଡାମନ୍ତ୍ରୀଙ୍କ ଲୋଗୋ ଉନ୍ମୋଚିତ

ଫେବୃୟାରୀ ୮ ତାରିଖରୁ ମାର୍ଚ୍ଚ ୧ ତାରିଖ ଯାଏଁ ବ୍ଳକରୁ ଚୟନ ହୋଇଥିବା ଦଳ ଗୁଡ଼ିକୁ ନେଇ ବାରିପଦା ଷ୍ଟାଡିୟମଠାରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ହେବ । ମାର୍ଚ୍ଚ ୨ ତାରିଖ ଓ ୩ ତାରିଖ ଦିନ ରାଇରଙ୍ଗପୁର ଷ୍ଟାଡିୟମଠାରେ ଫୁଟବଲ ସେମିଫାଇନାଲ ଓ ଫାଇନାଲ ଖେଳ ଏବଂ ମାର୍ଚ୍ଚ ୫ ଓ ୬ ତାରିଖରେ କ୍ରିକେଟ ସେମିଫାଇନାଲ ଓ ଫାଇନାଲ ଖେଳ ବାରିପଦା ଷ୍ଟାଡିୟମଠାରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି । ଜିଲ୍ଲାର ୨୬ଟି ଯାକ ବ୍ଲକରୁ ୮ଟି ଲେଖାଏଁ ଫୁଟବଲ ଓ କ୍ରିକେଟ ଟିମ୍ ଅଂଶ ଗ୍ରହଣ କରିବାକୁ ଥିବା ବେଳେ, ଜିଲ୍ଲାର ୨ଟି ଏନ.ଏ.ସି ଓ ୨ଟି ମୁନିସିପାଲିଟି ଅଞ୍ଚଳର ଯଥାକ୍ରମେ ୨ଟି ଲେଖାଏଁ ଓ ୪ଟି ଲେଖାଏଁ ଟିମ ଲିଗରେ ଅଂଶ ଗ୍ରହଣ କରିବେ ।

ଜିଲ୍ଲା ସ୍ତରରେ କ୍ରିକେଟ ପାଇଁ ୧ଟି ମ୍ୟାନ ଅଫ୍‌‌ ଦି ମ୍ୟାଚ ଟ୍ରଫି, ଶ୍ରେଷ୍ଠ ବୋଲର, ବ୍ୟାଟସମ୍ୟାନ ଓ ଫିଲଡରଙ୍କୁ ୫ ହଜାର ଟଙ୍କା ଓ ମ୍ୟାନ ଅଫ୍ ଦି ସିରିଜଙ୍କୁ ୧ଟି ହିରୋ ସି.ବି.ଜେଡ ଏକ୍ସଟ୍ରିମ ବାଇକ ଦିଆଯିବାକୁ ଥିବା ବେଳେ, ଚମ୍ପିଆନ ଦଳକୁ ନଗଦ ୧ଲକ୍ଷ ଓ ରନର୍ସ ଅପ୍ ଦଳକୁ ନଗଦ ୫୦ ହଜାର ଟଙ୍କା। ସେହିଭଳି ଫୁଟବଲ ଖେଳ ନିମନ୍ତେ ଜିଲ୍ଲା ସ୍ତରୀୟ ମ୍ୟାନ ଅଫ ଦି ମ୍ୟାଚ ଶ୍ରେଷ୍ଠ ଷ୍ଟ୍ରାଇକର ଓ ଗୋଲକିପରକୁ ୫ ହଜାର ଟଙ୍କା ଲେଖାଏଁ, ମ୍ୟାନ ଅଫ୍ ଦି ସିରିଜଙ୍କୁ ୧ଟି ହିରୋ ସି.ବି.ଜେଡ ଏକ୍ସଟ୍ରିମ ବାଇକ ଦିଆଯିବ ।

ଚମ୍ପିଆନ ଦଳକୁ ନଗଦ ୧ଲକ୍ଷ ଓ ରନର୍ସ ଅପ୍ ଦଳକୁ ନଗଦ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାଯାଇଛି ।ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ ସଭାପତି ବ୍ୟମକେଶ ରାୟ ମଞ୍ଚ ପରିଚାଳନା କରିଥିବା ବେଳେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପ୍ରଣବ ବଳବନ୍ତ ରାୟଙ୍କ ସମେତ ଜିଲ୍ଲାର ସାଂସଦ, ବିଧାୟକ ଓ ତୁଙ୍ଗ ନେତାମାନେ ଉପସ୍ଥିତ ରହିଥିଲେ।

ସେପଟେ ବିଜୁ ଛାତ୍ର ଓ ଯୁବ ଜନତା ଦଳର କର୍ମୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ଏହି ଖେଳ ରାଜନୀତି ଜିଲ୍ଲାର ରାଜନୀତିକୁ ସରଗରମ କରିଥିବା ବେଳେ ଆଗାମୀ ଦିନରେ ଏହା ସଙ୍ଗଠନକୁ କିଭଳି ସୂଫଳ ପ୍ରଦାନ କରିବ ତାହା ଦେଖିବାକୁ ବାକି ରହିବ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jan 24, 2021, 9:50 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.