ETV Bharat / state

ପଡୋଶୀ ଜିଲ୍ଲାରେ କୋରୋନା ଚିହ୍ନଟ ପରେ ବାରିପଦାରେ ଜୋରଦାର ପେଟ୍ରୋଲିଂ - ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାରେ କୋରୋନା ଚିହ୍ନଟ

ପଡ଼ୋଶୀ ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାରେ ଏକାଧିକ କୋରୋନା ପଜିଟିଭ ଚିହ୍ନଟ ପରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚେକିଂକୁ ଜୋରଦାର କରାଯାଇଛି । ଅଧିକ ପଢନ୍ତୁ...

mayurbhanj police petrolling
ପଡୋଶୀ ଜିଲ୍ଲାରେ କୋରୋନା ଚିହ୍ନଟ ପରେ ବାରିପଦାରେ ଜୋରଦାର ପେଟ୍ରୋଲିଂ
author img

By

Published : Apr 30, 2020, 9:42 AM IST

Updated : Apr 30, 2020, 10:02 AM IST

ବାରିପଦା: ପଡ଼ୋଶୀ ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାରେ ଏକାଧିକ କୋରୋନା ପଜିଟିଭ ଚିହ୍ନଟ ପରେ ମୟୂରଭଞ୍ଜ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚେକିଂକୁ ଜୋରଦାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋରୋନା ପଜିଟିଭ ଚିହ୍ନଟ ହୋଇ ନ ଥିବା ବେଳେ ସତର୍କତା ପଦକ୍ଷେପ ସ୍ବରୂପ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ସୀମାକୁ ସଂପୂର୍ଣ୍ଣ ସିଲ କରାଯାଇଛି ।

ପଡୋଶୀ ଜିଲ୍ଲାରେ କୋରୋନା ଚିହ୍ନଟ ପରେ ବାରିପଦାରେ ଜୋରଦାର ପେଟ୍ରୋଲିଂ

ମୟୂରଭଞ୍ଜ ଜିଲ୍ଲାର ସୀମାକୁ ଲାଗିରହିଥିବା ପଶ୍ଚିମବଙ୍ଗ ଓ ଦୁଇ ପଡୋଶୀ ଜିଲ୍ଲା ବାଲେଶ୍ଵର ଓ କେନ୍ଦୁଝରରେ କୋରୋନା ଭୂତାଣୁ ଚିହ୍ନଟ ହୋଇଛନ୍ତି । ତେଣୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ବେଶ ସତର୍କତା ଅବଲମ୍ବନ କରିଛି । ସେଥିପାଇଁ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ବାରିପଦା ଟାଉନ ଥାନା ଅଧିକାରୀ ସହଯୋଗରେ ବାରିପଦାରେ ଜୋରଦାର ପେଟ୍ରୋଲିଂ କରାଯାଇଛି ।

ବାରିପଦା ସହରର ଷ୍ଟେସନ ବଜାର, ମୁଖ୍ୟ ମାର୍କେଟ ଓ ମୁର୍ଗବାଡି ଅଞ୍ଚଳରେ ଯାଞ୍ଚ ବଢାଇ ଦିଆଯାଇଛି । ଏହା ସହ ସହରରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଖୋଲାଯାଇଥିବା ଅନ୍ୟାନ୍ୟ ଦୋକାନ ଗୁଡିକକୁ ବନ୍ଦ କରାଯାଇଛି । ଅନ୍ୟପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନରେ ସାମାଜିକ ଦୂରତ୍ବକୁ ମଧ୍ୟ ଗୁରୁତ୍ବ ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Apr 30, 2020, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.