ETV Bharat / state

କାଇ ଚଟଣୀକୁ ମିଳିବ ଜିଆଇ ଟ୍ୟାଗ, ଖୁସି ବ୍ୟକ୍ତ କଲା କାଇ ସମାଜ - ମୟୂରଭଞ୍ଜ ଆଦିବାସୀଙ୍କ ଖାଦ୍ୟକୁ ମିଳିବ ନୂଆ ପରିଚୟ

ମୟୂରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ଖାଦ୍ୟକୁ ମିଳିବ ନୂଆ ପରିଚୟ । ଶିମିଳିପାଳ କାଇ ଚଟଣୀ ଜିଆଇ ଟ୍ୟାଗ ପାଇଁ ମନୋନିତ ହେବା ପରେ ଖୁସି ବ୍ୟକ୍ତ କରିଛି କାଇ ସମାଜ । ଅଧିକ ପଢ଼ନ୍ତୁ

mayurbhanj kai chutney
ଶିମିଳିପାଳ କାଇ ଚଟଣୀକୁ ଜିଆଇ ଟ୍ୟାଗ
author img

By ETV Bharat Odisha Team

Published : Sep 3, 2023, 9:54 PM IST

ଶିମିଳିପାଳ କାଇ ଚଟଣୀକୁ ଜିଆଇ ଟ୍ୟାଗ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ପ୍ରିୟ ଖାଦ୍ୟ କାଇ ପିମ୍ପୁଡ଼ି ଚଟଣୀକୁ ମିଳିବ ଜିଆଇ ଟ୍ୟାଗ । କାଇ ପିମ୍ପୁଡ଼ି ଚଟଣୀକୁ ଆଦିବାସୀ ମାନେ ସ୍ୱାସ୍ଥ୍ୟକର, ସୁସ୍ୱାଦୁ ଓ ମେଡ଼ିସିନ ଯୁକ୍ତ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି । ଏହି ଚଟଣୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ ବା ଜିଆଇର ମାନ୍ୟତା ମିଳିବ ବୋଲି ସୂଚନା ରହିଛି । ଯାହାକୁ ନେଇ ଖୁସି ବ୍ୟକ୍ତ କରିଛି କାଇ ସମାଜ ।

ମୟୂରଭଞ୍ଜ ଜିଲ୍ଲାର କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ଜିଆଇର ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ଏହି ମାନ୍ୟତା ପାଇବା ପାଇଁ ପାଖାପାଖି ତିନି ବର୍ଷ ପୂର୍ବରୁ ଉଦ୍ୟମ କରା ଯାଇଥିଲା ବୋଲି କାଇ ସମାଜର ମୁଖ୍ୟ ଇଂ ନୟାଧର ପଢିଆଳ ସୂଚନା ଦେଇଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ କାଇ ପିମ୍ପୁଡ଼ି ଚଟଣୀକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୭୨୫ ନମ୍ବର ଦରଖାସ୍ତରେ ୭ ଡିସେମ୍ବର ୨୦୨୦ରେ ଆବେଦନ ହୋଇଥିଲା । ଓୟୁଏଟି ବିଭିନ୍ନ ସମୟରେ ଜିଆଇ ଟ୍ୟାଗ ମାନ୍ୟତା ନିମନ୍ତେ ସହଯୋଗ କରି ଆସିଥିଲା । କାଇ ଚଟଣୀକୁ ବିଭାଗ ୩୦ର ମାନ୍ୟତା ମିଳିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଆଇର ମାନ୍ୟତା ମିଳିବ ବୋଲି ସୂଚନା ମିଳିବା ପରେ ମୟୂରଭଞ୍ଜ ଜିଲ୍ଲାର କାଇ ସମାଜ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ଡଙ୍ଗରିଆ କନ୍ଧଙ୍କ ବାନ୍ଧକଳା କପଡାଗୁନ୍ଦାକୁ ମିଳିବ GI ମାନ୍ୟତା

ସୂଚନାଯୋଗ୍ୟ ଯେ, ବହୁ ଅମଳରୁ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟର ଲୋକେ ବିଭିନ୍ନ ରୋଗ ପାଇଁ କାଇ ପିମ୍ପୁଡ଼ିକୁ ବ୍ୟବହାର କରୁଥିଲେ । ଜଙ୍ଗଲରୁ କାଇ ପିମ୍ପୁଡ଼ିକୁ ସଂଗ୍ରହ କରି ରସୁଣ, ଅଦା, କଞ୍ଚାଲଙ୍କା, ଧନିଆପତ୍ର ଇତ୍ୟାଦି ମିଶାଇ ଏକ ଚଟଣୀ ତିଆରି କରୁଥିଲେ । ଏହି ଚଟଣୀ ବ୍ୟବହାର କରି ଥଣ୍ଡା, କାଶ, କଫ, ଛିଙ୍କ ଓ ଜ୍ୱରରୁ ଆରୋଗ୍ୟ ଲାଭ ହେଉଥିଲେ । ତେବେ କୋରୋନା ମହାମାରୀ ସମୟରେ ଏହି କାଇ ପିମ୍ପୁଡ଼ି ଚଟଣୀ ସେବନ କରି ବହୁ ଆଦିବାସୀଙ୍କ ପାଖକୁ କୋରୋନା ମାଡ଼ି ନ ଥିବା ଲୋକେ କହିଛନ୍ତି । ଚଟଣୀରେ ସୋଡିୟମ, ପଟାସିୟମ, ମାଗନେସିୟମ, ଆଇରନ ଆଦି ଅନେକ ପ୍ରକାରର ଭିଟାମିନ ରହିଛି । ଯାହାକି ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ ।

ଏହି କାଇ ପିମ୍ପୁଡ଼ି ଉପରେ ଗବେଷଣା କଲେ ସମ୍ଭବତଃ ବଡ଼ରୁ ବଡ ରୋଗର ପ୍ରତିଷେଧକ ମିଳିପାରବ ବୋଲି ମୟୂରଭଞ୍ଜର ଯୁବ ଇଂ ନୟାଧର ପଢ଼ିଆଳ କହିଛନ୍ତି । ଏନେଇ ସେ ଯୁକ୍ତ ସମ୍ବଳିତ ପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଆୟୂଷ, ଆଇସିଏମଆର ଓ ସିଏସଆଇଆରର ଡାଇରେକ୍ଟର ଜେନେରାଲଙ୍କୁ ପ୍ରଦାନ କରିଥିଲେ । ତେବେ ଜିଆଇ ଟ୍ୟାଗ ମାନ୍ୟତା ମିଳିବା ପରେ ଏହାର ଗବେଷଣା ସମ୍ଭାବନା ଅଧିକ ଉଜ୍ଵଳ ହୋଇଛି । ଆସନ୍ତା ତିନି ମାସ ମଧ୍ୟରେ ମାନ୍ୟତା ପ୍ରଦାନ ବିରୁଦ୍ଧରେ ଆପତ୍ତି ଅଭିଯୋଗ ପାଇଁ ସମୟ ରହିଛି । କେହି ବିରୋଧ ନକଲେ ଜିଆଇ ମାନ୍ୟତା ମିଳିବା ସୁନିଶ୍ଚିତ ବୋଲି ସମାଜ ପକ୍ଷରୁ ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.