ETV Bharat / state

ମୟୂରଭଞ୍ଜରେ ସଂକ୍ରମଣ ସଂଖ୍ୟା ୫୩୦ ଛୁଇଁଲା, 6 କୋଭିଡ ଯୋଦ୍ଧା ଆକ୍ରାନ୍ତ

ମୟୂରଭଞ୍ଜ ଜିଲ୍ଲାରେ ଶୁକ୍ରବାର ପୁଣି ୩୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦ରେ ପହଞ୍ଚିଛି ସେଥିମଧ୍ୟରୁ ୩୮୭ ଜଣ ସୁସ୍ଥ ୧୪୩ ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 25, 2020, 7:41 AM IST

Updated : Jul 25, 2020, 8:11 AM IST

ମୟୁରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦ ଛୁଇଁଲା, 6 କୋଭିଡ ଯୋଦ୍ଧା ଆକ୍ରାନ୍ତ

ବାରିପଦା: ପୁଣି ୩୨ ଜଣ କୋରୋନା ପଜିଟିଭ ଚିହ୍ନଟ । ମୟୂରଭଞ୍ଜ ଜିଲ୍ଲାରୁ ଶୁକ୍ରବାର ପୁଣି ୩୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦ରେ ପହଞ୍ଚିଛି ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ୩୨ ଜଣଙ୍କ ମଧ୍ୟରୁ ୯ ଜଣ କ୍ବାରେଣ୍ଟାଇନ ସେଣ୍ଟର, ଦୁଇ ଜଣ ହୋମ କ୍ବାରେଣ୍ଟାଇନ, ୧୫ ଜଣ ସ୍ଥାନୀୟ ଅଞ୍ଚଳରୁ ଏବଂ ଛଅ ଜଣ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ୩୨ ଜଣକ ମଧ୍ୟରୁ କପ୍ତିପଦା ବ୍ଲକରୁ ଜଣେ, ଖୁଣ୍ଟା ବ୍ଲକରୁ ଦୁଇ ଜଣ,ଜଶିପୁର, ବାଙ୍ଗରିପୋଷି, ଉଦଳା ବ୍ଲକରୁ ତିନି ଜଣ, ବେତନଟୀ ବ୍ଲକ ଏବଂ ବାରିପଦା ସହରରୁ ଚାରିଜଣ, କରଞ୍ଜିଆ ବ୍ଲକ ରୁ ପାଞ୍ଚ ଜଣ, ଶୁକ୍ରୁଲିରୁ ସାତଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଚିହ୍ନଟଙ୍କ ମଧ୍ୟରୁ କର୍ଣ୍ଣାଟକରୁ ଜଣେ, ତାମିଲନାଡୁ ରୁ ଦୁଇ ଜଣ,ତେଲେଙ୍ଗାନା ରୁ ୫ ଜଣ, ରାଜସ୍ଥାନ ରୁ ଜଣେ, ଝାରଖଣ୍ଡରୁ ଜଣେ, ନୂଆଦିଲ୍ଲୀରୁ ଜଣେ ଲେଖାଏଁ ଫେରିଥିବା ଜଣାପଡିଛି ।

ମୟୂରଭଞ୍ଜରେ ସଂକ୍ରମଣ ସଂଖ୍ୟା ୫୩୦ ଛୁଇଁଲା, 6 କୋଭିଡ ଯୋଦ୍ଧା ଆକ୍ରାନ୍ତ

ତେବେ ଚିକିତ୍ସା ନିମନ୍ତେ ସମସ୍ତ ୩୨ ଜଣଙ୍କୁ ବାଙ୍କୀସୋଲ ସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାରେ ସ୍ଥାନୀୟ ଅଞ୍ଚଳ ଏବଂ କୋଭିଡ ଯୋଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦ କୁ ଛୁଇଁଛି। ସେଥିମଧ୍ୟରୁ ୧୪୩ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ୩୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jul 25, 2020, 8:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.