ETV Bharat / state

ମୟୂରଭଞ୍ଜରେ ପଜେଟିଭ ସଂଖ୍ୟା ୩୧୬, ଦୁଇ କୋଭିଡ ଯୋଦ୍ଧା ସଂକ୍ରମିତ

ମୟୂରଭଞ୍ଜ ଜିଲ୍ଲାରେ ଶୁକ୍ରବାର ପୁଣି ୧୨ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୬ ରେ ପହଞ୍ଚିଛି ସେଥିମଧ୍ୟରୁ ୨୧୫ ଜଣ ସୁସ୍ଥ ୧୦୧ ଆକ୍ରାନ୍ତ ସକ୍ରିୟ ଅଛନ୍ତି ।

author img

By

Published : Jul 11, 2020, 1:44 AM IST

ମୟୂରଭଞ୍ଜରେ ପଜେଟିଭ ସଂଖ୍ୟା ୩୧୬, ଦୁଇ କୋଭିଡ ଯୋଦ୍ଧା ସଂକ୍ରମିତ
ମୟୂରଭଞ୍ଜରେ ପଜେଟିଭ ସଂଖ୍ୟା ୩୧୬, ଦୁଇ କୋଭିଡ ଯୋଦ୍ଧା ସଂକ୍ରମିତ

ବାରିପଦା: ପୁଣି ୧୨ ଜଣ କୋରୋନା ପଜିଟିଭ ଚିହ୍ନଟ । ମୟୂରଭଞ୍ଜ ଜିଲ୍ଲାରୁ ଶୁକ୍ରବାର ପୁଣି ୧୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୬ରେ ପହଞ୍ଚିଛି ।

ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ମଧ୍ୟରୁ ୪ ଜଣ କ୍ବାରେଣ୍ଟାଇନ ସେଣ୍ଟର, ଛଅ ଜଣ ସ୍ଥାନୀୟ ଅଞ୍ଚଳରୁ ଏବଂ ଦୁଇଜଣ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୨ ଜଣକ ମଧ୍ୟରୁ କୁଳିଅଣା, ବହଳଦା, ଜମଦା, ଜଶିପୁର, କୁସୁମୀ, ଉଦଳା ରୁ ଜଣେ ଲେଖାଏଁ ଶୁକୃଳି ବ୍ଲକରୁ ଦୁଇଜଣ , ରାଇରଙ୍ଗପୁର ରୁ ଚାରି ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଶୁକ୍ରବାର ଚିହ୍ନଟଙ୍କ ମଧ୍ୟରୁ କର୍ଣ୍ଣାଟକରୁ ଜଣେ ମହାରାଷ୍ଟ୍ରରୁ ଦୁଇ ଜଣ, ଛତିଶଗଡ଼ରୁ ଜଣେ ଲେଖାଏଁ ଫେରିଥିବା ଜଣାପଡିଛି । ତେବେ ଚିକିତ୍ସା ନିମନ୍ତେ ସମସ୍ତ ୧୨ ଜଣଙ୍କୁ ବାଙ୍କୀସୋଲ ସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ଜିଲ୍ଲାରେ ସ୍ଥାନୀୟ ଅଞ୍ଚଳ ଏବଂ କୋଭିଡ ଯୋଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୬କୁ ଛୁଇଁଛି। ସେଥିମଧ୍ୟରୁ ୧୦୧ ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ୨୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.