ETV Bharat / state

ବଦଳିବ ଦ୍ବିତୀୟ ଶ୍ରୀକ୍ଷେତ୍ରର ରୁପରେଖ, ସମୀକ୍ଷା କଲେ ଜିଲ୍ଲାପାଳ - ଦ୍ବିତୀୟ ଶ୍ରୀକ୍ଷେତ୍ର ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିର

ଦ୍ବିତୀୟ ଶ୍ରୀକ୍ଷେତ୍ର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

aa
ଉନ୍ନତିକରଣ ହେବ ଦ୍ବିତୀୟ ଶ୍ରୀକ୍ଷେତ୍ର; ସମୀକ୍ଷା କଲେ ଜିଲ୍ଲାପାଳ
author img

By

Published : Jan 31, 2020, 7:38 PM IST

ବାରିପଦା: ବଦଳିବ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମନ୍ଦିରର ରୂପରେଖ । ଜାନୁଆରୀ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିରର ଉନ୍ନତି କରଣ ପାଇଁ ୫ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ । ତେବେ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ବାଜ ମନ୍ଦିର ବୁଲି ଦେଖିଛନ୍ତି ।

ଉନ୍ନତିକରଣ ହେବ ଦ୍ବିତୀୟ ଶ୍ରୀକ୍ଷେତ୍ର; ସମୀକ୍ଷା କଲେ ଜିଲ୍ଲାପାଳ

ଜିଲ୍ଲାପାଳଙ୍କ ସମେତ ପୂର୍ତ୍ତ ବିଭାଗ, ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଦେବୋତ୍ତର ବିଭାଗର ଅଧିକାରୀ ଆଜି ଅଚାନକ ମନ୍ଦିରରେ ପହଞ୍ଚିଥିଲେ । ସେବାୟତ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ମନ୍ଦିରର ଉନ୍ନତି କରଣ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ନାଗରା ଭାଡ଼ିର ଉନ୍ନତିକରଣ, ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଜଳ ନିଷ୍କାସନର ବ୍ୟବସ୍ଥା, ମନ୍ଦିରରେ ଉନ୍ନତ ମାନର ମାର୍ବଲ ଲଗାଇବା, ମନ୍ଦିର ବେଢ଼ାରେ ଥିବା ଛୋଟ ଛୋଟ ମନ୍ଦିରର ଉନ୍ନତିକରଣ ତଥା ଅନ୍ନପ୍ରସାଦ ପ୍ରସ୍ତୁତ ଗୃହର ଉନ୍ନତିକରଣ ବିଷୟରେ ଆଲୋଚନା କରିବା ସହିତ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭିନୀତ ଭରଦ୍ବାଜ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଈଟିଭି ଭାରତ

Intro:ଦ୍ଵିତୀୟ ଶ୍ରୀକ୍ଷେତ୍ର ବାରିପଦା ର ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ଙ୍କ ମନ୍ଦିର ଉନ୍ନତି କରଣ ପାଇଁ ଜିଲ୍ଲାପାଳ ଙ୍କ ଜଗନ୍ନାଥ ମନ୍ଦିର ପରିଦର୍ଶନ ସହ ସେବାୟତ ଓ ବୁଦ୍ଧିଜୀବୀ ଙ୍କ ସହ ଆଲୋଚନା। Body:ବଦଳିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ମନ୍ଦିରର ରୂପରେଖ- ଜାନୁଆରୀ ୭ ତାରିଖରେ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ମନ୍ଦିର ର ଉନ୍ନତି କରଣ ପାଇଁ ୫ କୋଟି ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଥିଲେ। ମନ୍ଦିର ର ଉନ୍ନତିକରଣ ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ ମନ୍ଦିର ବୁଲି ଦେଖିଛନ୍ତି । ଆଜି ଜିଲ୍ଲାପାଳ , ପୂର୍ତ୍ତ ବିଭାଗ , ମୁନ୍ସୀପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଦେବତ୍ତର ବିଭାଗର ଅଧିକାରୀ ଆଜି ଅଚାନକ ମନ୍ଦିର ରେ ପହଂଚି ସେବାୟତ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ମନ୍ଦିରର ଉନ୍ନତି କରଣ ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପ୍ରାରମ୍ଭିକ ପର୍ଯ୍ୟାୟରେ ନାଗରା ଭାଡ଼ିର ଉନ୍ନତିକରଣ , ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ,ଜଳ ନିଷ୍କାସନର ବ୍ୟବସ୍ଥା , ମନ୍ଦିରରେ ଉନ୍ନତ ମାନର ମାର୍ବଲ ଲଗାଇବା , ମଦିର ବେଢ଼ାରେ ଥିବା ଛୋଟ ଛୋଟ ମନ୍ଦିରର ଉନ୍ନତିକରଣ ତଥା ଅନ୍ନପ୍ରସାଦ ପ୍ରସ୍ତୁତ ଗୃହର ଉନ୍ନତିକରଣ ବିଷୟରେ ଆଲୋଚନା କରିବା ସହିତ ଝୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲେ ଜିଲ୍ଲାପାଳ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.