ETV Bharat / state

ବିଦାୟ ନେଲେ ଶହୀଦ ନନ୍ଦୁରାମ ସୋରେନ, ଜାଣନ୍ତୁ କେମିତି ଥିଲା ଶେଷ ଯାତ୍ରା... - ରାଇରଙ୍ଗପୁରରେ ଶହୀଦ ନନ୍ଦୁରାମଙ୍କ ଶେଷକୃତ୍ୟ

ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରେ ନନ୍ଦୁରାମ ସର୍ବକନିଷ୍ଠ ହୋଇଥିବା ବେଳେ ପିଲାଟି ଦିନରୁ ଦେଶମାତୃକାର ସେବା କରିବା ପାଇଁ ତାଙ୍କର ଇଚ୍ଛା ରହିଥିଲା । ଏଥିପାଇଁ କଲେଜ ଶିକ୍ଷା ସମାପ୍ତ କରି 1997 ମସିହାରେ ସେ ସେନାରେ ଭର୍ତ୍ତି ହୋଇଥିଲେ । ତେବେ ଶେଷ ସମୟରେ ସେ 16 ବିହାର ରେଜିମେଣ୍ଟରେ ନାଏବ ସୁବେଦାର ଭାବେ କାର୍ଯ୍ୟରତ ଥିଲେ ।

martyre nanduram soren, india-china face off took odia soidiers life, rairangapur latest news, martyre nanduram soren's last rites in rairangpur, martyre nanduram soren's last rites, ଶହୀଦ ନନ୍ଦୁରାମ ସୋରେନ, ଭାରତ-ଚୀନ ସଂଘର୍ଷରେ ଶହୀଦ ଓଡିଆ ଯବାନ, ରାଇରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ରାଇରଙ୍ଗପୁରରେ ଶହୀଦ ନନ୍ଦୁରାମଙ୍କ ଶେଷକୃତ୍ୟ, ଶହୀଦ ନନ୍ଦୁରାମ ସୋରେନଙ୍କ ଶେଷକୃତ୍ୟ
ବିଦାୟ ନେଲେ ଶହୀଦ ନନ୍ଦୁରାମ ସୋରେନ, ଜାଣନ୍ତୁ କେମିତି ଥିଲା ଶେଷ ଯାତ୍ରା...
author img

By

Published : Jun 20, 2020, 11:49 PM IST

ରାଇରଙ୍ଗପୁର: ପଞ୍ଚଭୂତରେ ବିଲୀନ ହେଲେ ଓଡିଆ ମାଟିର ବୀରପୁତ୍ର ଶହୀଦ ନନ୍ଦୁରାମ ସୋରେନ । ଶୁକ୍ରବାର ଜନ୍ମମାଟିରେ ସମ୍ପନ୍ନ ହୋଇଛି ତାଙ୍କର ଶେଷକୃତ୍ୟ । ନିଜ ପୈତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅଶ୍ରୁଳ ପରିବେଶରେ ଦିଆଯାଇଥିଲା ଅନ୍ତିମ ବିଦାୟ । ଜୁଇରେ ଜଳି ପାଉଁଶ ପାଲଟିଛି ବୀର ଓଡିଆ ପୁଅ ଶହୀଦ ନନ୍ଦୁରାମଙ୍କ ଶରୀର । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଝୁରୁଛି ଗାଁ ଓ ଝୁରୁଛନ୍ତି ଆତ୍ମୀୟ । ତେବେ ଆସନ୍ତୁ ଜାଣିବା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମାଟିର ଏହି ବୀରପୁତ୍ର ଶହୀଦ ନନ୍ଦୁରାମ ସୋରେନଙ୍କ କେମିତି ଥିଲା ଅନ୍ତିମ ଯାତ୍ରା...

ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ଗତ ଜୁନ 15 ଓ 16 ରାତିରେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଉଭୟ ରାଷ୍ଟ୍ରର ସୀମାରେ ନିୟୋଜିତ ସେନାଙ୍କ ମଧ୍ୟରେ ଏହି ସମୟରେ ରକ୍ତାକ୍ତ ସଂଘର୍ଷ ହୋଇ ଭାରତର 20ଜଣ ବୀର ଯବାନ ଦେଶମାତୃକାର ସୁରକ୍ଷା ପାଇଁ ପ୍ରାଣର ଆହୁତି ଚଢାଇଥିଲେ । ଏମାନଙ୍କ ମଧ୍ୟରେ ରହିଥିଲେ କନ୍ଧମାଳ ଓ ମୟୂରଭଞ୍ଜର 2 ଓଡିଆ ଯବାନ । ମୟୂରଭଞ୍ଜର ନନ୍ଦୁରାମ ସୋରେନଙ୍କୁ ହରାଇ ଏବେ ଦୁଃଖରେ ଭାଙ୍ଗିଛି ଗାଁ ଓ ରାଜ୍ୟ ।

ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରେ ନନ୍ଦୁରାମ ସର୍ବକନିଷ୍ଠ ହୋଇଥିବା ବେଳେ ପିଲାଟି ଦିନରୁ ଦେଶମାତୃକାର ସେବା କରିବା ପାଇଁ ତାଙ୍କର ଇଚ୍ଛା ରହିଥିଲା । ଏଥିପାଇଁ କଲେଜ ଶିକ୍ଷା ସମାପ୍ତ କରି 1997 ମସିହାରେ ସେ ସେନାରେ ଭର୍ତ୍ତି ହୋଇଥିଲେ । ତେବେ ଶେଷ ସମୟରେ ସେ 16 ବିହାର ରେଜିମେଣ୍ଟରେ ନାଏବ ସୁବେଦାର ଭାବେ କାର୍ଯ୍ୟରତ ଥିଲେ । ଲକ୍ଷ୍ମୀ ମାଝୀଙ୍କ ସହ ତାଙ୍କର ବିବାହ ହୋଇଥିବା ବେଳେ ତିନି ଝିଅ ଗଣେଶ୍ବର, ମାନସୀ ଓ ସୋନାଲିକୁ ନେଇ ସୁରୁଖୁରୁରେ ଚାଲିଥିଲା ତାଙ୍କ ସଂସାର ।

martyre nanduram soren, india-china face off took odia soidiers life, rairangapur latest news, martyre nanduram soren's last rites in rairangpur, martyre nanduram soren's last rites, ଶହୀଦ ନନ୍ଦୁରାମ ସୋରେନ, ଭାରତ-ଚୀନ ସଂଘର୍ଷରେ ଶହୀଦ ଓଡିଆ ଯବାନ, ରାଇରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ରାଇରଙ୍ଗପୁରରେ ଶହୀଦ ନନ୍ଦୁରାମଙ୍କ ଶେଷକୃତ୍ୟ, ଶହୀଦ ନନ୍ଦୁରାମ ସୋରେନଙ୍କ ଶେଷକୃତ୍ୟ
ବିଦାୟ ନେଲେ ଶହୀଦ ନନ୍ଦୁରାମ ସୋରେନ, ଜାଣନ୍ତୁ କେମିତି ଥିଲା ଶେଷ ଯାତ୍ରା...

ପତ୍ନୀ ଲକ୍ଷ୍ମୀଙ୍କ କହିବା ଅନୁଯାୟୀ ଶହୀଦ ହେବାର ସପ୍ତାହେ ପୂର୍ବରୁ ସେ ଫୋନ ଯୋଗେ କହିଥିଲେ କି ଦୁଇ ମାସର ଟ୍ରେନିଂ ସାରି ସେ ଘରକୁ ଫେରିବେ । ଏହାପରେ ତାଙ୍କର ନବନିର୍ମିତ ଘରର ପ୍ରତିଷ୍ଠା କାର୍ଯ୍ୟ କରାଇବେ । କିନ୍ତୁ ବିଧିର ବିଧାନ କିଛି ଅଲଗା ହିଁ ଥିଲା । ଭାରତ-ଚୀନ ସଂଘର୍ଷରେ ନନ୍ଦୁରାମ ଶହୀଦ ହୋଇଥିବା ବେଳେ ଏହାର ତିନି ଦିନ ପରେ ଜନ୍ମ ମାଟିରେ ପହଞ୍ଚିଥିଲା ତାଙ୍କର ମର ଶରୀର । ନନ୍ଦୁରାମଙ୍କ ବିୟୋଗ ଖବର ଶୁଣି ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ପରିବାର ସ୍ତବ୍ଧ ହୋଇଯାଇଥିବା ବେଳେ ଗାଁରେ ଖେଳିଯାଇଥିଲା ଶୋକର ଲହରୀ ।

ଶହୀଦ ନନ୍ଦୁରାମ କେବଳ ଯେ ଜଣେ ଭଲ ଦେଶ ସେବକ ଥିଲେ ତାହା ନୁହେଁ, ସେ ଜଣେ ଭଲ ସମାଜସେବୀ ମଧ୍ୟ ଥିଲେ । ଗାଁର ଅନେକ ଗରିବ ପିଲାମାନଙ୍କୁ ଶିକ୍ଷା ପାଇଁ ସହାୟତା ପ୍ରଦାନ କରି ଭଲ ପାଠ ପଢି ମାଟି ମା’ର ସେବା କରିବା ପାଇଁ ପ୍ରେରଣା ଯୋଗାଉଥିଲେ । ତେବେ ତିନି ଦିନର ଅପେକ୍ଷା ପରେ ଶୁକ୍ରବାର ସକାଳେ ନନ୍ଦୁରାମଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ଇଚିଣ୍ଡାସ୍ଥିତ ତାଙ୍କର ସ୍ବପ୍ନର ନବନିର୍ମିତ ଘରକୁ ତାଙ୍କ ଶରୀର ନିଆଯାଇଥିଲା । ସେଠାରେ ତାଙ୍କର ଅନ୍ତିମ ଦର୍ଶନ ଟିକେ ପାଇବା ପାଇଁ ହଜାର ହଜାର ଲୋକେ ଏକାଠି ହୋଇ ତାଙ୍କୁ ସଲାମ ଜଣାଇଥିଲେ । ସେଠାରେ ଶେଷ ଦର୍ଶନ ପରେ ପୈତୃକ ଗାଁ ବିଜାତଳା ଅନ୍ତର୍ଗତ ବଡଚମ୍ପାଉଦାକୁ ଶୋଭାଯାତ୍ରା ଓ ବାଇକ ରାଲି ବାହାରିଥିଲା ।

ସାନ୍ତାଳୀ ପରମ୍ପରା ଅନୁଯାୟୀ ବିଧି ସଂସ୍କାର ପରେ ଗାଁ ଶ୍ମଶାନକୁ ନନ୍ଦୁରାମଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ସେଠାରେ କାନ୍ଦ ବୋବାଳି ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସ୍ବରୂପ 21 ତୋପର ସଲାମୀ ଦିଆଯଆଇଥିଲା । ଶେଷରେ ପୁତୁରା କାହ୍ନୁ ମାଝୀ ତାଙ୍କୁ ମୁଖାଗ୍ନି ଦେଇଥିଲେ । ସେପେଟ ଶହୀଦ ନନ୍ଦୁରାମଙ୍କ ଶେଷକୃତ୍ୟରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଞ୍ଜ ବିଧାୟକଗଣ, ସାଂସଦ ବିଶେଶ୍ବର ଟୁଡୁ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବିଭିନ୍ନ ରାଜନୈତିକ ଦଳର ନେତାବୃନ୍ଦ, ପୂର୍ବାଞ୍ଚଳ ଆଇଜି ବିପ୍ତେଶ ପଟ୍ଟନାୟକ, ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଜିଲ୍ଲାପାଳ ଭିନୀତ୍‌ ଭରଦ୍ବାଜ, ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସମାଜସେବୀ ଓ ପରିବାରବର୍ଗ ସାମିଲ ରହିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.