ETV Bharat / state

ସ୍ତ୍ରୀକୁ ହତ୍ୟା ମାମଲାରେ ସ୍ବାମୀକୁ ଆଜୀବନ ଜେଲ୍ - ମୟୂରଭଞ୍ଜରେ ସ୍ତ୍ରୀକୁ ହତ୍ୟା

ସ୍ତ୍ରୀକୁ ହତ୍ୟା କରିବା ମାମଲାରେ ଦଣ୍ଡ ପାଇଲା ଜହ୍ଲାଦ ସ୍ବାମୀ । ଆଜୀବନ କାରାଦଣ୍ଡ ଶୁଣାଇଲେ ମୟୂରଭଞ୍ଜ ଜିଲ୍ଲା ଓ ଦୌରାଜଜ । ଅଧିକ ପଢନ୍ତୁ

ସ୍ତ୍ରୀକୁ ହତ୍ୟା ମାମଲାରେ ସ୍ବାମୀକୁ ଆଜୀବନ ଜେଲ୍

author img

By

Published : Jul 28, 2023, 7:28 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଦୌରାଜଜ ଗୁରୁବାର ଦିନ ଜଣେ ସ୍ତ୍ରୀକୁ ହତ୍ୟା ମାମଲାର ଶୁଣାଣି କରି ହତ୍ୟାକାରୀ ସ୍ବାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ୬ ମାସ ଅଧିକ ଜେଲଦଣ୍ଡ ଭୋଗିବା ନେଇ ରାୟ ପ୍ରକାଶ କରିଛନ୍ତି । ୨୦୧୭ ମସିହାରେ ଝାରପୋଖରିଆ ଥାନା ଅନ୍ତର୍ଗତ ଖଇରବଣୀ ଗ୍ରାମରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଗ୍ରାମର ରାଜାରାମ ହାଁସଦା ନିଜ ସ୍ତ୍ରୀକୁ ଧାରୁଆ ଛୁରୀରେ ଆକ୍ରମଣ କରି ହତ୍ୟା କରିଥିଲା । ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ଆସାମୀ ରାଜାରାମକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି ।

ସୂଚନା ମୁତାବକ, ୨୦୧୭ ମସିହା ଡିସେମ୍ବର ମାସ ୧୭ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଖଇରବଣୀ ଗ୍ରାମରେ ରୁକ୍ମିଣୀ ହାଁସଦା ନାମକ ମହିଳାଙ୍କୁ ହତ୍ୟା କରାଯାଇଥିଲା । କୌଣସି ଘଟଣାକୁ ନେଇ ରୁକ୍ମିଣୀ ଓ ତାଙ୍କ ସ୍ବାମୀ ରାଜାରାମ ଭିତରେ ବଚସା ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରାଜାରାମ ଏକ ଧାରୁଆ ଛୁରୀରେ ସ୍ତ୍ରୀ ଉପରେ ଆକ୍ରମଣ କରିଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ରୁକ୍ମିଣୀଙ୍କ ମୃତ୍ୟୁ ଘଟିଥିଲା । ମହିଳାଙ୍କ ବାପା ନାରାୟଣ ମୁର୍ମୁ ଘଟଣାର ପର ଦିନ ଝିଅ ଘରକୁ ଆସିଥିବା ବେଳେ ରୁକ୍ମିଣୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବାର ଦେଖିଥିଲେ ।

ଏହାମଧ୍ୟ ପଢନ୍ତୁ: ମୟୂରଭଞ୍ଜରେ ଦୁର୍ନୀତିଗ୍ରସ୍ତ କିରାଣୀଙ୍କୁ ୫ ବର୍ଷ ଜେଲ୍

ଝିଅକୁ ହତ୍ୟା କରାଯାଇଥିବା ନେଇ ସେ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଏହି ହତ୍ୟା ଘଟଣାରେ ଅଭିଯୁକ୍ତ ରାଜାରାମ ହାଁସଦାର ହାତ ଥିବା ଜାଣି ପୋଲିସ ତାକୁ ଗିରଫ କରିଥିଲା । ତଦନ୍ତ ସମୟରେ ନିଜ ଦୋଷ ସ୍ବୀକାର କରିବାରୁ ରାଜାରାମକୁ ବାରିପଦା କୋର୍ଟ ଚାଲାଣ କରିଥିଲା ପୋଲିସ ।

ଗତକାଲି(ଗୁରୁବାର) ବାରିପଦା ସ୍ଥିତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ଏକ ହତ୍ୟାକାଣ୍ଡ ମାମଲାର ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ ପାଇଛି । ବିଚାରପତି ଅରବିନ୍ଦ ପଟ୍ଟନାୟକ ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ସହ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଅଭିଯୁକ୍ତ ସ୍ବାମୀକୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଆଜୀବନ ଜେଲ୍ ସହ ୫ ହଜାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.