ETV Bharat / state

ବାରିପଦା: ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ ଦଣ୍ଡାଦେଶ

author img

By

Published : Aug 4, 2022, 7:08 PM IST

ମୟୂରଭଞ୍ଜ ବାରିପଦା ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଅଧିକ ପଢନ୍ତୁ

ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ, ଦୋଷୀକୁ ୧୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ POCSO କୋର୍ଟ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ପୋସ୍କୋ ଅଦାଲତର ବିଚାରପତି ସୁମିତା ଜେନା ନାବାଳିକା ଦୁଷ୍କର୍ମକାରୀକୁ ଦଣ୍ଡାଦେଶ ଶୁଣାଇଛନ୍ତି । ଦୋଷୀକୁ ପୋସ୍କୋ ଧାରା ଅନୁଯାୟୀ ୧୨ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି ।

ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଉଛି ବାରିପଦା ଟାଉନ ଥାନା ଅଞ୍ଚଳର ଗୁରୁଚରଣ ବେହେରା (୩୭) । ତେବେ ସେ ୧୦ ବର୍ଷର ଭିନ୍ନକ୍ଷମ ନାବାଳିକାକୁ ସହରର ଏକ ପବିତ୍ର ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା । ଏନେଇ ବାରିପଦା ଟାଉନଥାନାରେ ୧୦୫/୩୧.୩.୧୭ ବିଶିଷ୍ଟ ୩୭୬-୨(i), ୩୭୬-୨(m) , ୫୦୬, ୨୦୧, ୬ ପୋକ୍ସ ଏକ୍ଟ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା । ସେବେ ଠାରୁ ବାରିପଦା ମଣ୍ଡଳ କାରାଗାରରେ ବିଚାରଧୀନ କଏଦୀ ଭାବେ ରହୁଥିଲେ ।

ଅଦାଲତ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ସାକ୍ଷୀ ପ୍ରମାଣକୁ ଭିତ୍ତି କରି ଆଜି ଏହି ଦଣ୍ଡାଦେଶ ଶୁଣାଇଥିବା ବେଳେ ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରୁଥିଲେ । ତେବେ ଆଜି ପୋସ୍କୋ ଧାରା ଅନୁଯାୟୀ ୧୨ ବର୍ଷ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ଶୁଣାଣି କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରା ଦଣ୍ଡାଦେଶ ନେଇ ରାୟ ପ୍ରକାଶ ପାଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.