ETV Bharat / state

ନିଆରା ପରମ୍ପରା, ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ - lord jagannath

ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଥିବାବେଳେ ବାରିପଦାରେ କିନ୍ତୁ ପରମ୍ପରା ନିଆରା । ଓଡିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାଠାରେ ଶ୍ରୀଜିଉମାନେ ଆଜି ଭକ୍ତମାନଙ୍କୁ ସୁନା ବେଶରେ ଦର୍ଶନ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Jul 12, 2019, 3:19 PM IST

ବାରିପଦା: ଓଡିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାଠାରେ ଶ୍ରୀଜୀଉମାନେ ଆଜି ଭକ୍ତମାନଙ୍କୁ ସୁନା ବେଶରେ ଦର୍ଶନ ଦେଇଛନ୍ତି । ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଥିବାବେଳେ ବାରିପଦାରେ କିନ୍ତୁ ପରମ୍ପରା ନିଆରା । ପରମ୍ପରା ଅନୁଯାୟୀ ମାଉସୀ ମା ମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ପରେ ଆଜି ସନ୍ଧ୍ୟାରେ ପହଣ୍ଡି ବିଜେ ହୋଇ ରଥାରୁଢ ହେବେ ମହାପ୍ରଭୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ଉତ୍କଳୀୟ ସଂସ୍କୃତିର ପରିଚୟ ତଥା ଜଗତର ନାଥ ଜଗନ୍ନାଥଙ୍କ ଏହେଉଛି ସୁନାବେଶ । ପୁରୀରେ ଶ୍ରୀ ଜୀଉମାନେ ରଥ ଉପରେ ଥାଇ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ବାରିପଦା ପରମ୍ପରା କିନ୍ତୁ ନିଆରା । ରାଜତନ୍ତ୍ର ଅମଳରୁ ଆରମ୍ଭ ହୋଇଥିବା ଶ୍ରୀଜୀଉମାନଙ୍କ ସୁନାବେଶ ଏଠି ମାଉସୀ ମା’ ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ପୁରାଣ ବର୍ଣ୍ଣିତ ଅନୁଯାୟୀ ତତ୍କାଳୀନ ମହାରାଜା ବୈଦନାଥ ଭଞ୍ଜ ଦେଓ ଶ୍ରୀଜୀଉମାନଙ୍କୁ ମାଉସୀ ମା ମନ୍ଦିରରେ ସୁନାବେଶରେ ଦେଖିବାକୁ ଚାହିଁଥିଲେ । ଆଉ ସେହିଦିନଠାରୁ ବାରିପଦାରେ ଶ୍ରୀଜୀଉମାନେ ମାଉସୀ ମା ମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି ।

ଆଜି ମଧ୍ୟ ମାଉସୀ ମା ମନ୍ଦିରରେ ସବୁ ନୀତି ରୀତି ସମ୍ପନ୍ନ ହେବାପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ କଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ସୁନାବେଶ ଦର୍ଶନ ପରେ ଆଜି ସନ୍ଧ୍ୟାରେ ପହଣ୍ତି ବିଜେ ହୋଇ ଶ୍ରୀଜୀଉମାନଙ୍କୁ ରଥାରୁଢ କରାଯିବ । ଆଗାମୀ ଦୁଇଦିନ ଧରି ବାରିପଦାରେ ବାହୁଡାଯାତ୍ରା ଅନୁଷ୍ଠିତ ହେବ ।

ଆଜି ମହାପ୍ରଭୁଙ୍କର ସୁନାବେଶ ଦର୍ଶନ । ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ବାରିପଦା ମାଉସୀମା ମନ୍ଦିରକୁ ଆସି ଦର୍ଶନ କରୁଛନ୍ତି । ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କଲେ କୁଆଡେ ଲକ୍ଷେ ଯଜ୍ଞର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ସେହି ବିଶ୍ଵାସକୁ ନେଇ ଦର୍ଶନ ପାଇଁ ଭିଡ ଲଗାଇଛନ୍ତି ଭକ୍ତ । ଭକ୍ତଙ୍କ ଭିଡକୁ ଲକ୍ଷ୍ୟ କରି ମାଉସୀ ମା ମନ୍ଦିରରେ ୩ ପ୍ଲାଟୁନ ଘୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅନ୍ୟପକ୍ଷରେ ଭକ୍ତମାନେ ମଧ୍ୟ ଶ୍ରୀଜିଉମାନଙ୍କୁ ସୁନାବେଶରେ ଦର୍ଶନ କରି ଆତ୍ମାତୃପ୍ତି ଲାଭ କରିଛନ୍ତି ବୋଲି କହିଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ଓଡିଶାର ଦ୍ଵିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାଠାରେ ଶ୍ରୀଜିଉମାନେନେ ଆଜି ଭକ୍ତ ମାନଙ୍କୁ ସୁନା ବେଶରେ ଦର୍ଶନ ଦେଇଛନ୍ତି। ପୁରୀରେ ଶ୍ରୀଜୀଉମାନେ ଭକ୍ତଙ୍କୁ ରଥ ଉପରେ ସୁନାବେଶରେ ଦର୍ଶନ ଦେଉଥିବାବେଳେ ବାରିପଦାରେ କିନ୍ତୁ ପରମ୍ପରା ନିଆରା। ପରମ୍ପରା ଅନୁଯାୟି ମାଉସୀମା ମନ୍ଦିରରେ
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ପରେ ଆଜି ସନ୍ଧ୍ୟାରେ ପହଣ୍ଡି ବିଜେ ହୋଇ ରଥାରୁଡ ହେବେ । Body:ଉତ୍କଳୀୟ ସଂସ୍ଫୃତିର ପରିଚୟ୍‌ ତଥା ଜଗତର ନାଥ ଜଗନ୍ନାଥଙ୍କ ଏ ହେଉଛି ସୁନାବେଶ। ପୁରୀରେ ଶ୍ରୀଜୀଉମାନେ ରଥ ଉପରେ ଥାଇ ସୁନାବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବା ବେଳେ ବାରିପଦା ପରମ୍ପରା କିନ୍ତୁ ନିଆରା। ରାଜତନ୍ତ୍ର ଅମଳରୁ ଆରମ୍ବ ହୋଇଥିବା ଶ୍ରୀଜୀଉମାନଙ୍କ ସୁନାବେଶ ଏଠି ମାଉସୀମା ମନ୍ଦିର ରେ ଅନୁଷ୍ଠିତ ହୋଇଥାଏ।ପୁରାଣ ବର୍ଣ୍ଣିତ ଅନୁଯାୟୀ ତକ଼ାଳିନ ମହାରାଜା ବୈଦନାଥ ଭଞ୍ଜ ଦେଓ ଶ୍ରୀଜୀଉ ମାନଙ୍କୁ ମାଉସୀମା ମନ୍ଦିରରେ ସୁନାବେଶରେ ଦେଖିବାକୁ ଚାହିଁ ଥିଲେ ଆଉ ସେହିଦିନଠାରୁ ବାରିପଦାରେ ଶ୍ରୀକୀଉମାନେ ମାଉସୀମା ମନ୍ଦିରରେ ସୁନାବେ ଶରେ ଦର୍ଶନ ଦେଉଛନ୍ତି। ଆଜିମଧ୍ୟ ମାଉସିମା ମନ୍ଦିରରେ ସବୁନୀତିରୀତି ସମ୍ପନ୍ନ ହେବାପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ପ୍ରଭୁ କଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା। ସୁନାବେଶ ଦର୍ଶନ ପରେ ଆଜି ସନ୍ଧ୍ୟାରେ ପହଣ୍ତି ବିଜେ ହୋଇ ଶ୍ରୀଜୀଉମାନଙ୍କୁ ରଥାରୁଡ କରାଯିବ। ଆଗାମୀ ଦୁଇଦିନ ଧରି ବାରିପଦାରେ ବାହୁଡାଯାତ୍ରା ଅନୁଷ୍ଠିତ ହେବ।
ବାଇଟ୍‌ - ୧- ପ୍ରଦୀପ କୁମାର ପଣ୍ଡା-ପୂଜାପଣ୍ଡା
ବାଇଟ୍‌- ୨- ଶିଶିର କୁମାର ଘୋଷ-ଶ୍ରଦ୍ଧାଳୁ
ଆଜି ମହାପ୍ରଭୁଙ୍କର ସୁନାବେଶ ଦର୍ଶନ ସେଥିପାଇଁ ହଜାର ହଜାର ଶ୍ରଦ୍ଧାଳୁ ବାରିପଦା ମାଉସୀମା ମନ୍ଦିର କୁ ଆସି ଦର୍ଶନ କରୁଛନ୍ତି।ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କଲେ କୁଆଡେ ଲକ୍ଷେ ଯଜ୍ଞର ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି।ସେହି ବିଶ୍ଵାସ କୁ ନେଇ ଦର୍ଶନ ପାଇଁ ଭିଡ ଲଗାଇଛନ୍ତି ଭକ୍ତ। ଭକ୍ତଙ୍କ ଭିଡ କୁ ଲକ୍ଷ୍ୟ କରି ମାଉସୀମା ମନ୍ଦିରରେ ୩ ପ୍ଲାଟୁନ ଘୋଲିସ ଫୋର୍ସ ମୁତୟନ କରାଯାଇଥିବ ବେଳେ ସୁରକ୍ଷା ବ୍ଯବସ୍ଥା କୁ କଡାକଡି କରାଯାଇଛି। ଅନ୍ୟପକ୍ଷରେ ଭକ୍ତମାନେ ମଧ୍ୟ ଶ୍ରୀଜିଉମାନଙ୍କୁ ସୁନାବେଶରେ ଦର୍ଶନ କରି ଆତ୍ନାତୃପ୍ତି ଲାଭ କରିଛନ୍ତି ବୋଲି କହିଛନ୍ତି।
ବାଇଟ୍‌ - 3-ଗୀତାଞ୍ଜଳି ଜେନା-ଶ୍ରଦ୍ଧାଳୁ
ବାଇଟ୍‌ -4-ପୂର୍ଣାନନ୍ଦ ପରିଡା-ଶ୍ରଦ୍ଧାଳୁ
Conclusion:ପି ଟୁ ସି ଅଛି

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.