ETV Bharat / state

ଫେଲ ମାରିଲା ATM ଲୁଟ ଉଦ୍ୟମ, ଗୋଡାଇ ଗୋଡାଇ ଧରିଲା ପୋଲିସ

author img

By

Published : Aug 27, 2021, 10:19 PM IST

ମୟୂରଭଞ୍ଜ ଜିଲ୍ଲା ଜମ୍ଭୀରା ଫାଣ୍ଡି ଅଞ୍ଚଳରେ ଥିବା ଏଟିଏମରୁ ଲୁଟ୍ ଉଦ୍ୟମ କରି ଫସିଲେ ଦୁର୍ବୃତ୍ତ । ଗୋଡାଇ ଗୋଡାଇ ଧରିଲା ପୋଲିସ । ଅଧିକ ପଢନ୍ତୁ...

ଫେଲ୍ ମାରିଲା ATM ଲୁଟ୍ ଉଦ୍ୟମ, ଗୋଡାଇ ଗୋଡାଇ ଧରିଲା ପୋଲିସ

ବାରିପଦା: ଏଟିଏମରୁ ଲୁଟ ଉଦ୍ୟମ କରି ଫସିଲେ ଲୁଟେରା । ଫେରାର ହେଲାବେଳେ ଗୋଡାଇ ଗୋଡାଇ ଧରିଲା ପୋଲିସ । ଗ୍ୟାସ୍ କଟର ଦ୍ଵାରା ଏଟିଏମ ମେସିନ କାଟି ଟଙ୍କା ଲୁଟି ନେବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି କିଛି ଦୁର୍ବୃତ୍ତ । ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅଧୀନରେ ଥିବା ଜମ୍ଭୀରା ଫାଣ୍ଡି ଅନ୍ତର୍ଗତ ସାନ ଦେଉଳି ବଜାରରେ ଏଭଳି ଘଟଣା ଘଟିଛି । ଏଥିରେ ମୋଟ ୭ ଜଣଙ୍କୁ ଅଟକ ରଖିଛି ପୋଲିସ ।

ଶୁକ୍ରବାର ଭୋର ପ୍ରାୟ ୩ଟା ସମୟରେ ଲୁଟେରା ମାନେ ସାନ ଦେଉଳିସ୍ଥିତ ଏହି ଏଟିଏମ ଭିତରେ ପଶିଥିଲେ । ଗ୍ୟାସ କଟର ସାହାଯ୍ୟରେ ଏଟିଏମକୁ କାଟି ଗଚ୍ଛିତ ଥିବା ଟଙ୍କା ନେବାକୁ ଚେଷ୍ଟା କରୁଥିବା ବେଳେ ଏହି ଘଟଣା ବଜାରରେ ଡ୍ୟୁଟିରେ ଥିବା ହୋମଗାର୍ଡଙ୍କ ନଜରକୁ ଆସିଥିଲା । ହୋମଗାର୍ଡମାନେ ଚଢ଼ାଉ କରିବାରୁ ଚୋରମାନେ ଖସିଯିବାକୁ ଉଦ୍ୟମ କରିଥିଲେ । ଫଳରେ ଘଟଣାସ୍ଥଳରେ ଲୁଟେରା ଏବଂ ହୋମଗାର୍ଡମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସେହି ସମୟ ମଧ୍ୟରେ ଚାନ୍ଦୁଆ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ ଡ୍ୟୁଟିରେ ଥିବା ହୋମଗାର୍ଡ । ପରେ ଥାନା ଅଧିକାରୀ ଏବଂ ଏସଡ଼ିପିଓ ସଦର ସଠାରେ ପହଞ୍ଚିଥିଲେ ।

ଏହାପରେ ଦୁର୍ବୃତ୍ତମାନେ ଆସିଥିବା WB 34 BU 2018 ନଂ ଭ୍ୟାନରେ ଖସିଯିବାକୁ ଚେଷ୍ଟା କରିଥିଲେ । ପୋଲିସ ଲୁଟେରାଙ୍କ ଗାଡ଼ିକୁ ପିଛା କରିଥିବା ବେଳେ ସେମାନେ ବାଘଡ଼ା ଅଞ୍ଚଳର ପାକଟିଆ ଜଙ୍ଗଲ ରାସ୍ତାରେ ପଡ଼ୋଶୀ ପଶ୍ଚିମବଙ୍ଗକୁ ଖସି ଚାଲି ଯାଇଥିଲେ । ଝାଡଗ୍ରାମ ଥାନା ପୋଲିସକୁ ଖବର ଦେବାରୁ ଝାଡଗ୍ରାମ ଥାନା ପୋଲିସ ତତ୍ପରତା ଦେଖାଇ ରାସ୍ତାରେ କାବୁ କରି ନିଜ ଅକ୍ତିଆରକୁ ନେବା ସହ ଲୁଟେରାଙ୍କୁ ଗିରଫ କରି ବ୍ୟବହୃତ ଗାଡିକୁ ଜବତ କରିଛି । ଘଟଣାରେ ମୋଟ ୭ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.