ବାରିପଦା: ଥାନା ନିକଟସ୍ଥ ବ୍ୟାଙ୍କରୁ ଲୁଟ ଉଦ୍ୟମ । ଜିଲ୍ଲା ରାସଗୋବିନ୍ଦପୁର ବଜାର ସ୍ଥିତ ୟୁନାଇଟେଡ ବ୍ୟାଙ୍କ ସଟର ଭାଙ୍ଗିବା ସହ ଝରକା ତାଡିଦେଇଛନ୍ତି ଦୁର୍ବୃତ୍ତ । ତେବେ କିଛି ଲୁଟ ହୋଇନଥିବା ବେଳେ ଲୁଟେରାଙ୍କ ଛାନବିନରେ ଲାଗିପଡିଛି ପୋଲିସ ।
ଖବର ପାଇ ରାସଗୋବିନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପଟେ ବ୍ୟାଙ୍କ ସମ୍ମୁଖରେ ଭୁଜାଲି ପଡିରହିଛି । ଡକାୟତ ମାନେ ଏହାକୁ ଛାଡିଯାଇଥିବା ଅନୁମାନ କରାଯାଉଛି। ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ସହାୟତାରେ ତନାଘନା ଚାଲିଛି। ତେବେ ଥାନା ପାଖରେ ବ୍ୟାଙ୍କଟି ରହିଛି । ଏପରିକି ଏହି ଅଞ୍ଚଳରେ ରାତ୍ରିରେ ପେଟ୍ରୋଲିଂ ମଧ୍ୟ କରାଯାଉଛି । ଏପରି ସ୍ଥିତିରେ ଲୁଟ ଉଦ୍ୟମ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ