ETV Bharat / state

ନେସା ଡ୍ୟାମର ଆଡିବନ୍ଧ କ୍ଷତିଗ୍ରସ୍ତ, ବନ୍ୟା ଆଶଙ୍କା ନେଇ ଗ୍ରାମବାସୀଙ୍କ ମରାମତି ଦାବି - ବନ୍ୟା ଆଶଙ୍କା

ମୟୂରଭଞ୍ଜ ଜିଲ୍ଲା ନେସା ଡ୍ୟାମର ଆଡିବନ୍ଧ ହୋଇଛି କ୍ଷତିଗ୍ରସ୍ତ । ବନ୍ୟା ଆଶଙ୍କା ଦାବିରେ ମରାମତି ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ନେସା ଡ୍ୟାମର ଆଡିବନ୍ଧ କ୍ଷତିଗ୍ରସ୍ତ, ବନ୍ୟା ଆଶଙ୍କା ନେଇ ଗ୍ରାମବାସୀଙ୍କ ମରାମତି ଦାବି

author img

By

Published : Aug 3, 2021, 4:56 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକର ପ୍ରସିଦ୍ଧ ନେସା ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି । ବନ୍ଧହିଡର ମାଟି ଅତଡା ଧସିଯିବାରୁ ବନ୍ୟା ଆଶଙ୍କା ରହିଛି । ଏଣୁ ଖୁବଶୀଘ୍ର ବନ୍ଧ ହିଡ ମରାମତି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ନେସା ଡ୍ୟାମର ଆଡିବନ୍ଧ କ୍ଷତିଗ୍ରସ୍ତ, ବନ୍ୟା ଆଶଙ୍କା ନେଇ ଗ୍ରାମବାସୀଙ୍କ ମରାମତି ଦାବି

ଲଗାଣ ବର୍ଷା ପ୍ରଭାବରେ ବନ୍ଧ ହିଡର ମାଟି ଅତଡା ସହିତ କଂକ୍ରିଟ ଢଳେଇ ମଧ୍ୟ ଧସି ପଡିଛି। ବନ୍ଧହିଡ ମାଟି ଅତଡା ଖସିବା ସହିତ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ବନ୍ଧହିଡ। ଏହି କ୍ଷତିଗ୍ରସ୍ତ ବନ୍ଧହିଡଟିର ତୁରନ୍ତ ମରାମତି ଆବଶ୍ୟକ ନଚେତ ଆଉ ଏକ ବଡଧରଣର ବର୍ଷା ହେଲେ ବନ୍ଧହିଡ ସମ୍ପୂର୍ଣ୍ଣ ଧସି ଯିବାର ଆଶଙ୍କା ରହିଛି । ତେବେ ଯଦି ଡ୍ୟାମର ବନ୍ଧହିଡ ଧସି ଘାଇ ସୃଷ୍ଟି ହୁଏ ତାହେଲେ ଚାଷଜମି ସହିତ ତଳ ଭାଗରେ ଥିବା ବହୁ ଗାଁ ବନ୍ୟାଜଳରେ କ୍ଷତିଗ୍ରସ୍ତ ହେବେ।

ତଳ ଭାଗରେ ଥିବା ବହଳଦା, କୁଲଗୀ, ଗାଇଚାନ୍ଦଡିହି, କାଙ୍କି, ଘାଘରାସାହି ଏବଂ ବାଳେଘୁଟୁ ପରି ବହୁ ଗାଁ ବନ୍ୟାଜଳରେ କ୍ଷୟକ୍ଷତିର ସମ୍ମୁଖୀନ ହେବେ। ତେବେ ଏନେଇ ଜଳସେଚନ ବିଭାଗ ଓ ପ୍ରଶାସନ ଉଭୟ ଏହି ସମସ୍ୟା ପ୍ରତି ଧ୍ୟାନ ଦେଇ ଏହି ନେସା ବନ୍ଧର କ୍ଷତିଗ୍ରସ୍ତ ବନ୍ଧହିଡକୁ ତୁରନ୍ତ ମରାମତି କରାଯିବାକୁ ନେଇ ସ୍ଥାନୀୟ ଗ୍ରାମବାସୀମାନେ ଦାବି କରିଛନ୍ତି ।

ରାଇରଙ୍ଗପୁର ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.