ETV Bharat / state

ତୀର ମାଡ କରି ହତ୍ୟା, ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

author img

By

Published : Nov 5, 2022, 8:39 PM IST

ତୀର ମାଡ କରି ହତ୍ୟା କରିଥିବା ଅଭିଯୋଗରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଏକ ହତ୍ୟା ମାମଲାର ଶୁଣାଣି କରି ଆସାମୀ ଛୋଟରାୟ ଦେହୁରୀ କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି। ଅଧିକ ପଢନ୍ତୁ

ତୀର ମାଡ କରି ହତ୍ୟା ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ

ରାଇରଙ୍ଗପୁର: ତୀର ମାଡ କରି ହତ୍ୟା କରିଥିବା ଅଭିଯୋଗରେ ଆସାମୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ଏକ ହତ୍ୟା ମାମଲାର ଶୁଣାଣି କରି ଆସାମୀ ଛୋଟରାୟ ଦେହୁରୀ କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି।

ପାରିପାର୍ଶ୍ବିକ ସ୍ଥିତି ଓ ସମସ୍ତ ୧୩ ଜଣ ସାକ୍ଷୀଙ୍କ ବୟାନ କୁ ଭିତ୍ତି କରି କୋର୍ଟ ଆସାମୀ ଛୋଟରାୟ କୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହ ୧୦,୦୦୦ ଟଙ୍କା ଜୋରିମାନା ଅନାଦେୟ ଅଧିକ ଗୋଟିଏ ବର୍ଷ ସଶ୍ରମ କାରାଦଣ୍ଡ ର ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ରାୟ ପ୍ରକାଶ ପାଇବା ପରେ ଆସାମୀ ଛୋଟରାୟ ଦେହୁରୀକୁ ରାଇରଙ୍ଗପୁର ଉପ କାରାଗାରକୁ ପଠାଇ ଦିଆଯାଇଛି। ସରକାରଙ୍କ ତରଫରୁ ମକଦ୍ଦମାକୁ ଅତିରିକ୍ତ ପିପି ପଙ୍କଜ ଦାସ ପରିଚାଳନା କରୁଥିଲେ।

ସୂଚନାଯୋଗ୍ୟଯେ 2020 ମସିହା ଅକ୍ଟୋବର 20 ତାରିଖ ଦିନ ଗୋରୁମହିଷାଣି ଥାନା ଅନ୍ତର୍ଗତ କୁକୁଡିମୁଣ୍ଡି ଗ୍ରାମରେ ସମରା ଦେହୁରୀ ଓ ତାଙ୍କ ସ୍ତ୍ରୀ ନିଜ ଘର ସାମ୍ନାରେ କଥାବାର୍ତ୍ତା ହେଉଥିଲେ। ହେଲେ ପୂର୍ବରୁ ପାରିବାରିକ ଗଣ୍ଡଗୋଳ କୁ ନେଇ ସେହି ସମୟରେ ଛୋଟରାୟ ଦେହୁରୀ ପହଞ୍ଚି ଅଚାନକ ସମରା ଉପରକୁ ତୀର ମାଡ଼ କରିଥିଲା । ତୀର ଟି ସମରା ଦେହୁରୀ ର ଛାତି ରେ ବାଜିଥିଲା। ଘଟଣା ସ୍ଥଳରେ ସେ ମୃତ୍ୟୁବରଣ କରିଥିଲେ।

ଏନେଇ ମୃତକଙ୍କ ସ୍ତ୍ରୀ ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗୋରୁମହିଷାଣୀ ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଛୋଟରାୟ ଦେହୁରୀକୁ ଗିରଫ କରି ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.