ETV Bharat / state

ଅନ୍ଧାରରେ ଅନ୍ଧାରୀ, ପାଇଖାନାରେ କଟୁଛି ପରିଣତ ବୟସ

ବେସାହାରାଙ୍କ ପାଇଁ ଫେଲ ମାରିଛି ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ପରିଣତ ବୟସରେ ପାଇଖାନା ଘରେ ଜୀବନ କାଟୁଛନ୍ତି 70 ବର୍ଷୀୟ ଅନ୍ଧାରୀ ଦେହୁରୀ । ସମ୍ପୂର୍ଣ୍ଣ ପଢନ୍ତୁ...

latrine become home for an old woman
ପାଇଖାନା ଘରେ ବିତୁଛି ଜୀବନ
author img

By

Published : Dec 22, 2019, 11:43 PM IST

ରାଇରଙ୍ଗପୁର: ମାଳମାଳ ଯୋଜନା, ହେଲେ ସବୁକିଛି ବାଟବଣା । ବେସାହାରଙ୍କ ପାଇଁ ବିଜୁ ପକ୍କା ଘର କି ପ୍ରଧାନମନ୍ତ୍ରୀ ଆବାସ ନୁହେଁ । ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା ହୋଇଛି ଏବେ ପାଇଖାନା ଘର । ଯେଉଁଠି ରୋଷେଇ ସେଇଠି କରୁଛନ୍ତି ରାତ୍ରୀ ଯାପନ । ହେଲେ ପଚାରିବାକୁ କେହି ନାହାଁନ୍ତି । ଏଭଳି ଦୁର୍ବିସହ ଜୀବନ କାଟୁଛନ୍ତି ମୟୂରଭଞ୍ଜ ବିଶୋଇ ବ୍ଲକ ଅନ୍ତର୍ଗତ ଖଡିଆ ସାହିର 70 ବର୍ଷୀୟ ଅନ୍ଧାରୀ ଦେହୁରୀ ।

ପାଇଖାନା ଘରେ ବିତୁଛି ଜୀବନ

ସ୍ବାମୀ ଥିବା ସମୟରେ କୁଡିଆ କରି ରହୁଥିଲେ ଅନ୍ଧାରୀ । ହେଲେ ସ୍ବାମୀଙ୍କ ମୃତ୍ୟୁ ପରେ ଭାଙ୍ଗିଯାଇଥିଲା କୁଡିଆ । ସେହିପରି ଏକମାତ୍ର ଝିଅକୁ ବିବାହ କରାଇ ଦେଇଛନ୍ତି ସେ । ଫଳରେ ଭତ୍ତା ଟଙ୍କା ଓ ଟଙ୍କିକିଆ ଚାଉଳ ଆଶ୍ରାରେ ପେଟ ପୋଷି ପାଇଖାନା ଭିତରେ ଏକାକୀ ଜୀବନ ଜୀଉଁଛନ୍ତି । ଆଉ ଏବେ ଜଙ୍ଗଲ କଡରେ ଥିବା ଏହି ପାଇଖାନା ଘରେ କାଟିଦେଲେଣି 5 ବର୍ଷ । ଖରା, ବର୍ଷା ଓ ଅସମ୍ଭାଳ ଶୀତ ସାଙ୍ଗକୁ ହାତୀଭୟ ସର୍ବଦା ଲାଗିରହିଛି । ହେଲେ ଏହି ବୃଦ୍ଧାଙ୍କ ନିକଟକୁ ପହଞ୍ଚି ପାରିନି ପ୍ରଶାସନ । ଗୋଟିଏ ପଟେ, ଖଡିଆ ଜନଜାତିକୁ ମୁଖ୍ୟସ୍ରୋତରେ ଆଣିବାକୁ ଚେଷ୍ଟା କରୁଥିବାବେଳେ ସରକାର ପ୍ରକୃତରେ ଘର ଖଣ୍ଟିକ ଦେଇପାରୁ ନଥିବାର ଅଭିଯୋଗ ହୋଇଛି ।

ସେପଟେ, ଏହି ଘଟଣା ବିଷୟରେ ଅବଗତ କରାଇବା ପରେ ସ୍ଥାନୀୟ ସରପଞ୍ଚ ଆମ ପ୍ରତିନିଧି ସ୍ଥାନୀୟ ସରପଞ୍ଚକୁ ଅବଗତ କରାଇବା ସହ ଜିଲ୍ଲାପ୍ରଶାସନଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହାପରେ ତୁରନ୍ତ ଘର ପ୍ରଦାନ କରିବେ ବୋଲି ଆଶ୍ବସନା ଦେଇଛନ୍ତି ଅଧିକାରୀ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Slug_ ଦୁଃଖ ଦୁର୍ଦ୍ଦଶା ରେ ଖଡିଆ ସମ୍ପ୍ରଦାୟର ବୃଦ୍ଧା ଅନ୍ଧାରୀ, ପାଇଖାନା ଘରେ ବିତୁଛି ଜୀବନ।
Format_SPL PKG(Exclusive)
Reporter_Sanjay Kumar Parida, Rairangpur.
Date_19/12/2019
Anchor _ ରାଇରଙ୍ଗପୁର(ମୟୁରଭଞ୍ଜ): ସରକାର ବାସହରା ମାନଙ୍କ ପାଇଁ ମୁଣ୍ଡ ଉପରେ ଛାଇ ଖଣ୍ଡିଏ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁ ପକ୍କା ଘର ଯୋଜନା କରୁଥିବାର କହୁଥିବା ବେଳେ ଲୁହାକାନୀ ଗ୍ରାମପଞ୍ଚାୟତ ବାଙ୍କୀ ଗ୍ରାମର ଖଡିଆ ସାହିର ଜନଜାତି ଖଡିଆ ସମ୍ପ୍ରଦାୟର ଜନୈକ ବୃଦ୍ଧା ଙ୍କ ମୁଣ୍ଡ ଉପରେ ଛାଇ ତ ଅଛି କିନ୍ତୁ ଜୀବନ ବିତୁଛି ପାଇଖାନା ଘରେ ।ଯାହା ଫଳରେ ଖରା ବର୍ଷା ଶୀତ କାକର ରେ ଛୋଟିଆ ପାଇଖାନା ଘରେ ତାଙ୍କ ଜୀବନ ବିତୁଛି। ସରକାର ଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ କହିବାକୁ ଗଲେ ବାଙ୍କୀ ଗାଁର ଖଡିଆ ସାହି କୁ ପହଞ୍ଚି ପାରିନାହିଁ। ଆସନ୍ତୁ ଦେଖିବା ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ବାଙ୍କି ଗ୍ରାମ ଖଡିଆ ସାହି ରୁ ଇଟିଭି ର ଏକ୍ସକ୍ଲୁସିଭ୍ ରିପୋର୍ଟ।
V.O.1_ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ଗ୍ରାମପଞ୍ଚାୟତ ଅଧିନ ବାଙ୍କି ଗ୍ରାମର ଖଡିଆ ସାହିରେ ଅନ୍ଧାରୀ ଦେହୁରୀ ନାମ୍ନୀ ୭୦ ବର୍ଷିୟା ବୃଦ୍ଧା ପାଇଖାନା ଘରେ ଜୀବନ ଅତିବାହିତ କରୁଥିବା ଭଳି ଅଭାବନୀୟ ତଥା ଦୁର୍ଭାଗ୍ୟ ଜନକ ଦୃଶ୍ୟ ଦେଖିବାକୁ ମିଳିଛି। ଏ ଅଞ୍ଚଳର ବିକାଶ ର ଡିଣ୍ଡିମ ପିଟୁଥିବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କହୁଥିବା ବେଳେ ପ୍ରକୃତରେ ବାଙ୍କୀ ଗ୍ରାମ ଖଡିଆ ସାହିର ଲୋକେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ। ଜିଲ୍ଲା ପ୍ରଶାସନ ର ଖାମଖିଆଲି ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ମାନେ ସରକାରୀ ଯୋଜନା ରୁ ବଞ୍ଚିତ ହେଉଛନ୍ତି। ଅନ୍ଧାରୀ ଦେହୁରୀ ଦୀର୍ଘ ଦଶ ବର୍ଷ ତଳେ ନିଜ ସ୍ବାମୀ ଙ୍କୁ ହରାଇ ଖଡିଆ ସାହିରେ ଏକ କୁଡିଆ ଘରେ ଜୀବନଯାପନ କରୁଥିଲେ। ବହୁ ପୂର୍ବରୁ ତାଙ୍କର ଏକମାତ୍ର ଝିଅର ଅନ୍ୟତ୍ର ବିଭାଘର ପରେ ଏକୁଟିଆ ରହି ଯାଇଥିଲେ ଅନ୍ଧାରୀ। ସମୟକ୍ରମେ କୁଡିଆ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାରୁ ସରକାରଙ୍କ ତରଫରୁ ମିଳିଥିବା ଶୌଚାଳୟ ଟି ହୋଇଥିଲା ତାଙ୍କ ସାହାଭରସା। ତେବେ ପାଖାପାଖି ପାଞ୍ଚ ବର୍ଷ ହେବ ସେ ସେହି ଶୌଚାଳୟ କୁ ହିଁ ତାଙ୍କ ବାସଗୃହ ରୂପେ ଆଦରି ନେଇଛନ୍ତି। ସେପଟେ ରୋଜଗାର ର କୌଣସି ପନ୍ଥା ନ ଥିବାରୁ ସରକାରଙ୍କ ତରଫରୁ ଭତ୍ତା ଟଙ୍କା ଓ ଟଙ୍କିକିଆ ଚାଉଳ ପାଇ ଜୀବିକା ନିର୍ବାହ କରୁଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି ଯେ ମାସିକିଆ କିଛି କିଲୋ ଚାଉଳ ଓ କିଛି ଟଙ୍କା ପାଇ କିପରି ଜଣେ ଜୀବନ କାଟିବ ସେ ପୁଣି ବୃଦ୍ଧାବସ୍ଥାରେ। ଖଣ୍ଡେ ଛୋଟିଆ ପାଇଖାନା ଘରେ ରୋଷେଇ ବାଷେଇ କରିବା ସହିତ ଖାଇବା ପିଇବା ଶୋଇବା ସବୁ ସେହିଠାରେ ହିଁ କଟିଥାଏ। ତେବେ ଅନ୍ୟ କୌଣସି ପନ୍ଥା ନଥିବାରୁ ଅନ୍ଧାରୀ ଦୁଃଖ ଦୁର୍ଦ୍ଦଶା ରେ ଦିନ କାଟୁଥିବାର ଅଭିଯୋଗ ହୋଇଛି। ଜଙ୍ଗଲ କଡ଼ରେ ଥିବା ପାଇଖାନା ଘରେ ବିପଦସଂକୁଳ ଅବସ୍ଥାରେ ଖରା ବର୍ଷା ଓ ଶୀତ କୁ ଖାତିର ନକରି ବସବାସ କରୁଥିବା ବେଳେ ପାଇଖାନା ଘର ଟିକୁ କେତେବେଳେ ଯେ ଜଙ୍ଗଲୀ ହାତୀ ଠେଲି ପକେଇ ଦେବ ଓ ତାଙ୍କ ଜୀବନ ମଧ୍ୟ ଚାଲିଯିବ ତାହା ମଧ୍ୟ କହି ହେବନାହିଁ। ଗୋଟିଏ ଓଳି ଖାଇଲେ ଓ ଅନ୍ୟ ଗୋଟିଏ ଓଳି ଉପାସରେ ରହୁଥିବା ମଧ୍ୟ ଅଭିଯୋଗ ହୋଇଛି । ସରକାର ଖଡିଆ ଜନଜାତି କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିଛନ୍ତି ସତ କିନ୍ତୁ ସେମାନଙ୍କ କଥା ବୁଝିବା ପାଇଁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି ଯାହାକି ଅନ୍ଧାରୀ ଙ୍କୁ ଦେଖିଲେ ସହଜେ ଅନୁମେୟ। ଦୁଃଖ ଦୁର୍ଦ୍ଦଶା ରେ ପାଇଖାନା ଘରେ ଦିନ ବିତୁଥିବା ବେଳେ ସ୍ପଷ୍ଟ କହି ପାରୁନଥିବା ଏବଂ ସରକାରଙ୍କ ଯୋଜନା ତ ଦୁରର କଥା ସରକାର କଣ ଜାଣି ନ ଥିବା ଏହି ଖଡିଆ ଜନଜାତି ର ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏପଟେ ଭୀଷଣ ଥଣ୍ଡା ଦିନ ଥିବାରୁ ପାଇଖାନା ଘରେ ଜୀବନ ବିତାଉଥିବା ଲୋକଙ୍କ ଦୁଃଖ ବୁଝିବା ତ ଦୁରର କଥା ପ୍ରଶାସନିକ ଅଧିକାରୀଙ୍କ ଏହି ସାହି ପ୍ରତି ଦୃଷ୍ଟି ମଧ୍ୟ ପଡି ପାରୁନାହିଁ। ଛେଳି, କୁକୁର ଓ ବିଲେଇ ଙ୍କ ପରି ଅନ୍ଧାରୀ ପାଇଖାନା ଘରେ ପଡିରହିଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ।
ବାଇଟ୧ _ ଅନ୍ଧାରୀ ଦେହୁରୀ, ହିତାଧିକାରୀ, ଖଡିଆ ସାହି । ବାଇଟ୨_ ମୀନତି ଦେହୁରୀ, ବାସିନ୍ଦା, ଖଡିଆ ସାହି । ବାଇଟ୩ _ ବାସିନ୍ଦା, ଖଡିଆସାହି।
V.O.2_ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଲୁହାକାନୀ ଗ୍ରାମପଞ୍ଚାୟତ ବାଙ୍କୀ ଗ୍ରାମର ଖଡିଆ ସାହିରେ ସରକାରଙ୍କ ର ସବୁ ଜନହିତକର ଯୋଜନା ଫେଲ୍ ମାରିଛି। ସରକାର ଙ୍କ ର ବିଭିନ୍ନ ଜନହିତକର ଯୋଜନା ଖଡିଆ ସାହିକୁ ପହଞ୍ଚି ପାରୁନାହିଁ। ଦୀର୍ଘ ପାଞ୍ଚ ବର୍ଷ ହେବ ଅନ୍ଧାରୀ ନାମ୍ନୀ ଜଣେ ଅସହାୟ ୭୦ ବର୍ଷର ବୃଦ୍ଧା ପାଇଖାନା ଘରେ ଜୀବନ ବିତାଉଥିବା ବେଳେ କିପରି ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟି ପଡିପାରି ନାହିଁ ତାହା ଏକ ବିରାଟ ପ୍ରଶ୍ନ ସୃଷ୍ଟି କରିଛି। ସରକାରଙ୍କ ଠାରୁ ପାଉଥିବା ଟଙ୍କା କିଆ କିଲୋ ଚାଉଳ ଓ କିଛି ଭତ୍ତା ଟଙ୍କା ହିଁ ସାହା ଭରସା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ରେ ବାସଗୃହ ପାଇବା ସାତସପନ ପାଲଟିଛି ଏଭଳି ଲୋକଙ୍କ ପାଇଁ। ତେବେ ଘଟଣା ସମ୍ପର୍କରେ ଆମ ଇଟିଭି ପ୍ରତିନିଧି ଲୁହାକାନୀ ଗ୍ରାମପଞ୍ଚାୟତ ର ସରପଞ୍ଚ ବାଘରାୟ ବେଶ୍ରା ଙ୍କୁ ବୁଝି ପଚାରିବାରୁ ସେ ଆମ ମାଧ୍ୟମରେ ଖବର ପାଇ ଖୁବଶୀଘ୍ର ତାଙ୍କ ଥଇଥାନ ପାଇଁ ଚେଷ୍ଟା କରିବେ ବୋଲି ପ୍ରତିକ୍ରିୟା ଦେଇଥିବା ବେଳେ ଅଧିକ ସୂଚନା ପାଇଁ ଆମେ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଯାଇ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଙ୍କୁ ସାକ୍ଷାତ କରି ବୁଝି ପଚାରିବାରୁ ସେ ଖୁବ ଶୀଘ୍ର ଏହି ସମସ୍ୟା ର ସମାଧାନ କରାଯିବ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆଗକୁ ତାଙ୍କ ପ୍ରତିଶ୍ରୁତି କେବେ ପୂରଣ ହେଉଛି ତହିଁରେ ସମସ୍ତଙ୍କ ନଜର।
ବାଇଟ୪_ ବାଘରାୟ ବେଶ୍ରା,ସରପଞ୍ଚ, ଲୁହାକାନୀ ଗ୍ରାମପଞ୍ଚାୟତ। ବାଇଟ୫_ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ, ରାଇରଙ୍ଗପୁର।
P2C _ ରାଇରଙ୍ଗପୁର ରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.