ETV Bharat / state

ମାଛ ଚୋରି ପାଇଁ ଗାଁରେ ବସିଲା କଙ୍ଗାରୁ କୋର୍ଟ, ଅପମାନ ସହିନପାରି ଜୀବନ ହାରିଲେ ଯୁବକ ! - ଅପମାନ ସହି ନ ପାରି ଆତ୍ମହତ୍ୟା

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମରେ ମାଛ ଚୋରି କରିଥିବା ଅଭିଯୋଗ ଆଣି ଗ୍ରାମରେ କଙ୍ଗାରୁ କୋର୍ଟ । ଅପମାନ ସହି ନ ପାରି ଜୀବନ ହାରିଲେ ଯୁବକ । ଅଧିକ ପଢନ୍ତୁ

kangaroo court in mayurbhanj
kangaroo court in mayurbhanj
author img

By ETV Bharat Odisha Team

Published : Sep 10, 2023, 11:02 AM IST

kangaroo court in mayurbhanj

ରାଇରଙ୍ଗପୁର: ମାଛ ଚୋରି କରିଥିବା ଅଭିଯୋଗ ଆଣି ଗ୍ରାମରେ କଙ୍ଗାରୁ କୋର୍ଟ । ଅପମାନ ସହି ନ ପାରି ଜୀବନ ହାରିଲେ ଯୁବକ । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମରୁ । ଅନ୍ୟପଟେ ପୁଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା ।

ସୂଚନା ଅନୁଯାୟୀ, ଯଶୋବନ୍ତ ମହାନ୍ତ ନାମକ ଜନୈକ ଯୁବକ ଖଡବନ୍ଧ ଗ୍ରାମ ପୋଖରୀରୁ ମାଛ ଚୋରି କରିଥିବାର ଅଭିଯୋଗ ଆଣି ଗ୍ରାମରେ ଗତ ଶୁକ୍ରବାର କଙ୍ଗାରୁ କୋର୍ଟ ବସିଥିଲା । ଉକ୍ତ କଙ୍ଗାରୁ କୋର୍ଟରେ କିଛି ବ୍ୟକ୍ତି ଯଶୋବନ୍ତକୁ ନିର୍ଦ୍ଧୁମ ମାଡ଼ ମାରିବା ସହିତ ୧୨ଟି କେରାଣ୍ଡି ମାଛ ପୋଖରୀରୁ ଧରି ଥିବାରୁ ୧୨ ହଜାର ଟଙ୍କା ଅର୍ଥ ଦଣ୍ତରେ ଦଣ୍ଡିତ କରିଥିଲେ । ପରେ ଯଶୋବନ୍ତକୁ ଛାଡି ଦେଇଥିଲେ ଲୋକେ।

ଏନେଇ ଯଶୋବନ୍ତ ରକ୍ତାକ୍ତ ଅବସ୍ଥାରେ ଘରକୁ ଯାଇ ସବୁ କଥା ବାପାକୁ କହିବା ପରେ ଅପମାନ ସହି ନପାରି ବିଷ ପିଇଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଠାକୁରମୁଣ୍ଡା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ପରିବାର ଲୋକେ । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯଶୋବନ୍ତଙ୍କ ମୃତ୍ୟୁ ଘଟିଥିଲା । ତେବେ ସାମନ୍ୟ ମାଛ ଚୋରି ପାଇଁ ଗ୍ରାମରେ କଙ୍ଗାରୁ କୋର୍ଟରେ ମାଡ଼ ମାରି ଯଶୋବନ୍ତଙ୍କୁ ଦଣ୍ଡିତ କରାଯାଇଥିଲେ । ତେଣୁ ଲୋକ ଲଜ୍ଜା ସହି ନପାରି ଜୀବନ ହାରିଛନ୍ତି ନା ଲୋକେ ପିଟି ପିଟି ମାରି ଦେଇଛନ୍ତି, ତାହା ତଦନ୍ତ ସାପେକ୍ଷ।

ଏହା ମଧ୍ୟ ପଢନ୍ତୁ- ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ: ଛେଳି ଚୋରି ଅଭିଯୋଗରେ ନିର୍ଦ୍ଧୁମ ଛେଚା ଖାଇଲେ ଦୁଇ ଚୋର

ତେବେ ପରିବାର ଲୋକଙ୍କ ଅଭିଯୋଗ ପରେ ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ବି ବର୍ତ୍ତମାନର ସୁଦ୍ଧା ମୃତ୍ୟୁର କାରଣ ପୋଲିସକୁ ମିଳି ପାରିନାହିଁ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ କାରଣ ମିଳିପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ମୃତ ଯଶୋବନ୍ତଙ୍କ ବାପା ଏନେଇ ଠାକୁରମୁଣ୍ଡା ଥାନାରେ ପୁଅକୁ ରଞ୍ଜିତ ନାଏକ, ଜଗତ ନାଏକ ଓ ବୁଧୁ ମହାନ୍ତଙ୍କ ସହିତ ଗ୍ରାମର କିଛି ଲୋକ ନିର୍ଦ୍ଧୁମ ପିଟି ପିଟି ରକ୍ତାକ୍ତ କରିଥିଲେ । ଯାହାକୁ ନେଇ ଗ୍ରାମରେ ଲଜ୍ଜିତ ହୋଇ ଯଶୋବନ୍ତ ବିଷ ପିଇ ଦେଇଥିବା ନେଇ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.