ETV Bharat / state

Kangaroo Court In Mayurbhanj: ଛେଳି ଚୋରି ଅଭିଯୋଗରେ 3ଜଣଙ୍କ ବେକରେ ଜୋତାମାଳ ପକାଇ ଗାଁ ବୁଲାଇଲେ ଲୋକେ - ଛେଳି ଚୋରି ଅଭିଯୋଗରେ କଙ୍ଗାରୁ କୋର୍ଟ

ଆଇନାକାନୁନ ଉପରେ ନାହିଁ ଭରସା ! ମୟୂରଭଞ୍ଜରେ ପୁଣି କଙ୍ଗାରୁ କୋର୍ଟ । ଛେଳି ଚୋରି ଅଭିଯୋଗରେ 3ଜଣଙ୍କ ବେକରେ ଜୋତାମାଳ ପକାଇ ଗାଁ ବୁଲାଇଲେ ଲୋକେ । ଅଧିକ ପଢନ୍ତୁ

ମୟୂରଭଞ୍ଜରେ ପୁଣି କଙ୍ଗାରୁ କୋର୍ଟ:
ମୟୂରଭଞ୍ଜରେ ପୁଣି କଙ୍ଗାରୁ କୋର୍ଟ:
author img

By ETV Bharat Odisha Team

Published : Oct 28, 2023, 8:51 AM IST

Updated : Oct 28, 2023, 12:51 PM IST

ଛେଳି ଚୋରି ଅଭିଯୋଗରେ 3ଜଣଙ୍କ ବେକରେ ଜୋତାମାଳ ପକାଇ ଗାଁ ବୁଲାଇଲେ ଲୋକେ

ରାଇରଙ୍ଗପୁର: ଛେଳି ଚୋରି ଅଭିଯୋଗରେ ଗ୍ରାମରେ ବସିଲା କଙ୍ଗାରୁ କୋର୍ଟ । ଜୋତା ମାଳ ପିନ୍ଧାଇ ମୁହଁରେ କଳା ବୋଳି ତିନି ଯୁବକଙ୍କୁ ଗାଁରେ ଚଲାଇଲେ ଗ୍ରାମବାସୀ । ତେବେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଜୟପୁର ଗ୍ରାମପଞ୍ଚାୟତର ପୁରୁଣିଆ ଗ୍ରାମରେ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ବାଦାମପାହାଡ ଥାନା ଅନ୍ତର୍ଗତ ପୁରୁଣିଆ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ କିଛି ଦିନ ପୂର୍ବରୁ ଛେଳି ଚୋରି ହୋଇଥିଲା। ପରେ ଛେଳି ମାଲିକ ଜଣକ ଉକ୍ତ ଗାଁର କେହି ଲୋକ ଚୋରି କରିଥିବାର ସନ୍ଦେହ କରି ଗ୍ରାମରେ କିଛି ଲୋକଙ୍କୁ ପଚରାଉଚରା କରିଥିଲେ। ତେବେ ସେହି ଗ୍ରାମର ତିନି ଜଣ ଯୁବକ ଛେଳି ଚୋରି କରିଥିବାର ଜାଣି ପାରି ଗାଁରେ ଏକ ବୈଠକ ଡକାଇ ଛେଳି ଚୋରି କରିଥିବା ତିନି ଜଣ ଯୁବକଙ୍କୁ ମଧ୍ୟ ଡକାଇଥିଲେ ।

ଏହାମଧ୍ୟ ପଢନ୍ତୁ..ମାଛ ଚୋରି ପାଇଁ ଗାଁରେ ବସିଲା କଙ୍ଗାରୁ କୋର୍ଟ, ଅପମାନ ସହିନପାରି ଜୀବନ ହାରିଲେ ଯୁବକ !

ସେଠାରେ ଧମକ ଚମକ ଦେବା ପରେ ତିନି ଜଣ ଯୁବକ ଛେଳି ଚୋରି କରିଥିବାର ସ୍ବୀକାର କରିଥିଲେ । ଦୋଷ ସ୍ବୀକାର କରିବା ପରେ ଗ୍ରାମବାସୀଙ୍କ ପ୍ରଜାକୋର୍ଟରେ ତିନି ଯୁବକଙ୍କ ଦଣ୍ଡ ବିଧାନ କରାଯାଇଥିଲା । ତିନି ଜଣ ଯୁବକଙ୍କ ହାତ ବାନ୍ଧି ଦେବା ସହିତ ବେକରେ ଚପଲ ଜୋତା ମାଳ ପିନ୍ଧାଇ, ମୁହଁରେ କଳା ବୋଳି ଗାଁରେ ବୁଲାଇଥିଲେ ଗ୍ରାମବାସୀ । ପରେ ତିନି ଜଣ ଯୁବକଙ୍କୁ ଗ୍ରାମବାସୀ ଛାଡି ଦେଇଥିବାର ସୂଚନା ରହିଛି ।

ଗୁରୁବାର ଦିନ ଏହି ଘଟଣା ଘଟିଥିବାର ସୂଚନା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଛେଳି ଚୋରି ସମ୍ପର୍କରେ ବାଦାମପାହାଡ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବା କହିଛି ପୋଲିସ । ଏଥିସହ ଏ ସମ୍ପର୍କରେ ମଧ୍ୟ କିଛି ଜାଣି ନଥିବା କହିଛି ପୋଲିସ।

ଏହାମଧ୍ୟ ପଢନ୍ତୁ..ମୟୂରଭଞ୍ଜରେ କଙ୍ଗାରୁ କୋର୍ଟ: ଛେଳି ଚୋରି ଅଭିଯୋଗରେ ନିର୍ଦ୍ଧୁମ ଛେଚା ଖାଇଲେ ଦୁଇ ଚୋର

ସେପଟେ ମୟୂରଭଞ୍ଜ ଜିଲ୍ଲାରେ ବାରମ୍ବାର ଏହିପରି ଦୋଷୀଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ବିଧାନ କରାଯାଉଛି । ଫଳରେ ଲୋକଙ୍କ ମନରୁ ଆଇନ କାନୁନ ଉପରେ ବିଶ୍ବାସ ଉଠିବାରେ ଲାଗିଛି । ସେହିପରି ସେପ୍ଟେମ୍ବର ମାସ ୯ ତାରିଖରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖଡ଼ବନ୍ଧ ଗ୍ରାମରେ ଗ୍ରାମବାସୀଙ୍କ ପ୍ରଜାକୋର୍ଟରେ‌ ଖଣ୍ଡବନ୍ଧ ଗ୍ରାମର ଯଶୋବନ୍ତ ମହାନ୍ତଙ୍କୁ ମାମୁଲି ମାଛ ଚୋରି ଅଭିଯୋଗରେ ଦଣ୍ଡ ବିଧାନ ସ୍ଵରୁପ ନିର୍ଦ୍ଧୁମ ମାଡ଼ ମାରିଥିଲେ ଗ୍ରାମବାସୀ ।

ଏଥି ସହିତ ୧୨ଟି କେରାଣ୍ଡି ମାଛ ପୋଖରୀରୁ ଧରି ଥିବାରୁ ୧୨ ହଜାର ଟଙ୍କା ଅର୍ଥ ଦଣ୍ତରେ ଦଣ୍ଡିତ କରିଥିଲେ। ପରେ ଯଶୋବନ୍ତକୁ ଛାଡି ଦେଇଥିଲେ ଗ୍ରାମବାସୀ । ଯଶୋବନ୍ତ ରକ୍ତାକ୍ତ ଅବସ୍ଥାରେ ଘରକୁ ଯାଇ ସବୁ କଥା ବାପାକୁ କହିବା ପରେ ବିଷ ପିଇ ଦେଇଥିବା ଜଣା ପଡ଼ିଥିଲା। ତାଙ୍କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ଠାକୁରମୁଣ୍ଡା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ପରିବାର ଲୋକେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯଶୋବନ୍ତଙ୍କ ମୃତ୍ୟୁ ଘଟିଥିଲା । ତେବେ ସାମନ୍ୟ ମାଛ ଚୋରି ପାଇଁ ଗ୍ରାମରେ କଙ୍ଗାରୁ କୋର୍ଟ ରେ ମାଡ଼ ମାରି ଯଶୋବନ୍ତଙ୍କୁ ଦଣ୍ଡିତ କରିଥିବାରୁ ଲୋକ ଲଜ୍ଜା ସହି ନପାରି ବିଷ ପିଇ ଦେଇଥିଲେ ଯଶୋବନ୍ତ । ପରେ ମୃତ ଯଶୋବନ୍ତଙ୍କ ବାପା ଏନେଇ ଠାକୁରମୁଣ୍ଡା ଥାନାରେ ଗ୍ରାମବାସୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

Last Updated : Oct 28, 2023, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.