ETV Bharat / state

ଦୁଇ ଶହ ଦେଇ ପାଞ୍ଚଲକ୍ଷ ଲୁଟ୍, ସିସିଟିଭିରେ ଲୁଟେରା

author img

By

Published : Jun 24, 2019, 1:05 AM IST

ଅଭିନବ ଉପାୟରେ ଲୁଟ । ତାବିଜ ନେବା ନାଁରେ ତାଜୁବ କରିଦେଲେ ଦୁଇ ଲୁଟେରା । ଟଙ୍କା ଭିତରେ କେମିକାଲ ଦେଇ ଲୁଟିନେଇଗଲେ ୫ ଲକ୍ଷର ଅଳଙ୍କାର ।

ଫଟୋସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଗରାଖ ହୋଇ ଆସିଲେ ଆଉ ଲୁଟେରା ହୋଇ ଲୁଟିନେଲେ । ଏଭଳି ଅଭିନବ ଉପାୟରେ ଲୁଟପାଟ୍ ଘଟିଛି ମୟୂରଭଞ୍ଜର କୁଳିଅଣା ବଜାରରେ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସ ଦୋକାନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ରବିବାର ଅପରାହ୍ନରେ ୨ ଜଣ ଲୁଟେରା ଗ୍ରାହକ ଭଳି ଆସି ଦୋକାନୀଙ୍କୁ ଏକ ତାବିଜ ମାଗିଥିଲେ । ତାବିଜ ନେବା ପରେ ଦୁଇ ଶହ ଟଙ୍କିଆ ନୋଟ୍‌ ଦୋକାନୀଙ୍କୁ ଦେଇଥିଲେ। ଦୋକାନୀ ଜଣଙ୍କ ନୋଟ ପରଖିବାବେଳେ ତାଙ୍କୁ ଆଉ କିଛି ଦେଖାଯାଇ ନ ଥିଲା । ଠିକ୍ ସେହି ସମୟରେ ଲୁଟେରା ଦ୍ବୟ 6 ଟି ସୁନା ହାର ଓ ରୂପା ଅଳଙ୍କାର ଲୁଟ୍ କରି ଫେରାର ହୋଇଯାଇଥିଲେ ।

ପରେ ଦୋକାନୀ ଗ୍ରାହକ ଦ୍ୱୟ ନଥିବା ଦେଖି ସେ ଶୋ କେସ୍‌ ଯାଞ୍ଚ କରିବାରୁ ସେଥିରେ ୧୫୦ ଗ୍ରାମ ଓଜନର ସୁନା ଗହଣା ନ ଥିବା ଦେଖିଥିଲେ। ଏହାପରେ କୁଳିଅଣା ଥାନା ପୋଲିସକୁ ଖବର ଦିଆଯାଇଥିଲା। ଥାନା ଅଧିକାରୀ କମଳାକାନ୍ତ ଦାସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ସିସି ଟିଭିରେ ଲୁଟେରା, ଦୁଇ ଦୁର୍ବୁର୍ତ୍ତ ଗରାଖ ହେଇ ଆସିଲେ ଆଉ ଅଭିନବ ଉପାୟ ରେ ଲୁଟି ନେଲେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ସୁନାଗହଣା। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ର କୁଳିଅଣା ଥାନା ଅନ୍ତର୍ଗତ କୁଳିଅଣା ବଜାରରେ। କୁଳିଅଣା ବଜାରରେ ଥିବା ମା’ ତାରିଣୀ ଜୁଏଲର୍ସ ଦୋକାନରୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟ୍‌ ହୋଇଛି। ଅପରାହ୍ନରେ ୨ ଜଣ ଲୁଟେରା ଗ୍ରାହକ ବେଶରେ ଆସି ଦୋକାନୀଙ୍କୁ ତାବିଜ ମାଗି ଥିଲେ। ସେମାନେ ତାବିଜ ନେଇ ଏକ ଦୁଇ ଶହ ଟଙ୍କିଆ ନୋଟ୍‌ ଦେଇଥିଲେ। ଦୋକାନୀ ଶମ୍ଭୁନାଥ ରଣା ନୋଟ ପରଖି ବେଳେ ତାଙ୍କୁ ଆଉ କିଛି ଦେଖାଯାଇ ନ ଥିଲା। ସେଥିରେ ଲଗାଯାଇଥିବା କେମିକାଲ ପ୍ରଭାବରେ ଏଭଳି ଘଟିଥିବା କୁହାଯାଉଛି। ଏହି ସମୟ ମଧ୍ୟରେ ଲୁଟେରା ଦ୍ୱୟ ଦୋକାନ ଶୋ କେସ୍‌ ଭିତରେ ରଖାଯାଇଥିବା ୬ଟି ସୁନାହାର ସହ ଅନ୍ୟ ଗହଣାକୁ କାଢି ନେଇ ଚମ୍ପଟ ମାରିଥିଲେ।
କିଛି ସମୟ ପରେ କେମିକାଲ ପ୍ରଭାବ କମିଯିବାରୁ ଦୋକାନୀଙ୍କ ଆଖିକୁ ଦେଖାଯାଇଥିଲା। ସେତେବେଳକୁ ଗ୍ରାହକ ଦ୍ୱୟ ନ ଥିବା ଦେଖି ସେ ଶୋ କେସ୍‌ ଯାଞ୍ଚ କରିବାରୁ ସେଥିରେ ୧୫୦ ଗ୍ରାମ ଓଜନର ସୁନା ଗହଣା ନ ଥିବା ଦେଖିଥିଲେ। ଏହାପରେ କୁଳିଅଣା ଥାନା ପୋଲିସକୁ ଖବର ଦିଆଯାଇଥିଲା। Body:ଥାନା ଅଧିକାରୀ କମଳାକାନ୍ତ ଦାସ ପହଞ୍ଚି ତଦନ୍ତ କରିଥିଲେ। ୧୮ ନମ୍ବର ଜାତୀୟ ରାଜପଥ କଡରେ ଥିବା ମାର୍କେଟ କମ୍ପ୍ଲକ୍ସ ସ୍ଥିତ ଏହି ଜୁଏଲାରୀ ଦୋକାନରୁ ଲୁଟେରାମାନେ ଅଭିନବ ଉପାୟରେ ସୁନା ଅଳଙ୍କାର ଲୁଟିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ ବେଳେ ଏହି ଲୁଟେରାଦ୍ୱୟଙ୍କ ସବୁ କାରନାମା ଜଣାପଡିଛି। Conclusion:ପୋଲିସ ଲୁଟେରାଙ୍କ ଫଟୋ ସିସିଟିଭିରୁ ଉଦ୍ଧାର କରି ଜିଲାର ସବୁ ଥାନାକୁ ପଠାଇ ସେମାନଙ୍କୁ ଧରିବା ଲାଗି ତନାଘନା ଚଳାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.