ETV Bharat / state

Journalist Demise: ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକଙ୍କ ଦେହାନ୍ତ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ଚିତ୍ତରଞ୍ଜନ ଜେନାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ କଟକ ବଡ ଡାକ୍ତରଖାନାରେ ପରଲୋକ ଘଟିଛି । ଅଧିକ ପଢନ୍ତୁ

ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକଙ୍କ ଦେହାନ୍ତ

author img

By

Published : Dec 18, 2021, 10:58 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ଚିତ୍ତରଞ୍ଜନ ଜେନାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ କଟକ ବଡ ଡାକ୍ତରଖାନାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କର ୬୧ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ଶୁଣି ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସ୍ବର୍ଗତ ଜେନା ଗତ ସୋମବାର ଦିନ ପ୍ରାତ ଭ୍ରମଣରେ ଆସି ଠାକୁରମୁଣ୍ଡା ବଜାରରେ କିଛି ପରିଚିତ ଲୋକଙ୍କ ସହିତ ରାସ୍ତାରେ ଛିଡାହୋଇ କଥାବାର୍ତ୍ତା ହେଉଥିବା ବେଳେ ହଠାତ ଗୁରୁତର ହୋଇପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକଙ୍କ ଦେହାନ୍ତ

ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଜେନାଙ୍କ ରକ୍ତଚାପ ବୃଦ୍ଧି ଯୋଗୁଁ ଗୁରୁତର ଅବସ୍ଥାରେ ତାଙ୍କୁ ଘଷିପୁରା ଓ ପରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇ ଡାକ୍ତର ଚିକିତ୍ସା କରୁଥିବା ବେଳେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଥିଲା । ଆଜି(ଶନିବାର) ଦିନ ପରିବାର ଲୋକେ ତାଙ୍କ ମରଶରୀରକୁ ଠାକୁରମୁଣ୍ଡା ନିକଟ ତାଙ୍କ ଘର ନିହାଣଗଣ୍ଡିକୁ ଆଣିବା ବେଳେ ଠାକୁରମୁଣ୍ଡା ହନୁମାନ ଛକରେ ତାଙ୍କୁ ଅପେକ୍ଷା କରିଥିବା ବିଭିନ୍ନ ବର୍ଗର ଲୋକେ ଶେଷଦର୍ଶନ କରିଥିଲେ ।

ଠାକୁରମୁଣ୍ଡା ଓ କରଞ୍ଜିଆ ଅଞ୍ଚଳର ସାମ୍ବାଦିକ, ବାରିପଦା DIPRO, ବ୍ଲକ ଅଧକ୍ଷ ପ୍ରଶାନ୍ତକୁ ବେହେରା, ବିଜେଡି ସଭାପତି ନନ୍ଦକିଶୋର ବାରିକ, ଡ୍ରାଇଭର ସଂଘର କର୍ମକର୍ତ୍ତା, ଠାକୁରମୁଣ୍ଡା ସାହିତ୍ୟ ଘରର ସଦସ୍ୟ ମାନେ ପୁଷ୍ପ ଦେଇ ଶେଷ ଦର୍ଶନ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ପରେ ତାଙ୍କ ମୃତଦେହକୁ ଶୋଭାଯାତ୍ରାରେ ନିଆଯାଇଥିଲା ।

ତାଙ୍କ ଘରେ ପହଞ୍ଚିବା ପରେ ପରିବାର ଲୋକଙ୍କ ଦ୍ୱାରା ସତ୍କାର କରାଯାଇଥିଲା । ସ୍ବର୍ଗତ ଚିତ୍ତରଞ୍ଜନ ଜେନା ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଙ୍ଘର ମୟୂରଭଞ୍ଜ ଜିଲ୍ଲାର ସହ ସମ୍ପାଦକ ଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.