ETV Bharat / state

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା: କପ୍ତିପଦା ସାମ୍ବାଦିକ ସଂଘର ବିକ୍ଷୋଭ - କପ୍ତିପଦା ସାମ୍ବାଦିକ ସଂଘ

ସାମ୍ବାଦିକ ଉପରେ ଆକ୍ରମଣ ଘଟଣା । କପ୍ତିପଦା ସାମ୍ବାଦିକ ସଂଘ ପକ୍ଷରୁ ଉପଜିଲ୍ଲାପାଳୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ ସୁରକ୍ଷା ନେଇ ଆଇନ ପ୍ରଣୟନ କରିବା ଏବଂ ଦୁର୍ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Jul 20, 2019, 9:31 PM IST

ବାରିପଦା: ଗତ ସପ୍ତାହ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକମାନଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଘଟଣାକୁ ପ୍ରତିବାଦ କରି ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି । ଏଥିସହ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ପ୍ରଥମେ ସାମ୍ବାଦିକ ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ କରି ଟାଉନ କ୍ଲବ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ସାମ୍ବାଦିକ ସୁରକ୍ଷା ନେଇ ଆଇନ ପ୍ରଣୟନ କରିବା ଏବଂ ଦୁର୍ବ୍ୟବହାରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

ଏଥିସହ ଆସନ୍ତା 7 ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଉପଖଣ୍ଡ ସାମ୍ବାଦିକ ସଂଘ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.