ETV Bharat / state

ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ - ପୋଲିସର ତଦନ୍ତ ଜାରି

ମୟୂରଭଞ୍ଜ ଜିଲ୍ଲା ଝରାଡ଼ିହିରେ ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jul 23, 2019, 5:49 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଥମିବାର ନାଁ ନେଉନି ଚୋରି ଘଟଣା । ଝରାଡ଼ିହିରେ ଝରକା ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ସୂଚନାମୁତାବକ, ବୁଦ୍ଧିଆ ବେହେରା ପରିବାର ସହ ଝାଡ଼ଖଣ୍ଡ ସ୍ଥିତ ଶଶୁର ଘର ଯାଇଥିବା ବେଳେ ଚୋର ଝରକା ଭାଙ୍ଗି ଘରେ ପଶି ଆଲମିରା ଭାଙ୍ଗି ନଗଦ 40 ହଜାର ଟଙ୍କା ସମେତ ସୁନାଗହଣା ଆଦି ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ତିରିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ଝରାଡିହି ଅଞ୍ଚଳରେ ଚୋରି ଜନିତ ଘଟଣା ବଢି ଚାଲିଥିବା ବେଳେ ଘର ଭିତରୁ ଗୋରୁ, ଗାଇ ଓ ଛେଳି ମଧ୍ୟ ଚୋରି ହେଉଛି । ହେଲେ ପୋଲିସ ପ୍ରଶାସନ ଚୋରି ରୋକିବାରେ କିମ୍ବା ଚୋରଙ୍କୁ ଧରିବାରେ ବିଫଳ ହୋଇଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Slug - ଘର ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ସୁନା ଅଳଙ୍କାର ଲୁଟ।
Format_Avo
Reporter_Sanjay Kumar Parida, Rairangpur
Date_ 23/07/2019
Anchor - ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଝରାଡ଼ିହିରେ ଚୋରି ଘଟଣା ଥମିବାର ନାଁ ନେଉନି ।ଝରାଡ଼ିହିର ବୁଧିଆ ବେହେରା ପରିବାର ସହ ଝାଡ଼ଖଣ୍ଡ ସ୍ଥିତ ଶଶୁର ଘର ଯାଇଥିବା ବେଳେ ଚୋର ଝରକା ଭାଙ୍ଗି ଘରକୁ ପଶିଥିଲେ ଏବଂ ଆଲମିରା ଭାଙ୍ଗି ନଗଦ ଟଙ୍କା ସମେତ ସୁନାଗହଣା ଆଦି ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଶଶୁର ଘରୁ ଫେରିବା ପରେ ଜାଣିବାକୁ ପାଇଥିଲେ । ଘରେ ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ତିରିଂ ପୋଲିସ ଘଟଣାସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ବୂଧିଆ ଙ୍କ ଘରୁ ପ୍ରାୟ ଦୁଇ ଲକ୍ଷ ଟଙ୍କା ଚୋରି ହେଇଥିବା ସେ ଅଭିଯୋଗ କରିଛନ୍ତି। ଜନ ସାଧାରଣଙ୍କ ଅନୁସାରେ ଝରାଡିହି ଅଞ୍ଚଳରେ ଚୋରି ଜନିତ ଘଟଣା ବଢି ଚାଲିଛି ବାରମ୍ବାର ବିଭିନ୍ନ ଲୋକଙ୍କ ଘରୁ ଚୋରି ହେଉଥିଲା ବେଳେ ଗୋରୁ,ଗାଇ ଓ ଛେଳି ମଧ୍ୟ ଚୋରି ହେଉଛି ହେଲେ ପୋଲିସ ପ୍ରଶାସନ ଚୋରି ରୋକିବାରେ କିମ୍ବା ଚୋରଙ୍କୁ ଧରିବାରେ ବିଫଳ ହୋଇଛନ୍ତି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.