ETV Bharat / state

ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜନତା କର୍ଫ୍ୟୁ

କୋରୋନା ପାଇଁ ଏବେ ସାରା ଦେଶ ପାଳନ କରୁଛି ଜନତା କର୍ଫ୍ୟୁ । ତେବେ ଏନେଇ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଓ ପଞ୍ଚପୀଢ଼ ଉପଖଣ୍ଡରେ ମଧ୍ୟ ଦେଖିବାକୁ ମିଳିଛି ଏହି କର୍ଫ୍ୟୁର ପ୍ରଭାବ । ଅଧିକ ପଢନ୍ତୁ ...

janata curfew in mayurbhanj
ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ସ୍ଥାନରେ ଜନତା କର୍ଫ୍ୟୁ ପାଳନ
author img

By

Published : Mar 22, 2020, 2:02 PM IST

ରାଇରଙ୍ଗପୁର: ସମଗ୍ର ବିଶ୍ବକୁ ମହାମାରୀ କୋରୋନାର ଭୟ । ଏହି ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ସମଗ୍ର ଦେଶବାସୀ ପାଳନ କରୁଛି ଜନତା କର୍ଫ୍ୟୁ । ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଓ ପଞ୍ଚପୀଢ଼ ଉପଖଣ୍ଡରେ ମଧ୍ୟ ଜନତା କର୍ଫ୍ୟୁ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଏନେଇ ସମ୍ପୁର୍ଣ୍ଣ ଭାବେ ଠପ୍ ହୋଇଯାଇଛି ଜନଜୀବନ ।

ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ ସ୍ଥାନରେ ଜନତା କର୍ଫ୍ୟୁ ପାଳନ

ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଦୋକାନବଜାର ସବୁ ବନ୍ଦ ରହିଛି । ସେପଟେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ରାସ୍ତାଘାଟ ଶୂନଶାନ ହୋଇପଡିଥିବା ଦେଖିବାକୁ ମିଳିଛି । ରାଇରଙ୍ଗପୁର ସହରର ଜଗନ୍ନାଥ ମନ୍ଦିରରେ ମଧ୍ୟ ମୁଖ୍ୟ ପୂଜକ ସକାଳୁ ଠାକୁରଙ୍କ ନୀତି କାନ୍ତି ସମ୍ପନ୍ନ କରି ମନ୍ଦିର ଫାଟକରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରବେଶ ନିଷେଧ କରିଛନ୍ତି । ବଡ଼ ବଡ଼ ସହରଠାରୁ ଆରମ୍ଭ କରି ଛୋଟ ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମ୍ମାନ ଦେଇଛନ୍ତି । ଏନେଇ ଘରେ ରହି ଜନତା କର୍ଫ୍ୟୁ ପାଳନ କରୁଛନ୍ତି ଅଞ୍ଚଳବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.