ETV Bharat / state

ଭାରତ-ଚୀନ ସୀମାରେ ITBP ଯବାନଙ୍କ ମୃତ୍ୟୁ, ପୈତୃକ ଗ୍ରାମରେ ହେଲା ଶେଷକୃତ୍ୟ

author img

By

Published : Aug 7, 2023, 7:25 PM IST

ଭାରତ-ଚୀନ ସୀମା ସିକିମ୍‌ରେ କାର୍ଯ୍ୟରତ ଜଣେ ITBP ଯବାନଙ୍କ ମୃତ୍ୟୁ ଘଟିଛି। ଭାରତୀୟ ସେନା ଦ୍ବାରା ଗାର୍ଡ ଅଫ ଅନର ପ୍ରଦାନ ସହ ତାଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଧିକ ପଢନ୍ତୁ

ITBP ଯବାନ ରାଜୀବଙ୍କ ଶେଷକୃତ୍ୟ ସମ୍ପନ୍ନ
ITBP ଯବାନ ରାଜୀବଙ୍କ ଶେଷକୃତ୍ୟ ସମ୍ପନ୍ନ

ITBP ଯବାନ ରାଜୀବଙ୍କ ଶେଷକୃତ୍ୟ ସମ୍ପନ୍ନ

ରାଇରଙ୍ଗପୁର : ଭାରତ-ଚୀନ ସୀମା ସିକିମ୍‌ରେ କାର୍ଯ୍ୟରତ ଜଣେ ITBP ଯବାନଙ୍କ ମୃତ୍ୟୁ ଘଟିଛି । ତେବେ ଯବାନଙ୍କ ମରଶରୀରକୁ ଭାରତୀୟ ସେନା ଦ୍ବାରା ପୈତୃକ ଗ୍ରାମ ଅଣାଯାଇଛି । ସେଠାରେ ଶୋକାକୁଳ ପରିବେଶ ମଧ୍ୟରେ ମୃତ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ବିଶୋଇ ଥାନା ଅନ୍ତର୍ଗତ ବନେଇକଳା ପଞ୍ଚାୟତର ଗୁଣ୍ଡୁରିଆ ଗ୍ରାମ ଯବାନଙ୍କ ପୈତୃକ ଗ୍ରାମ ହୋଇଥିବା ଜଣାପଡିଛି ।

ଗୁଣ୍ଡୁରିଆ ଗ୍ରାମର ଗୋପାଳ ନାଏକଙ୍କର ପୁତ୍ର ହେଉଛନ୍ତି ରାଜୀବ ନାଏକ। ତେବେ ଇଣ୍ଡୋ ତିବତ୍ ସୈନ୍ୟ ବଳ ଭାରତ-ଚୀନ ସୀମା ସିକିମରେ କାର୍ଯ୍ୟରତ ଥିଲେ ରାଜୀବ ନାଏକ। ଆଉ କାର୍ଯ୍ୟରତ ଅବସ୍ଥାରେ ହିଁ ଗତ ଶନିବାର ଦିନ ହୃଦଘାତରେ ରାଜୀବ ଆର ପାରିକୁ ଚାଲିଯାଇଛନ୍ତି । ଯବାନଙ୍କ ମୃତ୍ୟୁ ପରେ ତାଙ୍କୁ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଥିଲା । ସେଠାରୁ ସେନା କର୍ମଚାରୀମାନେ ଯବାନଙ୍କ ମର ଶରୀର ଧରି ପ୍ରଥମେ କୋଲକାତା ଆସିଥିଲେ । ଏହାପରେ ସେମାନେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ।

ଶେଷରେ ଆଜି ଏକ ସ୍ୱତନ୍ତ୍ର ସୁସଜ୍ଜିତ ସେନା ଗାଡ଼ିରେ ଭୁବନେଶ୍ୱରରୁ ୧୨୦ ବାଟାଲିୟନର ଯବାନମାନେ ମୃତ ଯବାନଙ୍କ ପୈତୃକ ଗ୍ରାମ ଗୁଣ୍ଡୁରିଆକୁ ଆଣିଥିଲେ। ବିଶୋଇ ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ବନେଇକଳା ଛକଠାରୁ ହଜାର ହଜାର ସ୍ଥାନୀୟ ଲୋକଙ୍କ ଉପସ୍ଥିତରେ ଯବାନଙ୍କ ମରଶରୀରକୁ ନିଜ ଘରକୁ ଅଣା ଯାଇଥିଲା । ସେଠାରେ ପରିବାର ଲୋକ ଓ ଗ୍ରାମବାସୀଙ୍କ କାନ୍ଦବୋବାଳିରେ ଫାଟି ପଡୁଥିଲା ପରିବେଶ । ଅତି କମ୍ ବୟସରେ ପୁଅକୁ ହରାଇ ପରିବାରଲୋକେ ଧୈର୍ଯ୍ୟହରା ହୋଇ ପଡିଛନ୍ତି ।

ଏହା ବି ପଢନ୍ତୁ...ହାଇଦ୍ରାବାଦରେ ଅସୁସ୍ଥ ଓଡିଆ ଯବାନଙ୍କ ମୃତ୍ୟୁ, ନିଆଳିରେ ଶେଷକୃତ୍ୟ ସମ୍ପନ୍ନ

ଯବାନଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ, ସ୍ଥାନୀୟ ପୋଲିସ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ରହି ରାଜୀବଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଗ୍ରାମରେ ଥିବା ଶ୍ମଶାନକୁ ନିଆଯାଇଥିଲା । ସେଠାରେ ଭାରତୀୟ ସେନା ଦ୍ବାରା ଗାର୍ଡ୍‌ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ଏହାସହ ତୋପ ସଲାମୀ ମଧ୍ୟ ଦିଆଯାଇଥିଲା । ତେବେ ରାଜୀବ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ତୋପ ସଲାମୀ ଦିଆଯିବା ପରେ ଆଦିବାସୀ ରୀତିନୀତି ଅନୁଯାୟୀ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ କରାଯାଇଥିବା ଜଣାପଡିଛି ।

ତେବେ ରାଜୀବଙ୍କ ପରିବାରରେ ବୃଦ୍ଧ ପିତା ମାତା, ସ୍ତ୍ରୀଙ୍କ ସମେତ 2 ଝିଅ ଓ ଗୋଟିଏ ପୁଅ ଥିବା ଜଣାପଡିଛି । ଇଣ୍ଡୋ ତିବତ୍ ସୈନ୍ୟ ବଳରେ କାର୍ଯ୍ୟରତ ରାଜୀବଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ଥାନୀୟ ପ୍ରଶାସନ ପୋଲିସ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅଶ୍ରୁଳ ବିଦାୟ ଦେଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.