ETV Bharat / state

ବେଆଇନ ଗୋରୁ ଚାଲାଣ; ୮ ଗୋରୁ ଉଦ୍ଧାର, 2 ଗିରଫ

author img

By

Published : Oct 5, 2020, 1:49 PM IST

ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବଢିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ କୁଳିଅଣା ଥାନା କମାତା ଛକ ନିକଟରୁ ପାଟ୍ରୋଲିଂ ସମୟରେ ପୁଣି ୮ ଟି ଗୋରୁ ସହ ପିକଅପ ଜବତ କରିଛି କୁଳିଅଣା ପୋଲିସ । ଅଧିକ ପଢନ୍ତୁ...

illegal transport of cattle, 2 arrested
ବେଆଇନ ଗୋରୁ ଚାଲାଣ; ୮ ଗୋରୁ ଉଦ୍ଧାର, 2 ଗିରଫ

ବାରିପଦା: ରାଜ୍ୟରେ ବେଆଇନ ଗୋରୁ ଚାଲାଣ ବଢିବାରେ ଲାଗିଛି । ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ କୁଳିଅଣା ଥାନା କମାତା ଛକ ନିକଟରୁ ପାଟ୍ରୋଲିଂ ସମୟରେ ପୁଣି ୮ ଟି ଗୋରୁ ସହ ପିକଅପ ଜବତ କରିଛି କୁଳିଅଣା ପୋଲିସ । ପୋଲିସ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ବେଆଇନ ଭାବେ ଗୋରୁ ବୋଝେଇ ପିକଅପ ଯାଉଥିବା ବେଳେ ଅଟକାଇ ଥିଲା । ତେବେ ପିକଅପରେ ଅତି ଚତୁରତା ସହିତ ପଲିଥିନ ଢାଙ୍କି ଆଠଟି ଗୋରୁଙ୍କ ଗୋଡ଼ ବାନ୍ଧି ଚାଲାଣ କରୁଥିବା ନଜରକୁ ଆସିଥିଲା।

ବେଆଇନ ଗୋରୁ ଚାଲାଣ; ୮ ଗୋରୁ ଉଦ୍ଧାର, 2 ଗିରଫ

ଏନେଇ ପିକଅପର ଡ୍ରାଇଭର ଓ ହେଲପର ଗୋରୁ ଗୁଡିକର କିଣାବିକା ପ୍ରମାଣ ପତ୍ର ଦେଖାଇ ପାରି ନଥିଲେ । ଶେଷରେ ପୋଲିସ ପିକଅପରେ ଥିବା ୮ ଟି ଗୋରୁଙ୍କୁ ଉଦ୍ଧାର କରି କରଞ୍ଜିଆ ସ୍ଥିତ ସଂକଳ୍ପ ସେବାଟ୍ରଷ୍ଟକୁ ପଠାଇବା ସହ ଡ୍ରାଇଭର ଓ ହେଲପରକୁ ଗିରଫ କରିଛି। ଗିରଫ ଡ୍ରାଇଭରର ଘର ବଡ଼ସାହି ଥାନା ଅନ୍ତର୍ଗତ ବାଲିଜୁଡ଼ା ଗ୍ରାମର ଦିଲ୍ଲୀପ ବେହେରା ଏବଂ ଅନ୍ୟ ଜଣେ ସହଯୋଗୀଙ୍କ ଘର ମଧ୍ୟ ସେହି ଥାନା ଅନ୍ତର୍ଗତ ଖୁକୁରିଆ ଗ୍ରାମର କଟିଆ ନାଏକ ବୋଲି ଜଣାପଡିଛି |

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.