ବ୍ରହ୍ମପୁର: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଉପଯୁକ୍ତ ନ୍ୟାୟ ପ୍ରଦାନ ଦାବିରେ ବ୍ରହ୍ମପୁର ସହରରେ କ୍ୟାଣ୍ଡେଲ ଶୋଭାଯାତ୍ରା । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ବ୍ରହ୍ମପୁର ଶାଖା ପକ୍ଷରୁ କାର୍ଯ୍ୟରତ ମହିଳା ମୃତ ଡାକ୍ତରାଣୀଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି ।
ଏହି ଘଟଣାରେ ଯେଭଳି ଅଭିଯୁକ୍ତ ମାନେ ନିଜର ମଣିଷପଣିଆ ଭୁଲି ପାଶବିକତାର ପରିଚୟ ଦେଇଥିଲା ଏହାକୁ ପରିଷଦ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତକୁ ଫାଶି ଦିଆଯିବାକୁ ଦାବି କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ