ETV Bharat / state

ହତ୍ୟା ପରେ ସ୍ତ୍ରୀକୁ କୂଅରେ ଫିଙ୍ଗିଲା ସ୍ୱାମୀ, ଉଦ୍ଧାର କଲା ଅଗ୍ନିଶମ - ବାରିପଦା ହତ୍ୟା

ବାରିପଦା ସଦର ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ବୈଦିପୁର ଗ୍ରାମରୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା । ସ୍ତ୍ରୀକୁ ମାରି ମୃତଦେହ କୂଅରେ ପକାଇବା ଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି । ଅଧିକ ପଢନ୍ତୁ...

ହତ୍ୟା ପରେ ସ୍ତ୍ରିକୁ କୂଅରେ ଫିଙ୍ଗିଲା ସ୍ୱାମୀ: ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

author img

By

Published : Nov 10, 2021, 6:21 PM IST

ବାରିପଦା: ସ୍ତ୍ରୀକୁ ମାରି ମୃତଦେହ କୂଅରେ ପକାଇଲା ସ୍ବାମୀ । ଦୁର୍ଗନ୍ଧ ହେବାରୁ ଗ୍ରାମବାସୀ ଅଗ୍ନିଶମ କର୍ମଚାରୀ ଡାକିବା ପରେ ମୃତଦେହ ଉଦ୍ଧାର କରାଯାଇଛି । ଏପରି ଲେମହର୍ଷଣକାରୀ ଘଟଣା ଆସିଛି ବାରିପଦା ସଦର ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତ ବୈଦିପୁର ଗାଁରୁ । ମୃତ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ୩୫ ବର୍ଷୀୟା କର୍ମୀ ମାରାଣ୍ଡି । ମୃତ କର୍ମୀ ମାରାଣ୍ଡି ହେଉଛନ୍ତି ମୁନସୀ ମାରାଣ୍ଡିଙ୍କ ପ୍ରଥମ ସ୍ତ୍ରୀ । ତାଙ୍କର ୩ଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

ହତ୍ୟା ପରେ ସ୍ତ୍ରିକୁ କୂଅରେ ଫିଙ୍ଗିଲା ସ୍ୱାମୀ: ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ସୂଚନା ମୁତାବକ ଗତ ୪ ଦିନ ତଳେ ବାଦଣା ପର୍ବରେ ତାଙ୍କ ସ୍ବାମୀ ମୁନସୀ ମାରାଣ୍ଡି, କର୍ମୀଙ୍କୁ ପିଟାପିଟି କରିଥିବାର ତାଙ୍କ ପିଲାମାନେ ଦେଖିଥିଲେ । ତେବେ ଗତ ୨ ଦିନ ତଳେ କର୍ମୀଙ୍କୁ ମାରି କୂଅ ଭିତରେ ପକାଇ ଦେଇଥିବାର ଅନୁମାନ କରାଯାଉଛି । ଉକ୍ତ ଘଟଣାରେ ପୋଲିସ ତାଙ୍କ ସ୍ଵାମୀଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର ପ୍ରକୃତ ଘଟଣା ଜଣାପଡି ନଥିବା ବେଳେ ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.