ETV Bharat / state

ସ୍କୁଲ ବାରଣ୍ଡାରୁ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲା ପରିବାର - ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସ୍କୁଲ ବାରଣ୍ଡାରୁ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ତାରଣା ଆଶ୍ରମ ସ୍କୁଲରେ ଏଭଳି ଘଟଣା ଘଟିଥିବା ବେଳେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
author img

By

Published : Mar 11, 2023, 9:04 AM IST

ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଅଭାବନୀୟ ଘଟଣା । ସ୍କୁଲ ବାରଣ୍ଡାରୁ ପ୍ରଧାନ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ତାରଣା ଗ୍ରାମରେ । ତାରଣା ଆଶ୍ରମ ସ୍କୁଲ ବାରଣ୍ଡାରୁ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ଜଣକ ତାରଣା ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ ଥିବାବେଳେ ତାଙ୍କ ନାଁ ହେଉଛି ରାଜେନ୍ଦ୍ର କୁମାର ଶତପଥୀ । ତେବେ ମୃତ ଶିକ୍ଷକଙ୍କ ଘର ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ନଛିପୁର ଗ୍ରାମରେ ଥିବା ଜଣାପଡିଛି ।

ସୂଚନାନୁଯାୟୀ, ଗୁରୁବାର ଦିନ ସନ୍ଧ୍ୟା ସମୟରେ ବିଜୁଳି ଘଡଘଡି ସହିତ ଅଳ୍ପ ବର୍ଷା ହେଉଥିବା ବେଳେ ତାରଣା ଆଶ୍ରମ ସ୍କୁଲରେ ଇଲେକ୍ଟ୍ରି ଲାଇନ୍ ମଧ୍ୟ କଟି ଯାଇଥିଲା । ସେ ସମୟରେ ଆଶ୍ରମ ସ୍କୁଲ ପରିସର ପୁରାପୁରି ଅନ୍ଧକାରରେ ଥିଲା । ପରେ ସେଠାରେ ଥିବା ଶିକ୍ଷକମାନେ ସ୍କୁଲ ବାରଣ୍ଡାରେ କେହି ଜଣେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ । ପାଖକୁ ଆସି ଦେଖିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ ବୋଲି ଜାଣିବା ପରେ ସଙ୍ଗେସଙ୍ଗେ ଉଦ୍ଧାର କରି ଯାମଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ପ୍ରଧାନ ଶିକ୍ଷକଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଆଶ୍ରମ ସ୍କୁଲର ଶିକ୍ଷକମାନେ ଯାମଦା ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଯାମଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଏ ବାବଦରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁଙ୍କୁ ମଧ୍ୟ ଖବର ଦେଇଥିଲେ ।

ତେବେ ଗତକାଲି(ଶୁକ୍ରବାର) ସକାଳୁ ରାଇରଙ୍ଗପୁର ଏସଡିପିଓଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯାମଦା ଥାନା ପୋଲିସ ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ମଧ୍ୟ ଡ଼କାଇଥିଲେ । ମାଜିଷ୍ଟ୍ରେଟ ଭାବେ ରାଇରଙ୍ଗପୁର ସହକାରୀ ଜିଲ୍ଲାପାଳ ଶକୁନ୍ତଳା ହାଁସଦାଙ୍କ ଉପସ୍ଥିତିରେ ସମସ୍ତଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ପୋଲିସ ଓ ସାଇଣ୍ଟିଫିକ ଟିମ୍ ସମସ୍ତ ଦିଗରୁ ତଦନ୍ତ ପ୍ରକ୍ରିୟା ଶେଷ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଇଥିଲେ । ସେପଟେ ଏନେଇ ମୃତକଙ୍କ ପରିବାରକୁ ମଧ୍ୟ ଖବର ଦିଆଯାଇଥିଲା ବେଳେ ମୃତକଙ୍କ ସାନଭାଇ ଦେବେନ୍ଦ୍ର ଶତପଥୀ ଭାଇକୁ ହତ୍ୟା କରାଯାଇଥିବା ନେଇ ଯାମଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ନଛିପୁର ଗ୍ରାମର ରାଜେନ୍ଦ୍ର କୁମାର ଶତପଥୀ ୨୦୧୯ ମସିହାରୁ ତାରଣା ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିବା ବେଳେ କାହିଁକି ଓ କିଏ ତାଙ୍କୁ ହତ୍ୟା କରିଛି ଏବଂ ଯଦି ଆତ୍ମହତ୍ୟା କରିଛନ୍ତି ତେବେ କ'ଣ ରହିଛି ଏହା ପଛରେ କାରଣ ତାହା ନିଶ୍ଚିତ ତଦନ୍ତ ସାପେକ୍ଷ ।

ଇଟିଭି ଭାରତ, ରାଇରଙ୍ଗପୁର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.