ETV Bharat / state

ଘର ଭିତରୁ 2 ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଘର ଭିତରୁ ୨ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୟୂରଭଞ୍ଜ ତିରିଂ ଥାନା ଅଞ୍ଚଳରେ ଗୋଟିଏ ଘରୁ ଜଳିଲା 2ଟି ଜୁଇ । ଅଧିକ ପଢନ୍ତୁ...

author img

By

Published : Aug 26, 2021, 7:15 PM IST

Updated : Aug 26, 2021, 7:22 PM IST

ଘର ଭିତରୁ 2 ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଘର ଭିତରୁ 2 ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ତିରିଂ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସାନକୁମରୁମ ଗ୍ରାମରେ ଏକ ଘରୁ ୨ ଭଉଣୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି । ତେବେ ଏମାନଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ସାନକୁମରୁମ ଗ୍ରାମର ମନିଶା ଆଲଦାଙ୍କ ପିଉସୀ ଝିଅ ସୁନିତା ବାଦ୍ରା ରଜ ପରଠାରୁ ମାମୁଁ ଘର ଗ୍ରାମରେ ରହି ଆସୁଥିଲେ। ତାଙ୍କର ପ୍ରକୃତ ଘର ଝାଡଖଣ୍ଡ ରାଜ୍ୟ ଲାଗଡା ଗ୍ରାମରେ । ମାମୁଁ ଘର ଲୋକେ ଗରିବ ଶ୍ରେଣୀର ହୋଇଥିବାରୁ ଅନାଥ ସୁନିତା କାମ କରି ଚଳୁଥିଲେ । ସୁନିତା ଓ ମନିଶା ଦୁହେଁ ଭଲ ସାଙ୍ଗ ହେବା ସହିତ ଏକା ସାଙ୍ଗରେ ରହୁଥିଲେ ଓ ଏକାଠି ଶୋଉଥିଲେ । ମାମୁଁ ଘର ଲୋକେ କାମ କରିବାକୁ ଯାଇଥିବା ବେଳେ ମନିଶା ଓ ସୁନିତା ଘରେ ଏକା ଥିଲେ । ତାଙ୍କ ସହ ପଡିଶା ଘରର ଏକ ଛୋଟ ଛୁଆ ମଧ୍ୟ ରହୁଥିଲା ।

ଛୋଟ ଛୁଆର କାନ୍ଦ ଶୁଣି ଲୋକେ କବାଟ ଖୋଲିବାକୁ ଚେଷ୍ଟା କରିଥିବା ବେଳେ ଭିତର ପଟୁ ବନ୍ଦ ଥିବାରୁ ଚାଳ ଭାଙ୍ଗି ଘରକୁ ପଶିଥିଲେ ପରିବାର । ଭିତରେ ପଶିବା ପରେ ଦୁଇ ଭଉଣୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ତିରିଂ ଥାନା ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଉଭୟ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି ।

ତେବେ ୨ ଭଉଣୀଙ୍କ ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଛାନଭିନ ଜାରି ରଖିଛି । ଗୋଟିଏ ଗୃହରେ ଦୁଇ ଦୁଇ ଜଣଙ୍କ ମୃତଦେହ ଝୁଲିବା ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

Last Updated : Aug 26, 2021, 7:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.