ETV Bharat / state

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

author img

By

Published : Oct 11, 2020, 11:18 AM IST

Updated : Oct 11, 2020, 1:38 PM IST

ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ନୋହଡାକୋଚା ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ କଦମ୍ବ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଜଣଙ୍କ ହେଲେ ଗୁରୁଭା ମୁର୍ମୁଙ୍କ ପୁଅ ହରି ମୁର୍ମୁ ।

କଦମ୍ବ ଗଛରୁ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହକଦମ୍ବ ଗଛରୁ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
କଦମ୍ବ ଗଛରୁ ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ନୋହଡାକୋଚା ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କ କଦମ୍ବ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଜଣଙ୍କ ହେଲେ ଗୁରୁଭା ମୁର୍ମୁଙ୍କ ପୁଅ ହରି ମୁର୍ମୁ । ତେବେ ମୃତ ଯୁବକ ଜଣଙ୍କ ଜଣେ ମାନସିକ ବିକାର ଗ୍ରସ୍ତ ଥିଲେ ତେବେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଜଣା ପୋଡିନାହିଁ ।

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ

ମୃତକ ହରି ମୁର୍ମୁ ଶନିବାର ସକାଳରୁ ନିଖୋଜ ଥିଲେ । ରାତିରେ ଘର ଲୋକ ଅନେକ ଖୋଜା ଖୋଜି କରିଥିଲେ ହେଲେ ପାଇ ନଥିଲେ । ତେବେ ରବିବାର ସକାଳ ସମୟରେ ଗାଁ ନିକଟ ପୋଖରୀ ପାଖରେ ଥିବା ଏକ କଦମ୍ବ ଗଛରେ ତାଙ୍କର ମୃତଦେହକୁ ଝୁଲନ୍ତା ଆବସ୍ଥାରେ ଦେଖିଥିଲେ । ଏହାପରେ ଗ୍ରାମବାସୀ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ଝାରପୋଖରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Oct 11, 2020, 1:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.