ବାରିପଦା: ବୈଶିଙ୍ଗା ଥାନା ଡେଙ୍ଗୁଡ଼ହ କ୍ବାରେଣ୍ଟିନ ସେଣ୍ଟରରେ ଥିବା ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କ୍ବାରେଣ୍ଟିନ ସେଣ୍ଟର ନିକଟରେ ଥିବା ମହୁଲ ଗଛରୁ ଏହି ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ବୈଶିଙ୍ଗା ଥାନା ରାଇକମା ଗ୍ରାମର ସୁରେନ୍ଦ୍ର ବେହେରା ବୋଲି ଜଣାପଡିଛି।
ସୁରେନ୍ଦ୍ର ନିଜ ପରିବାର ସହ ଆନ୍ଧ୍ରପ୍ରଦେଶର ପ୍ରଶାନ୍ତି ସାଇ ମନ୍ଦିରକୁ ଯାଇଥିଲେ। ତେବେ ଲକ ଡାଉନ ଯୋଗୁଁ ସୁରେନ୍ଦ୍ର ସେଠାରେ ଅଟକି ରହିଥିବା ବେଳେ ଗତ ୧୩ ତାରିଖ ଦିନ ନିଜ ପରିବାର ସହ ଗାଁକୁ ଫେରି କ୍ବାରେଣ୍ଟିନ ସେଣ୍ଟରରେ ରହିଥିଲେ । ଶୁକ୍ରବାର ସକାଳେ ସୁରେନ୍ଦ୍ରଙ୍କ ମୃତଦେହ କ୍ବାରେଣ୍ଟିନ ସେଣ୍ଟର ନିକଟରେ ଥିବା ମହୁଲ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା।
ବର୍ତ୍ତମାନସୁଦ୍ଧା ବ୍ୟକ୍ତି ଜଣଙ୍କର ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ଘଟଣାସ୍ଥଳରେ ବୈଶିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ