ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ । ଠାକୁରମୁଣ୍ଡା ବଜାରରେ ଥିବା କିଛି ଦୋକାନରେ ଟିକସ ଫାଙ୍କିବା ନେଇ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଡେପୁଟି କମିଶନରଙ୍କ ନେତୃତ୍ବରେ ଶୁକ୍ରବାର ଠାରୁ ଠାକୁରମୁଣ୍ଡା ବଜାରରେ ଥିବା ପାଞ୍ଚଟି ଦୋକାନ ଉପରେ ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ରେଡ଼ କରାଯାଇଥିଲା ।
ଠାକୁରମୁଣ୍ଡା ବଜାରର ଫେସନ ପ୍ଲାଜା, ନିୟୁ ଫେସନ୍ , ବୋଲବମ ଷ୍ଟୋର, ବୋଲ ବମ୍ ଇଣ୍ଟରପ୍ରାୟିଜେସ୍, ସାଇରାମ ହାର୍ଡୱେଆର, ଶିବଶକ୍ତି ହାର୍ଡୱେଆର ଆଦି ୫ଟି ଦୋକାନରେ ଏବଂ ଗୋଦାମ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ରେଡ଼ ଚାଲିଥିବାର ସୂଚନା ରହିଛି । ପୂର୍ବରୁ ଏହି ଦୋକାନ ମାଲିକମାନେ ଟିକସ ଫାଙ୍କିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଯାହାକୁ ନେଇ ଡେପୁଟି କମିଶନର କୂଳମଣି ମଲିକଙ୍କ ନେତୃତ୍ୱରେ ବାଲେଶ୍ଵର ଏବଂ ମୟୂରଭଞ୍ଜ ଜିଲ୍ଲାର CT & GST ବିଭାଗର ଅଧିକାରୀ ଓ କର୍ମଚାରୀମାନେ ରେଡ଼ କରିଥିଲେ । ତେବେ ଜାଞ୍ଚ ପ୍ରକ୍ରିୟା ଜାରି ରହିଥିବା ବେଳେ କେତେ ପରିମାଣର ଫାଇନ ଆଦାୟ କରାଯିବ ତାହା ସ୍ପଷ୍ଟ ହୋଇ ପାରିନାହିଁ ।
ଇଟିଭି ଭାରତ, ରାଇରଙ୍ଗପୁର